ଏବେ ସେନା ଅକ୍ତିଆରରେ ଏହି ବଙ୍ଗଳା, ୧୪୪ ବର୍ଷ ପୂର୍ବେ ବ୍ରିଟିଶ ବ୍ୟାଙ୍କ ନିକଟରେ ପଡିଥିଲା ବନ୍ଧା

ଉତ୍ତରପ୍ରଦେଶ ଲଖନଉର ଛାଵନୀ ଠାରେ ପ୍ରତିରକ୍ଷା ମନ୍ତ୍ରାଳୟ ବିଭାଗ ଦ୍ୱାରା ୪.୮୮ ଏକର ସ୍ଥାନ ନିର୍ମିତ ହୋଇଥିବା ଏକ ବଙ୍ଗଳା ଭାରତୀୟ ସେନାକୁ ପାଖାପାଖି ୧୪୪ ବର୍ଷ ପରେ ପୁଣି ଥରେ ମିଳିଛି ।  କହିରଖିବା ଉଚିତ ହେବକି ଏହି ବଙ୍ଗଳା ଟିକୁ ଉନବିଂଶ ଶତାବ୍ଦୀରେ ବ୍ରିଟିଶ ପ୍ରବନ୍ଧନ ବ୍ୟାଙ୍କ ନିକଟରେ ବନ୍ଧା ରଖାଯାଇଥିଲା ।  ବିଭିନ୍ନ ତଥ୍ୟରୁ ଜଣାଯାଇଛିକି ବର୍ତ୍ତମାନ ସମୟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ପୁରାତନ ବଙ୍ଗଳାଟିକୁ ୧୮୩୬ ମସିହାର ଏକ ଆକ୍ଟ ଅନୁଯାୟୀ ଏହାକୁ ୧୮୭୬ ରେ କୋୟଲସ ଚନ୍ଦ୍ର ମୁଖାର୍ଜୀଙ୍କୁ  ହସ୍ତାନ୍ତରଣ କରାଯାଇଥିଲା ।  କିନ୍ତୁ ଏହାର ଠିକ ବର୍ଷକ ପରେ ଅର୍ଥାତ ୧୮୭୭ ମସିହା ଜୁନ ମାସରେ କୋୟଲସ ଏହାକୁ ଦ ଦେଲ୍ହୀ ଆଣ୍ଡ ଲଣ୍ଡନ ନାମକ ଏକ ବ୍ୟାଙ୍କ ପାଖରେ ବନ୍ଧକ ରଖି ମୋଟା ଆକାରର ଲୋନ ନେଇଥିଲେ ।

bunglow

ଚାର ନେହେରୁ ରୋଡ ନିକଟସ୍ଥ ମଧ୍ୟ କମାନ ମୁଖ୍ୟାଳୟର ଠିକ ନିକଟରେ ହିଁ ଅବସ୍ଥିତ ଏହି ବଙ୍ଗଳା ।  ଲୋନ ବାବଦ ଅର୍ଥ ସମୟାନୁସାରେ ନ ଫେରେଇବାରୁ ବ୍ୟାଙ୍କ ତରଫରୁ ୧୮୭୭ ରେ ରିକଭରୀ ନୋଟିସ ଜାରି କରାଯାଇଥିଲା ।  ଏହା ସହ କୋର୍ଟରେ ଏକ ମାନହାନି ମୋକଦ୍ଧମା ମଧ୍ୟ ଦାୟର କରାଯାଇଥିଲା ।  କୋର୍ଟ ବ୍ୟାଙ୍କ ପକ୍ଷରେ ନିର୍ଣ୍ଣୟ ନେଇ ବଙ୍ଗଳା ନିଲାମୀ ନେଇ ନୋଟିସ ଜାରି କରିଥିଲେ ।  ଏହା ପରେ ୧୮୭୮ ଜାନୁଆରୀ ୧୦ ତାରିଖରେ ବ୍ୟାଙ୍କ ବଙ୍ଗଳାଟିକୁ ସମ୍ପୂର୍ଣ୍ଣ ରୂପେ କିଣି ନେଇଥିଲେ ।  ଏହି ଘଟଣାର ୧୯ ବର୍ଷ ପରେ ୧୮୯୭ ମାର୍ଚ୍ଚ ମାସ ୧୫ରେ ବଙ୍ଗଳା ମୁନ୍ସୀ ପ୍ରାଗ ନାରାୟଣ ଭର୍ଗବ ନାମକ ଜଣେ ବ୍ୟକ୍ତି ଏହାକୁ ବ୍ୟାଙ୍କ ଠାରୁ କିଣି ନେଇଥିଲେ ।

ଏହା ପରେ ଦୀର୍ଘ ୭୧ ବର୍ଷ ପର୍ଯ୍ୟନ୍ତ ଏହି ବଙ୍ଗଳା ଉପରେ କୌଣସି ପ୍ରକାର ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିଲା ।  କିନ୍ତୁ ୧୯୬୮ରେ ପ୍ରଥମ ଥର ପାଇଁ ରକ୍ଷା ମନ୍ତ୍ରାଳୟ ଉକ୍ତ ବଙ୍ଗଳା ଟିକୁ ନିଜ ଅଧିକାରକୁ ନେବାକୁ ନୋଟିସ ଜାରି କରିଥିଲେ । ୧୯୬୯ ଆରମ୍ଭରେ ଏହି ମାମଲା ଉଚ୍ଚ ନ୍ୟାୟାଳୟ ଅଧୀନକୁ ଯାଇଥିଲା ।  କିନ୍ତୁ ପର ବର୍ଷ ଅର୍ଥାତ ୧୯୭୦ ଏହା ଉପରେ କୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ ।  ୨୦୨୦ ନଭେମ୍ବର ୨୭
ରେ ଏହି ବଙ୍ଗଳାଟିକୁ ହସ୍ତାନ୍ତରଣ ନେଇ ନୋଟିସ ଜାରି କରିଥିଲେ ।  ଶେଷରେ ଦୀର୍ଘ ସମୟର ବ୍ୟବଧାନ ପରେ ବଙ୍ଗଳାଟି ସେନା ଅଧୀନକୁ ଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.