ଚାନ୍ଦା ମାଗି ସସ୍‌ପେଣ୍ଡ ହେଲେ ହରିଚନ୍ଦନପୁର ଥାନାର କନେଷ୍ଟବଳ, ଅଡିଓ ଭାଇରାଲ୍ ପରେ ନିଆଗଲା ଆକ୍ସନ୍

କେନ୍ଦୁଝର: ଲୋଭ ମଣିଷକୁ ଯେ କେତେ ନିଚ୍ଚ ସ୍ତରକୁ ନେଇଯାଏ ତାହାକୁ କଳ୍ପନା କରିବା ମୁସ୍କିଲ୍ । ତେବେ କେନ୍ଦୁଝରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ସାମଜକୁ ରକ୍ଷା କରୁଥିବା ପୋଲିସ୍ ବାବୁଙ୍କୁ ନେଇ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି। ଯାହାର ଅଡିଓ ଭାଇରାଲ୍ ହେବାପରେ ସମଗ୍ର ଅଞ୍ଚଳରେ ଚର୍ଚା ଜୋର ଧରିବାରେ ଲାଗିଛି । ତେବେ ଜଣେ ପୋଲିସ୍ ବିଭାଗର କର୍ମଚାରୀ ଟଙ୍କା ହଡପ କରୁଥିବାର ପ୍ରମାଣ ହସ୍ତଗତ ହୋଇଛି।

କୌଣସି ଏକ କାମ ପାଇଁ ଜଣେ ବ୍ଯକ୍ତିଙ୍କୁ ଟଙ୍କା ଫାଇନାଲ୍ କରାଯିବାକୁ କୁହାଯାଉଛି। ଯାହାର ଅଡିଓ ଭାଇରାଲ ହେବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ତଦନ୍ତ କରିବାପରେ କେନ୍ଦୁଝର ଆରକ୍ଷୀ ଅଧ୍ୟକ୍ଷକ ଥାନା କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି । ହରିଚନ୍ଦନପୁର ଥାନାର ନିରଞ୍ଜନ ଓଝା ନାମକ ଜଣେ କର୍ମଚାରୀ ଫୋନ୍‌ରେ ଚାନ୍ଦା ଆଦାୟ କରୁଥିବା ଅଡିଓ ଦ୍ବାରା ସ୍ପଷ୍ଟ ହୋଇଛି । ଖାଲି ସେତିକି ନୁହେଁ ନିରଞ୍ଜନ ଜୁଆଡିଙ୍କଠାରୁ ଥାନା ବାବୁ ଓ SDPOଙ୍କ ନାଁରେ ଚାନ୍ଦା ଆଦାୟ କରୁଥିବା ଜଣାପଡିଛି । ତେବେ ଅଡିଓ ଭାଇରାଲ ପରେ ନାମ ସେନା ପକ୍ଷରୁ ଏ ନେଇ କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଥିଲା ।

ଗୋଟେ ପଟେ ପୋଲିସ୍ ର ଦାଦା ବଟିକୁ ନା ଅଭିଯାନ ଚାଲିଥିବାବେଳେ, ଅନ୍ଯପଟେ ପୋଲିସ୍ କର୍ମଚାରୀ ଚାନ୍ଦା ଆଦାୟ କରିବା ଘଟଣା ପୋଲିସର ନୈତିକତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି । ଅନ୍ଯପଟେ ଏଦିଗରେ ଉଚିତ୍ ତଦନ୍ତ କରାଯାଇ ପଦକ୍ଷପ ନିଅଆଯିବ ବୋଲି ଡିଏସପି କ୍ରାଇମ ସୁରେଶ ପାତ୍ର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.