Below header

ସାମ୍ନାକୁ ଆସିଲା ଭାରତୀୟ ରେଳର ବାହୁବଳୀ ଇଞ୍ଜିନ୍‌ Wag12Bର ଭିଡିଓ, ଟ୍ରାକରେ ଦେଖି ଚମକି ପଡୁଛନ୍ତି ଲୋକେ

ଯଦି ଭାରତୀୟ ରେଳର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ ବିଷୟରେ କଥା ହେବା ତାହେଲେ ଏହାର ବ୍ୟବହାର ମାଲଗାଡି ଟାଣିବା ପାଇଁ କରାଯାଏ । କାରଣ ମାଲଗାଡି ହଜାର ହଜାର ଟନ୍‌ ଓଜନ ହୋଇଥାଏ, ଯେଉଁଥିପାଇଁ ମାଲଗାଡି ଇଞ୍ଜିନକୁ ଟାଣିବାକୁ ପଡିଥାଏ ।

ଭାରତୀୟ ରେଳରେ ଦୁଇ ପ୍ରକାର ଇଞ୍ଜିନ୍‌ ବ୍ୟବହାର କରାଯାଏ । ପ୍ରଥମଟି ହେଉଛି ଇଲେକଟ୍ରିକ ଏବଂ ଦ୍ୱିତୀୟଟି ହେଉଛି ଡିଜେଲ ଇଞ୍ଜିନ୍‌ । ଏହି ଦୁଇଟିକୁ ବିଶେଷତଃ ବ୍ୟବହାର କରାଯାଇଥାଏ । ଯଦିଓ କିଛି ବିଶେଷ ମଉକାରେ ଇଷ୍ଟୀମ ଇଞ୍ଜିନର ମଧ୍ୟ ବ୍ୟବହାର କରାଯାଏ ।
କିନ୍ତୁ ଯଦି ଭାରତୀୟ ରେଳର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ ବିଷୟରେ କଥା ହେବା ତାହେଲେ ଏହାର ବ୍ୟବହାର ମାଲଗାଡି ଟାଣିବା ପାଇଁ କରାଯାଏ । କାରଣ ମାଲଗାଡି ହଜାର ହଜାର ଟନ୍‌ ଓଜନ ହୋଇଥାଏ, ଯେଉଁଥିପାଇଁ ମାଲଗାଡି ଇଞ୍ଜିନକୁ ଟାଣିବାକୁ ପଡିଥାଏ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ମାଲଗାଡି ଟ୍ରେନର ଓଜନ ସାଧାରଣ ଟ୍ରେନ୍‌ ଠାରୁ ଅନେକ ଗୁଣା ଅଧିକ ହୋଇଥାଏ । ଏମିତିରେ ଏହି ଟ୍ରେନ ପାଇଁ ବହୁତ ଶକ୍ତିଶାଳୀ ଇଞ୍ଜିନର ଆବଶ୍ୟକ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଭାରତୀୟ ରେଳର ସବୁଠାରୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଇଞ୍ଜିନ ବିଷୟରେ । ଯାହାକୁ ଓ୍ଵାଗ୧୨ବି କୁହାଯାଏ । ଏହାକୁ ସବୁଠାରୁ ଶକ୍ତିଶାଳୀ ଇଲେକଟ୍ରିକ ଲୋକୋମେଟିଭ୍‌ ଭାବରେ ଜଣାଯାଏ ।

ଆଉ ସବୁଠାରୁ ଖାସ୍‌ କଥା ହେଉଛି ଏବେ ସାମ୍ନାକୁ ଆସିଛି ଭାରୀୟ ରେଳର ବାହୁବଲୀ ଇଞ୍ଜିନ୍‌ ‘ଓ୍ଵାଗ୧୨ବି’ର ଭିଡିଓ । ଯାହାକୁ ଟ୍ରାକ୍‌ ଉପରେ ଦେଖିଲେ ଆଖି ଖୋଲା ହିଁ ଖୋଲା ରହିଯାଉଛି । ହଁ ଆଜ୍ଞା ରେଳ ମନ୍ତ୍ରାଳୟ ଏହି ଇଞ୍ଜିନର ଭିଡିଓକୁ ସେୟାର କରିଛନ୍ତି । ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ଆଜ୍ଞା । ଭିଡିଓରେ ଦେଖିବାକୁ ମିଳୁଛି ଯେ ଓ୍ଵାଗ୧୨ବି ଇଞ୍ଜିନ୍‌ ଏକ ଡବଲ ଡେକର ମାଲଗାଡିକୁ ଟାଣୁଛି । ରେଳ ମନ୍ତ୍ରାଳୟ ମଧ୍ୟ ଏହି ଭିଡିଓକୁ ସେୟାର କରି ଜଣାଇଛି ଯେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ଇଲେକଟ୍ରିକ ଲୋକୋମେଟିଭ୍‌ ।

ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ମେ ୨୦୨୦ ପର୍ଯ୍ୟନ୍ତ ଓ୍ଵାଗ୧୧କୁ ଭାରତୀୟ ରେଳର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ ଭାବରେ ଜଣାଯାଉଥିଲା । ଆଉ ଏହାର ମୋଟ କ୍ଷମତା ୧୧ ହଜାର ହର୍ସ ପାଓ୍ଵାର୍‌ ଥିଲା । କିନ୍ତୁ ୧୮ ମେ ୨୦୨୦ରେ ଓ୍ଵାଗ୧୨ବିକୁ ଭାରତୀୟ ରେଳରେ ସାମିଲ କରାଗଲା । ତାପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ ବନିଯାଇଛି ।

୧୮ ମେ ୨୦୨୦ରେ ପଣ୍ଡିତ୍‌ ଦୀନ ଦୟାଲ ଉପାଧ୍ୟାୟ ଷ୍ଟେସନରୁ ଶିବପୁର ଯାତ୍ରାରେ ପ୍ରଥମ ଥର ଏହି ଇଞ୍ଜିନକୁ ସାମ୍ନାକୁ ଅଣାଯାଇଥିଲା । ଏହାର ମୋଟ କ୍ଷମତା ୧୨ ହଜାର ହର୍ସ ପାଓ୍ଵାର । ଏହା ଦୁନିଆର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ ଭାବେ ବେଶ ପରିଚିତ । ଏହି ଇଞ୍ଜିନର ନିର୍ମାଣ ବିହାରର ମଧେପୁରା ସ୍ଥିତ MELPLରେ ହୋଇଥିଲା ।

ତେବେ କହିରଖିବାକୁ ଚାହିଁବୁ ଫ୍ରାନ୍ସର Alstom କମ୍ପାନୀ ସହିତ ଚୁକ୍ତି ହୋଇଛି । ଯାହାପରେ ଏହି ଇଞ୍ଜିନର ନିର୍ମାଣ ହୋଇଆସୁଛି । ଏହି ଇଞ୍ଜିନର ଖାସ୍‌ ଧ୍ୟାନ ଉତ୍ତର ପ୍ରଦେଶର ସହରାନପୁର ଏବଂ ମହାରାଷ୍ଟ୍ରର ନାଗପୁର ୟାର୍ଡରେ କରାଯାଉଛି । ଏହାର ଇଞ୍ଜିନ ୧୮୦ ଟନ୍‌ । ଯାହାକି ଏହା ୬୦୦୦ ଟନ ଓଜନକୁ ଟାଣିବାର କ୍ଷମତା ରଖିଥାଏ । ଏହାର ସର୍ବାଧିକ ବେଗ ୧୨୦ କିଲୋମିଟର ପ୍ରତି ଘଣ୍ଟା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.