ପାଞ୍ଚ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ‘କିଡ୍ ଅଫ୍ ଦ ଇଅର’ ଭାବେ ମନୋନୀତ ହେଲେ ଭାରତୀୟ ବଂଶୋଦ୍ଭବ ଗୀତାଞ୍ଜଳି ରାଓ, ଜିତିଲେ ପ୍ରଥମ TIME ଆୱାର୍ଡ

ଟାଇମ୍ ମାଗଜିନ୍ ପକ୍ଷରୁ ପ୍ରଥମ ଥର ପାଇଁ କୌଣସି ପିଲାଙ୍କୁ ‘କିଡ୍ ଅଫ୍ ଦ ଇଅର’ ଭାବେ ମନୋନୀତ କରାଯାଇଛି। ୧୫ ବର୍ଷ ବୟସ୍କା ଭାରତୀୟ ଆମେରିକାନ ଗୀତାଞ୍ଜଳି ରାଓଙ୍କୁ କିଡ୍ ଅଫ ଦି ଇୟର-୨୦୨୦ ଭାବେ ଟାଇଟଲ ମିଳିଛି। ଜଣେ ବୈଜ୍ଞାନିକ ତଥା ଉଦଭାବକ ଗୀତାଞ୍ଜଳି, ଏଥିଲାଗି ପ୍ରାର୍ଥୀତ୍ୱ ଦେଇଥିବା ୫ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି।

ସାଇବର ବୁଲିଂର ମୁକାବିଲା ଲାଗି ଗୋଟିଏ ଆପ୍ ପ୍ରସ୍ତୁତ କରି ଗୀତାଞ୍ଜଳି ପାନୀୟ ଜଳର ସୁଦ୍ଧତା ନିଶ୍ଟିତ କରିବା ଲାଗି ଶସ୍ତାରେ ବୈଷୟିକ ଜ୍ଞାନ କୌଶଳ ଉପରେ କାମ କରୁଛନ୍ତି। କିଡ ଅଫ ଦି ଇୟର ମନୋନୟନ ଲାଗି ଟାଇମ ମାଗାଜିନ୍ ଏକାଡେମୀ ପୁରସ୍କାର ପ୍ରାପ୍ତ ହଲିଉଡ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ସହ ଗୀତାଞ୍ଜଳିଙ୍କ ସାକ୍ଷାତକାର କରାଇଥିଲେ। ଯେଉଁଥିରେ ଗୀତାଞ୍ଜଳିଙ୍କୁ ମାପିବାରେ ଏଞ୍ଜେଲିନା ମଧ୍ୟ ବିଫଳ ହୋଇଥିଲେ।

ସାଇବର ବୁଲିଂ ରୋକିବା ପାଇଁ ରିସର୍ଚ୍ଚ କରାଯାଇଥିବା ବିଷୟରେ ଗୀତାଞ୍ଜଳି କହିଛନ୍ତି, ଏହା ଏକ ପ୍ରକାର ସର୍ଭିସ। ଯାହାର ନାମ Kindly ରହିଛି। ଏହା ଏକ ଆପ୍ ଏବଂ କ୍ରୋମ ଏକ୍ସଟେନସନ। ଯାହା ଆରମ୍ଭର ସାଇବର ବୁଲିଂକୁ ଠାବ୍ କରିଥାଏ। ଏମିତି କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଟେକ୍ନଲୋଜିର ସହାୟତା ନିଆଯାଏ। ମୁଁ କେବଳ ଏହି ଡିଭାଇସକୁ ପ୍ରସ୍ତୁତ କରି ଦୁନିଆର ସମସ୍ଯା ସମାଧାନ କରିବାରେ ସୀମିତ ରଖିବାକୁ ଚାହୁଁନାହିଁ, ବରଂ ଅନ୍ଯମାନଙ୍କୁ ଏହାକୁ କରିବା ପାଇଁ ପ୍ରେରିତ କରାଇବି।

ଏଞ୍ଜେଲିନାଙ୍କ ସହ ଆଲୋଚନାରେ ଗୀତାଞ୍ଜଳି ଯେତେବେଳେ ୧୦ ବର୍ଷର ହୋଇଥିଲେ ସେତେବେଳେ ଡେନଭର ୱାଟରକ୍ୱାଲିଟି ରିସର୍ଚ୍ଚ ଲ୍ୟାବରେ କାର୍ବନ ନାନୋ ଟ୍ୟୁବ୍ ସେନସର ଟେକନିକ୍ ଉପରେ ଗବେଷଣା କରିବାକୁ ଚାହୁଁଥିଲେ ବୋଲି କହିଥିଲେ। ସେ କହିଥିଲେ ଯେ ଏହି କାମ ବହୁତ ଶୀଘ୍ର ହେବ ଓ ଆମ ପିଢିହିଁ ଖୁବ୍ ଶୀଘ୍ର ଏହି କାମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.