ଦାୟିତ୍ୱ ନେଲେ ଓଡ଼ିଶାର ନୂଆ ପୋଲିସ ଡିଜିି ସୁନୀଲ କୁମାର ବଂଶଲ: ପଦରେ ରହିବେ ଦୁଇବର୍ଷ

କଟକ(କେନ୍ୟୁଜ୍):  ଦାୟିତ୍ୱ ନେଲେ ଓଡ଼ିଶାର ନୂଆ ପୋଲିସ ଡିଜିି ସୁନୀଲ କୁମାର ବଂଶଲ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟଙ୍କଠାରୁ ସେ ବିଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହି ପଦରେ ସେ ଦୁଇ ବର୍ଷ ରହିବେ । ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ । କେନ୍ଦ୍ରରେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ ।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହି ସମୟରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ୟାଲେଞ୍ଜ ରହିବ । ସେହିପରି ମାଓବାଦୀ ମୁକାବିଲା, ସାଇବର୍‌ କ୍ରାଇମ୍‌, ସଂଗଠିତ ଅପରାଧ ନିୟନ୍ତ୍ରଣ ସହ ମହିଳାଙ୍କୁ ସୁରକ୍ଷା ନୂଆ ପୋଲିସ ଡିଜିଙ୍କ ଆଗରେ ଚ୍ୟାଲେଞ୍ଜ ରହିବ । କ୍ରାଇମ କଣ୍ଟ୍ରୋଲ ପାଇଁ ଆକ୍ସନେବୁଲ ଇଣ୍ଟେଲିଜେନ୍‌ସ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏକ୍ଷେତ୍ରରେ ବଂଶଲଙ୍କ ଅଭିଜ୍ଞତା ରାଜ୍ୟରେ ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ।

ଆଜି ପୋଲିସ ଡିଜି ଅଭୟ ନେଲେ ଅବସର । ଏହି ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସେ ବାର୍ତ୍ତା ଦେଇଛନ୍ତି । ଗତ ଦୁଇ ବର୍ଷରେ ରାଜ୍ୟବାସୀ ବିଭିନ୍ନ କ୍ଷେତ୍ରରେ ପୋଲିସକୁ ପୂର୍ଣ୍ଣ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । କୋଭିଡ କଟକଣାର ପାଳନ, ସାଇକ୍ଲୋନ ପୂର୍ବରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଓ ବିନା ଭକ୍ତରେ ରଥଯାତ୍ରା ନେଇ ଜନସାଧାରଣ ସହଯୋଗ କରିଛନ୍ତି । ଏଥିପାଇଁ ବିଦାୟୀ ଡିଜିପି ଅଭୟ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବା ସହ ନୂଆବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.