Below header

ଅଭିଶପ୍ତ ମଶାଣୀ, ପ୍ରତ୍ୟେକ ଦିନ ଜୁଇ ନଜଳିଲେ ଗାଁରେ ହୁଏ ଲୋକଙ୍କର ଆକସ୍ମିକ ମୃତ୍ୟୁ

ଏମିତି ଏକ ମଶାଣୀ ରହିଛି ଯେଉଁଠାରେ ପ୍ରତ୍ୟେକ ଦିନ ଶବ ସତ୍କାର ହୋଇଥାଏ । ଏଭଳି ଏକ ମଶାଣୀ ଭାରତର ବିହାର ରାଜ୍ୟରେ ରହିଛି । ଏହି ମଶାଣିକୁ ଅଭିଶାପ ମିଳିଛି, ଯେଉଁଥିପାଇଁ ଏଠାରେ ପ୍ରତ୍ୟେକ ଦିନ ଶବ ସତ୍କାର ହୋଇଥାଏ ।

ମଶାଣୀ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ । ମଶାଣୀରେ ଶବ ଜଳିବା ତ ଏକ ସାଧାରଣ କଥା । କିନ୍ତୁ ପ୍ରତ୍ୟେକ ଦିନ ମଶାଣୀରେ ଶବ ଜଳିବା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏମିତି ଏକ ମଶାଣୀ ରହିଛି ଯେଉଁଠାରେ ପ୍ରତ୍ୟେକ ଦିନ ଶବ ସତ୍କାର ହୋଇଥାଏ । ଏଭଳି ଏକ ମଶାଣୀ ଭାରତର ବିହାର ରାଜ୍ୟରେ ରହିଛି । କୁହାଯାଏ ଏହି ମଶାଣୀକୁ ଅଭିଶାପ ମିଳିଛି, ଯେଉଁଥିପାଇଁ ଏଠାରେ ପ୍ରତ୍ୟେକ ଦିନ ଶବ ସତ୍କାର ହୋଇଥାଏ । ବିହାରର ସିଓ୍ଵାନରେ ଏହି ଶ୍ମଶାନ ଅବସ୍ଥିତ, ଯାହା ବିଷୟରେ ଯେ କେହି ଶୁଣିବ ତାର ଲୋମ ଟାଙ୍କୁରି ଉଠିବ । ଗୁଠନୀର ଗ୍ୟାସପୁର ଶ୍ମଶାନର କାହାଣୀ ସ୍ୱତନ୍ତ୍ର, ଯାହା କେବେ ବି ଖାଲି ରୁହେନି । ଏଠାରେ ପ୍ରତ୍ୟେକ ଦିନ ଶବ ଜଳିବା ଦୃଶ୍ୟ ଦେଖିବାକୁ ମିଳେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେଉଁଦିନ ଏହି ଶ୍ମଶାନରେ ଶବ ଜଳେ ନାହିଁ, ସେହି ଦିନ ଗାଁର କୌଣସି ନା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ । ଏଭଳି କାରଣ ପାଇଁ ଏହି ଗାଁକୁ ଲୋକେ ଭୟ କରନ୍ତି । ଗ୍ୟାସପୁର ଶ୍ମଶାନ ଘାଟ ସରୟୁ ଏବଂ ଗଣ୍ଡକ ନଦୀର ସଙ୍ଗମ ସ୍ଥଳୀରେ ଅବସ୍ଥିତ । ମୋକ୍ଷ ପ୍ରାପ୍ତି ପାଇଁ ଉକ୍ତ ସ୍ଥାନକୁ ଲୋକମାନେ ଶୁଭ ବିଚାର କରିଥାନ୍ତି । ଏଠାରେ ପ୍ରତିଦିନ ସର୍ବାଧିକ ୧୦ ଏବଂ ସର୍ବନିମ୍ନ ୧-୨ ପର୍ଯ୍ୟନ୍ତ ଶବଦାହ ହୋଇଥାଏ ।

ସ୍ଥାନୀୟ ଲୋକଙ୍କ ଅନୁସାରେ ଗ୍ୟାସପୁର ଶ୍ମଶାନ ଏକ ଅଭିଶାପ ଭୂମି । ଅନେକ ବର୍ଷ ପୂର୍ବରୁ ଏଠାରେ ଜଣେ ସାଧୁଙ୍କ ପାଦ ଖସିଯିବା କାରଣରୁ ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ବୁଡ଼ିଯିବା ସମୟରେ ସାଧୁ ତାଙ୍କୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ । କିନ୍ତୁ ଉକ୍ତ ଗାଁର ଲୋକମାନେ ଭୟ ଯୋଗୁଁ ସାଧୁଙ୍କୁ ଉଦ୍ଧାର କରିବାକୁ ଯାଇ ନଥିଲେ । ମୃତ୍ୟୁ ପୂର୍ବରୁ ସାଧୁ ଜଣଙ୍କ ଏହି ଗାଁକୁ ଅଭିଶାପ ଦେଇଥିଲେ ଯେ, ପ୍ରତିଦିନ କୌଣସି ନା କୌଣସି ବ୍ୟକ୍ତିର ମୃତ ଶରୀର ଏହି ଶ୍ମଶାନ ଘାଟରେ ଜଳିବ । ସେହିଦିନ ଠାରୁ ପ୍ରତିଦିନ ଏଠାରେ ଏକ ଶବ ସତ୍କାର କରାଯାଇଥାଏ । ଯେଉଁ ଦିନ ଶବ କୌଣସି ସ୍ଥାନରୁ ଆସେ ନାହିଁ । ସେହିଦିନ ସେହି ଗାଁର ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ।

କୁହାଯାଏ, ଗତ ପାଞ୍ଚ ବର୍ଷ ମଧ୍ୟରେ ଏପରି ଏକ ଦିନ ନାହିଁ ଯେଉଁ ଦିନ ଏହି ଗ୍ୟାସପୁର ଶ୍ମଶାନରେ ଶବ ସତ୍କାର କରାଯାଇ ନଥିବ । ବର୍ତ୍ତମାନ ସୁଦ୍ଧା ଏହି ଶ୍ମସାନ ଘାଟ କେବେ ମଧ୍ୟ ଖାଲି ରହିନାହିଁ । ଏହି କାରଣରୁ ଗ୍ୟାସପୁର ଗାଁରେ କୌଣସି ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ହୋଇନାହିଁ । ସ୍ଥାନୀୟ ଲୋକଙ୍କ ଅନୁସାରେ ଶ୍ମଶାନ ଘାଟ ଖାଲି ରହିବାର ପାଞ୍ଚ ବର୍ଷ ପୂର୍ବରୁ ରାମ ଅଯୋଧ୍ୟାଙ୍କ ମୃତ୍ୟୁ ହୋଇଥିଲା । ଏହାର କାରଣ ଅଭିଶାପ ପ୍ରାପ୍ତ ଶ୍ମଶାନ ଘାଟକୁ କୁହାଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.