ସତ ମାନିଗଲେ ଶୁଭମନ୍‌ ଗିଲ, ସାରା ଅଲ୍ଲୀଙ୍କ ସହିତ କରୁଛନ୍ତି ଡେଟ୍‌

କେନ୍ୟୁଜ୍‌: ଗୁଜବ ଏବେ ସତ ହୋଇଯାଇଛି, ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହିତ ଡେଟ୍‌ରେ ଅଛନ୍ତି ଯୁବ କ୍ରିକେଟର ଶୁଭମନ ଗିଲ । ଗୋଟଏ ଟକ୍‌ ଶୋରେ ନିଜେ ଶୁଭମନ ତାଙ୍କ ରିଲେଶନ ବିଷୟରେ କହିଛନ୍ତି । ଅନେକ ଆଗରୁ ଏହି ଦୁଇ ଜଣଙ୍କୁ ନେଇ ଫ୍ୟାନ୍ସ ମଧ୍ୟରେ ଚର୍ଚ୍ଚା ହେଉଥିଲା । ଏମାନଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ମଧ୍ୟ ହୋଇଥିଲା । କିନ୍ତୁ ଏବେ ସେ ଏକ ପଞ୍ଜାବୀ ଟକ୍‌ ଶୋ’‘ଦିଲ୍‌ ଦିୟା ଗଲ୍ଳା’ରେ ଅତିଥି ହୋଇ ଯୋଗଦେଇ ସବୁ କିଛି କହିଛନ୍ତି । ଏହି ଶୋ’ରେ ସୋନମ୍‌ ବାଜଓ୍ଵା ହୋଷ୍ଟ କରୁଥିଲେ । ଯେତେବେଳେ ସୋନମ୍‌ ଶୁଭମନଙ୍କୁ ପଚାରିଲେ ବଲିଉଡରେ ସବୁଠାରୁ ଫିଟ୍‌ ଆକ୍ଟ୍ରେସ କିଏ, ତୁରନ୍ତ ସାରା ଅଲ୍ଳୀ ଖାନଙ୍କ ନାମ ନେଇଥିଲେ ଶୁଭମନ ।

ଆହୁରି ସୋନମ ପଚାରିଥିଲେ ଆପଣ ସାରାଙ୍କ ସହିତ ଡେଟ୍‌ରେ ଅଛନ୍ତି କି,ଶୁଭମନଙ୍କର ଉତ୍ତର ଥିଲା ‘ହେଇ ପାରେ’ । ସେ ଖୋଲା ଖୋଲି ନ କହିଲେ ବି ଶୁଭମନଙ୍କ ମୁଖ ମଣ୍ଡଳରୁ ସତ ବାରି ହୋଇ ପଡ଼ୁଥିଲା । ସୋନମ ଯେତେବେଳେ ତାଙ୍କୁ ସବୁ ସତ ସତ କହିବା ପାଇଁ କହିଲେ, ସେ ସାମାନ୍ୟ ଲାଜେଇ ଯାଇ ହସି ହସି କହିଲେ,‘ଆପଣ ତ ସବୁ ସତ ସତ କହିଦେଲେ, ’। ଶୁଭମନ ଆହୁରି ମଧ୍ୟ କହିଥିଲେ ଏହାସତ ହୋଇ ପାରେ ଏବଂ ନ ହୋଇ ବି ପାରେ । ଏହା ପୂର୍ବରୁ ସାରା ଏବଂ ଶୁଭମନଙ୍କୁ ଅନେକ ଥର ଏକାଠି ଦେଖାଯାଇଛିି କିନ୍ତୁ ଏବେ ଶୁଭମନଙ୍କ କଥା ଶୁଣିଲେ ତାଙ୍କ ଫ୍ୟାନ୍ସ ମାନଙ୍କୁ ତାଙ୍କର ରିଲେଶନ ବିଷୟରେ ଥିବା ସନ୍ଦେହ ଦୂର ହୋଇଯିବ ।

ଯଦିଓ ଶୁଭମନ ଏହି ସଂପର୍କରେ ଖୋଲା ଖୋଲି ସମର୍ଥନ କରି ନାହାଁନ୍ତି,ସେ ଆସ୍ୱୀକାର ବି କରି ନାହାଁନ୍ତି । ତାଙ୍କର ରିଲେଶନକୁ ନେଇ ଗୁଜବ ହେଉଥିବା ଖବର ଅଗଷ୍ଟରୁ ଭାଇରାଲ ହେଉଛି ,ତାଙ୍କୁ ଗୋଟିଏ ରେଷ୍ଟୁରାଣ୍ଟରେ ଏକାଠି ଥିବାର ଦେଖିବାକୁ ମିଳିଥିଲା । ତା ପରେ ପୁଣି ଥରେ ଅକ୍ଟୋବରରେଏହି ଦୁଇ ଜଣଙ୍କୁ ସାଥିରେ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଏହି ଦୁଇ ତାରକାଙ୍କୁ ଦିଲ୍ଲୀର ଏକ ହେଟେଲରୁ ବାହାରୁଥିବାର ଦେଖିବାକୁ ମଧ୍ୟ ମିଳିଥିଲା । ଏହି ଦୁଇଜଣ ଯେତେ ଲୁଚିବା ପାଇଁ ଚେଷ୍ଟା କରୁଥିଲେ ସେଥିରେ ସେମାନେ ସଫଳ ହେଲେ ନାହିଁ ।

ସାରା କାର୍ତ୍ତିକଙ୍କ ସହିତ କରୁଥିଲେ ଡେଟ୍‌:

ସାରା ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି । ଫ୍ୟାନ୍ସମାନେ ବି ତାଙ୍କ ମୁହଁରୁ ତାଙ୍କର ଶୁଭମନଙ୍କ ସହିତ ରିଲେଶନ ବିଷୟରେ ଶୁଣିବା ପାଇଁ ଅପେକ୍ଷା କରିଥିବେ ।
ଏଠାରେ ଆଉ ଏକ ପ୍ରଶ୍ନ ଉଠୁଛି ଯେ,ସାରା ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ରିଲେଶନରେ ଥିଲେ । କିନ୍ତୁ ଏବେ ତାଙ୍କ ଦୁହିଁଙ୍କର ସମ୍ପର୍କ ଭାଙ୍ଗି ଯାଇଛି । କାର୍ତ୍ତିକ ଏବଂ ସାରାଙ୍କର ସଂପର୍କ କଣ ପାଇଁ ଭାଙ୍ଗିଥିଲା ତାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ତାଙ୍କର ଏହି ରିଲେଶନ ‘କଫି ଉଇଥ କରନ’ରେ ଶେଷ ହୋଇଯାଇଥିଲା । ଏହି ଦୁଇ ଜଣ ନିଜ ନିଜ ଲାଇଫରେ ବ୍ୟସ୍ତ ଅଛନ୍ତି କାର୍ତ୍ତିକ ଆର୍ଯ୍ୟନ ପଶମୀନା ରୋଶନଙ୍କ ସହିତ ଡେଟ୍‌ରେ ଥିବା ବେଳେ ସାରା ଶୁଭମନଙ୍କ ସହିତ ଡେଟ୍‌ରେ ଥିବା ନେଇ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.