ବାଂଲାଦେଶ-ଭାରତ ମହିଳା ଦିନିକିଆ ମ୍ୟାଚ୍‌ : ଅମ୍ପାୟରଙ୍କ ନିଷ୍ପତ୍ତିରେ ନିରାଶ ହୋଇ ଷ୍ଟମ୍ପକୁ ପିଟିଲେ ହରମନପ୍ରୀତ, ଭିଡିଓ ଭାଇରଲ

ବାଂଲାଦେଶ ଭାରତ ମଧ୍ୟରେ ଢାକାରେ ଚାଲିଥିବା ଦିନିକିଆ ମ୍ୟାଚ୍‌ ଟାଇ ରହିଛି । ଏହି ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତ୍ତିରେ ନିରାଶକୁ ହୋଇ ଷ୍ଟମ୍ପକୁ ବ୍ୟାଟରେ ପିଟିଥିଲେ ଅଧିନାୟିକା ହରମନପ୍ରୀତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ବର୍ତ୍ତମାନ ବାଂଲାଦେଶରେ ଦିନିକିଆ ସିରିଜ ଖେଳୁଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ । ଢାକାର ଶେର ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚ୍‌ ଟାଇ ରହିଥିଲା । ଏହି ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ କୌର ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ନାରାଜ ରହିଛନ୍ତି । ଆଉ ଆଉଟ୍‌ ହେବା ପରେ ରାଗରେ ଓ୍ଵିକେଟକୁ ବାଟରେ ପିଟିଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ୨୨୬ ରନ୍‌ର ଟାର୍ଗେଟ ଦେଇଥିଲା ବାଂଲାଦେଶ ମହିଳା କ୍ରିକେଟ ଟିମ୍‌ । ୨୨୬ ରନକୁ ଟାର୍ଗେଟ କରି ମଇଦାନକୁ ଓହ୍ଲାଇଥିଲା ଟିମ୍‌ । ଭାରତୀୟ ଟିମ୍‌ ଚତୁର୍ଥ ଓ୍ଵିକେଟ ଭାବେ ହରମନପ୍ରୀତଙ୍କର ହରାଇଥିଲା । ଏହି ଓ୍ଵିକେଟ ୩୪ ଓଭରର ୪ର୍ଥ ବଲରେ ହୋଇଥିଲା । ହରମନପ୍ରୀତ ସ୍ୱିପ ସର୍ଟ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ବଲ୍‌ ତାଙ୍କ ପ୍ୟାଡରେ ଲାଗିଥିଲା । ଯାହା ପରେ ବୋଲର ନାହିଦା ଅଖତର ଅମ୍ପାୟର ଅପିଲ କରିଥିଲେ । ଆଉ ଅମ୍ପାୟର ଏଲବିଡବ୍ଲ୍ୟୁ ଆଉଟ୍‌ ଦେଇଥିଲେ । ହରମନପ୍ରୀତ ଅମ୍ପାୟରଙ୍କ ନିଷ୍ପତ୍ତିରେ ନିରାଶ ହୋଇଯାଇଥିଲେ ।

ସେ ପାଭିଲିୟନ ଫେରୁଥିବା ବେଳେ ରାଗରେ ବ୍ୟାଟକୁ ଷ୍ଟମ୍ପରେ ବାଡେଇ ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହାଛଡା ପାଭିଲିୟନ ଫେରୁଥିବା ବେଳେ ସେ ଅମ୍ପାୟରଙ୍କୁ କିଛି କହୁଥିବାର ମଧ୍ୟ ଦେଖିବାକୁ ମିଳିଛି । ହରମନପ୍ରୀତ ୨୧ ବଲରେ ୨ଟି ଚଉକା ମାରି ୧୪ ରନ୍‌ କରିଥିଲେ ।

ଏହାକୁ ନେଇ ହରମନପ୍ରୀତ କହିଛନ୍ତି, ଏହି ମ୍ୟାଚରୁ ଆମେ ବହୁତ କିଛି ଶିଖିଛୁ । କ୍ରିକେଟ ଛଡା ଯେଉଁଭଳି ଅମ୍ପାୟରିଂ କରାଯାଉଛି, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ । ଆଗାମୀ ଥର ବାଂଲାଦେଶ ଆସିବା ସମୟରେ ଅମ୍ପାୟରିଂକୁ ନେଇ ନିଜକୁ ପ୍ରସ୍ତୁତ କରିବୁ ।

ସୂଚନାଯୋଗ୍ୟ, ବାଂଲାଦେଶ ଏବଂ ଭାରତ ମଧ୍ୟରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ ବାଂଲାଦେଶ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୨୨୫ ରନ୍‌ କରିଥିଲା । ଏହି ରନକୁ ପିଛା କରି ଭାରତ ୪୯.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୨୫ ରନ୍‌ ହିଁ କରିଥିଲା । ଫଳରେ ମ୍ୟାଚ ଟାଇ ରହିଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ୫୯ ଏବଂ ହରଲିନ ଦେଓ୍ଵଲ ୭୭ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.