Below header

ଏହି ରେଷ୍ଟୁରାଣ୍ଟରେ ମାଳ ମାଳ ନରକଙ୍କାଳ, କଫିନ ଭିତରେ ଶୋଇ ଗ୍ରାହକ ପିଇଥାନ୍ତି ‘ମୃତ୍ୟୁ ପାନୀୟ’ !

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ରହିଛି ଏକ ଅଦ୍ଭୁତ ପ୍ରକାର ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟ ‘ଡେଥ ଆୱାରନେସ କାଫେ’ ଭାବେ ଜଣାଯାଇଥାଏ। ଏଠାକୁ ଆସୁଥିବା ଗ୍ରାହକମାନଙ୍କୁ ବଞ୍ଚି ଥାଉ ଥାଉ ମୃତ୍ୟୁର ଅନୁଭବ ଦିଆଯାଇଥାଏ। ସେମାନଙ୍କୁ ଫୁଲରେ ସଜାଯାଇଥିବା ଧଳା ରଙ୍ଗର କଫିନ ଭିତରେ ଶୁଆଇ ଦିଆଯାଇ ସେମାନଙ୍କଠାରୁ ଅର୍ଡର ନିଆଯାଇଥାଏ। ଲୋକେ ଖୁସିରେ ଏହି ରେଷ୍ଟୁରାଣ୍ଟକୁ ଆସିଥାନ୍ତି ଏବଂ ନରକଙ୍କାଳ ସହିତ ‘ଡେଥ’ ଓ ‘ପେନଫୁଲ’ ଡ୍ରିଙ୍କ ଏନଜୟ କରିଥାନ୍ତି।

death

death6

କୁହାଯାଏ କି, ଲୋକଙ୍କୁ ନିଜ ଜୀବନ ପ୍ରତି ସଚେତନ ହେବାକୁ ବାର୍ତ୍ତା ଦେଉଛି ଏହି କାଫେ। ଏପରି ନିଆରା ଆଇଡିଆ ଯୋଗୁ ଲୋକେ ନିଜ ଜୀବନର ମୂଲ୍ୟକୁ ଭଲ ଭାବେ ବୁଝିବେ ଏବଂ ସୁଖୀ ଜୀବନ ବିତାଇବାକୁ ଚେଷ୍ଟା କରିବେ। ଜାଗାର ନାଁ ‘କିଡ ମଇ ଡେଥ କାଫେ’। କିଡ ମଇର ଇଂଲିଶ ଅର୍ଥ ‘ଥିଙ୍କ ନ୍ୟୁ’।

death2

ସବୁଠାରୁ ଖାସ କଥା ହେଉଛି, କିଛି ସମୟ କଫିନ ଭିତରେ ଶୋଇ ଗ୍ରାହକମାନେ ମାଗଣାରେ ପେୟ ପଦାର୍ଥର ମଜା ପାଇଥାନ୍ତି। ଏଠାରେ ଏକ ଚୌକି ଉପରେ ମଧ୍ୟ ନରକଙ୍କାଳ ରଖାଯାଇଛି।

death3

କିଛି ଲୋକଙ୍କ କହିବା ହେଲା, ଏଠାକୁ ଆସି ଜଣାପଡ଼ିଥାଏ ଯେ ଆମ ଜୀବନ କେତେ ଛୋଟ ହୋଇଥାଏ ଏବଂ କେତେବେଳେ ବି କାହା ସହିତ କିଛି ବି ଘଟିପାରେ। ଜୀବନର ମୂଲ୍ୟକୁ ବୁଝିବା ପାଇଁ ଏହା ଏକ ପରଫେକ୍ଟ ଜାଗା। ତେବେ କିଛି ଗ୍ରାହକ ଏହି ରେଷ୍ଟୁରାଣ୍ଟ ଭିତରେ ପଶି ଖାଲି ବୁଲି ଦେଇ ପଳାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.