ବାତ୍ୟା ମିଗଜୋମ୍ ପ୍ରଭାବ: ସବୁ ଜିଲ୍ଲାପାଳଙ୍କୁ ଫସଲ କ୍ଷୟକ୍ଷତିର ରିପୋର୍ଟ ମାଗିଲେ SRC

SRC ମାଗିଲେ ଫସଲ କ୍ଷୟକ୍ଷତି ରିପୋର୍ଟ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC ସତ୍ୟବ୍ରତ ସାହୁ । ଫସଲ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଡିସେମ୍ବର ୧୨ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): SRC ମାଗିଲେ ଫସଲ କ୍ଷୟକ୍ଷତି ରିପୋର୍ଟ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC ସତ୍ୟବ୍ରତ ସାହୁ । ଫସଲ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଡିସେମ୍ବର ୧୨ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ରାଜସ୍ବ ଓ ବିପର୍ଯ୍ୟୟ ମୁକାବିଲା, କୃଷି ବିଭାଗକୁ ମିଳିତ ସର୍ଭେ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମିଗଜୋମ୍ ପ୍ରଭାବରେ ନଷ୍ଟ ହୋଇଛି ଫସଲ ।

ଏହି ବାତ୍ୟା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଖରିଫ୍ ଫସଲ ଏବଂ ଉଦ୍ୟାନ କୃଷି ଫସଲ କ୍ଷତି ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ପ୍ରଭାବିତ କୃଷକଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ନିୟମ ଅନୁଯାୟୀ ୩୩ ପ୍ରତିଶତ ବା ତାଠାରୁ ଅଧିକ ପରିମାଣର ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କୃଷି ଇନପୁଟ ସବସିଡି ପ୍ରଦାନ କରାଯିବ। ଏନେଇ ମିଳିତଭାବେ ରାଜସ୍ବ ଓ କୃଷି ଅଧିକାରୀ ତଦନ୍ତ କରିବେ । ରିପୋର୍ଟ ପରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି SRC କହିଛନ୍ତି ।

ଫସଲ କ୍ଷତିର ପରିମାଣ ଆକଳନ କରିବା ବେଳେ, ପ୍ରଭାବିତ କୃଷକଙ୍କ ଜମି ସମ୍ପର୍କିତ ତଥ୍ୟ ଭୁଲେଖରୁ ଯାଞ୍ଚ କରାଯିବ। ଜିଲ୍ଲାପାଳ ଫସଲ କ୍ଷୟକ୍ଷତିର ଅନୁମୋଦନ ପ୍ରଦାନ କରିବେ। ତେବେ ଚଳିତ ବର୍ଷ ପୂର୍ବରୁ ବନ୍ୟା ଏବଂ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିବା ଫସଲ ଏବେର ମୂଲ୍ୟାଙ୍କନରେ ଅନ୍ତର୍ଭୂକ୍ତ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.