WhatsApp ଇଣ୍ଡିଆର ମୁଖ୍ୟ ଏବଂ META ଇଣ୍ଡିଆର ଡାଇରେକ୍ଟର ଦେଲେ ଇସ୍ତଫା; କମ୍ପାନୀ ଜଣାଇଲା କାରଣ

WhatsApp ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ METAରୁ ଆଜି ଦୁଇଜଣ ଇସ୍ତଫା ଦେଇଛନ୍ତି। WhatsApp ଇଣ୍ଡିଆର ମୁଖ୍ୟ ଅଭିଜିତ୍‌ ବୋଷ ଇସ୍ତଫା ଦେଇଥିବା ବେଳେ ସେପଟେ Meta Indiaର ପବ୍ଲିକ ପଲିସି ଡାଇରେକ୍ଟର ରାଜୀବ ଅଗ୍ରଓ୍ଵାଲ ମଧ୍ୟ ନିଜ ପଦ ଛାଡ଼ିଛନ୍ତି। ଏ ନେଇ କମ୍ପାନୀ ନିଜ ଅଫିସିଆଲ ବୟାନ ମାଧ୍ୟମରେ ସୂଚନା ଦେଇଛି।

WhatsAppର ମୁଖ୍ୟ Will Cathcart ପ୍ରେସ୍‌ ନୋଟ୍‌ ଜାରି କରି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଶିବ ଠୁକରାଲଙ୍କୁ ମେଟାର ପବ୍ଲିକ ପଲିସି ଡାଇରେକ୍ଟର ନିଯୁକ୍ତ କରାଯାଇଛି। ସେ ଏ ପର୍ଯ୍ୟନ୍ତ କେବଳ WhatsApp ଇଣ୍ଡିଆର ପବ୍ଲିକ ପଲିସି ଡାଇରେକ୍ଟର ଥିଲେ। କିନ୍ତୁ ଏବେ ମେଟା ଇଣ୍ଡିଆର ପବ୍ଲିକ ପଲିସି ଡାଇରେକ୍ଟର ହେବା ପରେ ସେ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଏବଂ ହ୍ଵାଟସ୍‌ଆପ, ଏହି ତିନୋଟିର ପ୍ରମୁଖ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.