Below header

ସ୍କୁଲରେ ଯୌନ ଶୋଷଣ କରୁଥିଲେ ଶିକ୍ଷକ, ଫାଶି ଲଗାଇ ଆତ୍ମହତ୍ୟା କଲେ ୧୨ କ୍ଳାସର ଛାତ୍ରୀ

କୋୟମ୍ବଟୁର : ତାମିଲନାଡୁର କୋୟମ୍ବଟୁର ସହରରେ ଜଣେ ୧୨ କ୍ଲାସର ଛାତ୍ରୀ ଶିକ୍ଷକଙ୍କ ଯୌନ ଶୋଷଣ ସହି ନପାରି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଶିକ୍ଷକ ଜଣକ ଛାତ୍ରୀଟିକୁ ବାରମ୍ବାର ଯୌନ ଶୋଷଣ କରୁଥିବାବେଳେ ଛାତ୍ରୀ ଏହାକୁ ସହି ନପାରି ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ପକ୍ଷରୁ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି ।

ସୂଚନାନୁଯାୟୀ, କୋୟମ୍ବଟୁରରେ ରହୁଥିବା ୧୭ ବର୍ଷ ବୟସ୍କା ଛାତ୍ରୀ ପୋନ୍ଥରୀନ ସେଠାକାର ଏକ ଘରୋଇ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢ଼ନ୍ତି । କରୋନା ପାଇଁ ଦୀର୍ଘ ଦିନ ସ୍କୁଲ ବନ୍ଦ ପରେ ଏବେ ସ୍କୁଲ ଖୋଲିଥିଲା । ଛାତ୍ରୀ ଜଣକ ସ୍କଲକୁ ଯାଉଥିଲେ । ହେଲେ ଶିକ୍ଷକ ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ବାରମ୍ବାର ହଇରାଣ କରିବା ସହ ଯୌନ ଶୋଷଣ କରୁଥିଲେ ।

ଛାତ୍ରୀ ଏ ସମ୍ପର୍କରେ ସ୍କୁଲର ପ୍ରିନିସପାଲଙ୍କୁ ମଧ୍ୟ ଜଣାଇଥିଲେ । ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଫଳରେ ଶିକ୍ଷକଙ୍କ ଦୌରାତ୍ମ୍ୟ ବଢ଼ିବାକୁ ଲାଗିଥିଲା । ଶେଷରେ ଛାତ୍ରୀ ଜଣକ ନିରାଶ ହୋଇ ସ୍କୁଲ ଛାଡ଼ିବାକୁ କହିଥିଲେ । ମାତ୍ର ଘରେ ଏକଥାକୁ ଗୁରୁତ୍ୱ ମଧ୍ୟ ଦେଇନଥିଲେ । ଶେଷରେ ଛାତ୍ରୀ ଜଣକ ଶୁକ୍ରବାର ଘରେ କେହି ନଥିବା ବେଳେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ମୃତ୍ୟୁ ପୂର୍ବରୁ ଛାତ୍ରୀ ଏକ ସୁଇସାଇଡ ନୋଟ ଲେଖି ଉକ୍ତ ସ୍କୁଲର ୩ ଜଣଙ୍କୁ ଦାୟୀ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.