Below header

କାର୍ଡ କହିଦେବ ଜନ୍ମିତ ଶିଶୁ ପୋଲିଓ ଆକ୍ରାନ୍ତ କି ନୁହେଁ, ନିର୍ମାଣ କଲେ ଭାରତୀୟ ଡାକ୍ତରୀ ଟିମ

ଭୋପାଳ : ପାଲିଓ ଏକ ଭୟଙ୍କର ରୋଗ, ଯାହା ଠିକ ସମୟରେ ଚିକିତ୍ସା ନହେଲେ ଶିଶୁଟି ସବୁଦିନ ପାଇଁ ଶାରୀରିକ ଅପାଙ୍ଗ ହୋଇଯାଏ ଅବା ମୃତୁ ମୁଖରେ ପଡେ । ଏଥିପାଇଁ ସରକାର ପୋଲିଓ ବୁନ୍ଦା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ହେଲେ ପୋଲିଓ ର ଠିକ ସମୟରେ ଠାବ ଏହି ରୋଗର ମୂଳୋତ୍ପାଟନ କରିବାରେ ସହାୟକ ହୋଇଥାଏ । ଏହି ରୋଗରେ ବିଜୟ ପାଇବାକୁ ହେଲେ ଏକ ଶିଶୁର ଦେହରେ ପୋଲିଓ ଭୁତାଣୁ ରହିଛି କି ନାହିଁ, ଏହାକୁ ଜାଣିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଭାରତର ଏକ ଡାକ୍ତରୀ ଟିମ ଗବେଷଣା ଚଳାଇଥିଲେ । ଯେଉଁଥିରେ ସେମାନେ ସଫଳ ହୋଇଛନ୍ତି । ସେମାନେ ଏମିତି ଏକ କାର୍ଡ ପ୍ରସ୍ତୁତ କରିଛନ୍ତି, ଯାହା ସାହାଯ୍ୟରେ ଜଣେ ଜନ୍ମିତ ଶିଶୁ ଦେହରେ ପୋଲିଓ ଅଛି କି ନାହିଁ ଜାଣିହେବ ।

ନବ ଜାତକଙ୍କୁ ପୋଲିଓ ହେବା ଏକ ସାଧାରଣ ମାମଲା । ଠିକ ସମୟରେ ଉପଚାର ହୋଇ ପାରିଲେ ତାହା ଶୀଘ୍ର ଭଲ ହୋଇଥାଏ । ହେଲେ ବହୁବାର ଶିଶୁଙ୍କ ଦେହରେ ଲିଭର ବାଲା ପୋଲିଓ ସମ୍ପର୍କରେ ଜଣାପଡି ନଥାଏ । ଠିକ ସମୟରେ ଏହା ସମ୍ପର୍କରେ ଜଣା ନପଡିଲେ ଏହା ଜୀବନ ନେଇପାରେ । ଏହି ପୋଲିଓର ଠିକ୍‌ ସମୟରେ ଠାବ କରିବା ପାଇଁ ଲକ୍ଷ୍ମୌ ଓ ଦିଲ୍ଲୀର ୯ ଜଣ ଡାକ୍ତର ଟିମ ତାଇଓ୍ଵାନର ଶୈଳୀରେ ଏକ କାର୍ଡ ତିଆରି କରିଛନ୍ତି, ଯାହାର ମାଧ୍ୟମରେ ଠାବ କରାଯାଇ ପାରିବ ଯେ ଶିଶୁର ଦେହରେ କେଉଁ ପ୍ରକାର ପୋଲିଓ ରହିଛି ।

polio dr.
photo : jagran.com

ଇଣ୍ଟିଗ୍ରେଟେଡ ଏକାଡେମୀ ଅଫ୍‌ ପେଡିଆଟିକ୍ସ େଓ୍ଵଲଫେୟାର ସୋସାଇଟି ଦ୍ୱାରା ବିଦିଶାରେ ରାଜ୍ୟ ସ୍ତରୀୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଠାରେ ସାରା ରାଜ୍ୟରୁ ଆସିଥିବା ଡାକ୍ତରମାନେ ନିଜର ଗବେଷଣା ପ୍ରସ୍ତୁତ କରିଥିଲେ । ଏଥିରେ ସାମିଲ ଇନ୍ଦୋର ଅରବିନ୍ଦ ହସପିଟାଲର ଡାକ୍ତର ସୁମିତ କୁମାର ସିଂହ ଆଇଏନସି(ଇଣ୍ଟିଗ୍ରେଟେଡ ନିଓନେଣ୍ଟାଲ କୋଲେଷ୍ଟ୍ରସିସ) କାର୍ଡ ପ୍ରସ୍ତୁତ କରିଛନ୍ତି । ଯାହା ଜନ୍ମିତ ଶିଶୁର ଲିଭର ବାଲା ପୋଲିଓ ସମ୍ପର୍କରେ ଜଣାଇ ପାରିବ ।

ଏହି କାର୍ଡରେ ଶିଶୁର ମଳ ଓ ମୂତ୍ରର ରଂଗ ମେଳ କରାଯାଏ । ଯଦି କାର୍ଡରେ ଥିବା ରଂଗ ଶିଶୁର ମଳ ଓ ମୂତ୍ର ରଂଗ ସହ ମେଳ ହୁଏ । ତେବେ ଶିଶୁ ଦେହରେ ପୋଲିଓ ଅଛି ବୋଲି ଜଣାପଡିଯାଏ । ଯାହାଦ୍ୱାରା ଏହାର ତୁରନ୍ତ ଚିକିତ୍ସା କରାଯାଇପାରେ । ଭାରତରେ ଅଧିକାଂଶ ଡାକ୍ତର ଏହାକୁ ଚିହ୍ନଟ କରିବାରେ ବିଳମ୍ବ କରିଦେଇଥାନ୍ତି । ଯେଉଁଥିପାଇଁ ଠିକ୍‌ ସମୟରେ ଚିକିତ୍ସା ହୋଇ ପାରେନାହିଁ ଓ ଶିଶୁର ଜୀବନ ଚାଲିଯାଏ ।

ଏହି କାର୍ଡକୁ ପ୍ରସ୍ତୁତ କରିଥିବା ଡାକ୍ତର ଚାହାଁନ୍ତି କି ଏହି କାର୍ଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଜିଲ୍ଲା ହସପିଟାଲ ପର୍ଯ୍ୟନ୍ତ ସବୁଠି ମେଡିକାଲ ଉପକରଣ ଭାବେ ବ୍ୟବହାର କରାଯାଉ । ଫଳରେ ଏହି ମାରାତ୍ମକ ପୋଲିଓର ଠାକ କରିବାରେ ସହଜ ହେବ ।

ତାଇଓ୍ଵାନ ଡାକ୍ତରଙ୍କ ସାହାଯ୍ୟ ନେଇଥିଲେ ଏହି ଡାକ୍ତରୀ  ଟିମ

ଏହି କାର୍ଡ ୨୦୦୮ ମସିହାରୁ ତାଇଓ୍ଵାନରେ ବ୍ୟବହାର ଶିଶୁଙ୍କ ଜୀବନ ବଂଚାଇବା କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହି ଡାକ୍ତର ଟିମ ୨ ବର୍ଷ ପରିଶ୍ରମ ପରେ ୨୦୨୦ ରେ ଏହି କାର୍ଡକୁ ପ୍ରସ୍ତୁତ କରିପାରିଛନ୍ତି । ଏଥିପାଇଁ ୩୦୦ ଶିଶୁଙ୍କ ସାମ୍ପୁଲ ନିଆଯାଇଥିଲା । ଏହି ଗବେଷଣାରେ ଡାକ୍ତର ସୁରେନ୍ଦ୍ର କୁମାର, ମୃଦୁଳ ଚନ୍ଦ୍ର ଦାସ, ପ୍ରବୀଣ କୁମାର, ଲୋକେଶ ଶର୍ମା, ମୋନିକା ସେନ ଶର୍ମା, ଅନୁପ କୁମାର ଓ ଅଂଶୁ ଶ୍ରୀବାସ୍ତବଙ୍କ ଭଳି ଡାକ୍ତରମାନେ ସାମିଲ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.