Below header

ନବରଙ୍ଗପୁରରୁ ଅପରେସନ୍‌, ରାଜସ୍ଥାନରୁ ଦୁଇ ସାଇବର ଠକଙ୍କୁ ଗିରଫ କଲା EOW

(କେନ୍ୟୁଜ): ନବରଙ୍ଗପୁରରୁ ଅପରେସନ୍‌, ରାଜସ୍ଥାନରୁ ଗିରଫ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ୨ ସାଇବର ଠକ । ରାଜସ୍ଥାନ ଅଲଓ୍ଵାରା ଜିଲ୍ଲାରୁ ଦୁଇ ସାଇବର ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ସେମାନଙ୍କୁ ୫ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଗାଁ ଗହଳିରେ ବିଭିନ୍ନ ଗରିବ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ଟ୍ରାଞ୍ଜାକ୍ସନ କରୁଥିଲେ । ସେମାନଙ୍କ ନିକଟରୁ ୧୨ ଶହ ସିମ୍‌ ଜବତ ହୋଇଛି। ବିଭିନ୍ନ ସାଇବର ଠକେଇରେ ସମ୍ପୃକ୍ତ ଥିଲେ ଦୁଇ ଅଭିଯୁକ୍ତ ।

ଗତ କିଛିଦିନ ତଳେ ନବରଙ୍ଗପୁର ଜିଲ୍ଲାର ଜଣେ ବ୍ୟକ୍ତି ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତଦନ୍ତ କରି ଇଓଡବ୍ଲ୍ୟ୍ୟୁ ୫ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ମୟୂରଭଞ୍ଜ ଜିଲ୍ଲାରୁ ଜଣଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ । ପରେ ସେମାନଙ୍କ ଲିଙ୍କ୍‌ରୁ ରାଜସ୍ଥାନରୁ ଦୁଇ ଠକଙ୍କୁ ଗିରଫ କରାଯାଇଥିବା କହିଛନ୍ତି EOW ଡିଆଇଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.