ସ୍ୱାମୀ ଓ ସ୍ତ୍ରୀ ନୂଆ ବର୍ଷରେ ନିଅନ୍ତୁ ଶପଥ: ମାନି ଚଳିବେ ଏହି ୫ଟି କଥା, କେବେ ବି ବର୍ବାଦ ହେବନି ଆପଣଙ୍କ ଦାମ୍ପତ୍ୟ ଜୀବନ

ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଧର୍ମଶାସ୍ତ୍ର, ପୁରାଣ ଆଦିରେ ଅନେକ କଥା କୁହାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି ସମ୍ପର୍କ ବିଷୟରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଯେ କେଉଁ ଜିନିଷ ଏହି ସମ୍ପର୍କକୁ ମଜଭୁତ ରଖିଥାଏ ଏବଂ କେଉଁ ଜିନିଷରୁ ଏହି ସମ୍ପର୍କ ଦୁର୍ବଳ ହୋଇ ଯାଇଥାଏ। ଚାଣକ୍ୟ ନୀତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଏମିତି ୫ଟି ଜିନିଷରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି, ଯାହାକି ସମ୍ପର୍କକୁ ଭାଙ୍ଗିବା ସ୍ଥିତିରେ ପହଞ୍ଚାଇ ଦେଇଥାଏ। ଏପରି କି, ଅନେକ ବାର ଦୁଇଜଣଙ୍କୁ ଅଲଗା ମଧ୍ୟ କରି ଦେଇଥାଏ। ଆସନ୍ତୁ ଜାଣିବା କ’ଣ ଏ ସବୁ।
ସବୁବେଳେ ଏହି ଜିନିଷଠାରୁ ଦୂରେଇ ରୁହନ୍ତୁ
ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ସ୍ୱାମୀ ଓ ସ୍ତ୍ରୀଙ୍କୁ କୌଣସି ବି ମତେ ଏହି ଜିନିଷଠାରୁ ଦୂରରେ ରହିବା ଉଚିତ, ନଚେତ୍ ହସିବା, ଖେଳିବା ଜୀବନ ନଷ୍ଟ ହେବାକୁ ଅଧିକ ସମୟ ଲାଗିବ ନାହିଁ। ଏହିଭଳି ବ୍ୟକ୍ତିଗତ କଥାକୁ ନିଜର ସବୁଠାରୁ ନିକଟତମ ସାଙ୍ଗ ସହିତ ବି ସେୟାର କରିବା ଉଚିତ ନୁହେଁ।
– ପ୍ରତ୍ୟେକ ମଣିଷଠାରେ କିଛି ଭଲ ଗୁଣ ଏବଂ କିଛି ଖରାପ ଗୁଣ ରହିଛି। ସ୍ୱାମୀ ଓ ସ୍ତ୍ରୀଙ୍କୁ କେବେ ବି ପରସ୍ପରର ଦୋଷ, ଦୁର୍ବଳତାକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ। ତିକ୍ତତା ଆସିପାରେ।
– ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ କେହି ବି ଯଦି ରାଗି ସ୍ୱଭାବର, ତା’ ହେଲେ ସେମାନଙ୍କ ଜୀବନରେ କେବେ ବି ସୁଖ, ଶାନ୍ତି ରହି ପାରିବ ନାହିଁ। କ୍ରୋଧ ସେମାନଙ୍କ ଜୀବନରେ ଦ୍ୱନ୍ଦ୍ୱ, ମତାନ୍ତର, ମନାନ୍ତର ସୃଷ୍ଟି କରିବ। ଯଦି ଆପଣଙ୍କ ସାଥୀ କ୍ରୋଧକୁ ଦମନ କରିବେ ନାହିଁ, ତା’ ହେଲେ ତାହା ଭିତରେ ଭିତରେ ବଡ଼ ରୂପ ଧାରଣ କରି ଚାଲିଥିବ। ମୋଟାମୋଟି ଭାବେ ପ୍ରତ୍ୟେକ ପରିସ୍ଥିତିରେ କ୍ରୋଧ ସେମାନଙ୍କ ସମ୍ପର୍କକୁ ନଷ୍ଟ କରିଦିଏ ଏବଂ ଦୁଃଖ ଆଡ଼କୁ ନେଇ ଯାଇଥାଏ।
– ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ଯେତିକି ଜରୁରୀ ପ୍ରେମ, ସେତିକି ହିଁ ଜରୁରୀ ସମ୍ମାନ। ଯଦି ସେମାନେ ସମ୍ମାନର ସହ ନ ରୁହନ୍ତି ଏବଂ ପରସ୍ପରକୁ ଅପମାନ କରନ୍ତି, ତେବେ ଏପରି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରି ନ ଥାଏ।
– ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ ଉପରେ ତିଷ୍ଠି ରହିଥାଏ। ଯଦି ସେମାନେ ପରସ୍ପରକୁ ମିଛ କୁହନ୍ତି କିମ୍ବା କିଛି ଲୁଚାନ୍ତି, ତା’ ହେଲେ ସେମାନଙ୍କ ସମ୍ପର୍କର ମୂଳଦୁଆ ହିଁ ହଲି ଯାଇଥାଏ। ଏଭଳି ସ୍ଥିତି ସେମାନଙ୍କ ସମ୍ପର୍କକୁ ଶେଷ କରି ଦେଇଥାଏ।
– ସ୍ୱାମୀ ଓ ସ୍ତ୍ରୀ ପରସ୍ପରର ଜୀବନସାଥୀ ହୋଇ ଥାଆନ୍ତି। ପ୍ରତ୍ୟେକ ସୁଖ, ଦୁଃଖକୁ ଏକାଠି ସାମ୍ନା କରନ୍ତି। ଏମିତିରେ ଦୁଇ ଜଣଙ୍କୁ ଧୌର୍ଯ୍ୟବାନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେତେବେଳେ ସେମାନେ କଠିନ ପରିସ୍ଥିତିରେ ମଧ୍ୟ ନିଜ ଘରକୁ ବଞ୍ଚେଇ ରଖି ପାରନ୍ତି। ଅସୁସ୍ଥତା, ଆର୍ଥିକ ସଙ୍କଟ କିମ୍ବା ଅନ୍ୟ କୌଣସି ଅସୁବିଧା ସମୟରେ ପରସ୍ପରର ସାଥ୍ ଦେବା ନିହାତି ଜରୁରୀ।