Below header

ନୂଆବର୍ଷରୁ ଶୃଙ୍ଖଳିତ ହେବ ଜଗା ଦର୍ଶନ, ସେଣ୍ଟ୍ରାଲ ଏସି ଟନେଲ ଦେଇ ଯିବେ ଶ୍ରଦ୍ଧାଳୁ

ଶୃଙ୍ଖଳିତ ହେବ ଜଗା ଦର୍ଶନ । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଏନେଇ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଣ୍ଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ଆରମ୍ଭ ହୋଇଛି । ଡିଜାଇନ୍ ଅନୁସାରେ ୮୪ ମିଟର ଲମ୍ବ, ୧୨ ମିଟର ଚଉଡ଼ା ଓ ୮ ଲେୟର ବିଶିଷ୍ଟ ହେବ ଏହି ଟନେଲ ।

ପୁରୀ (କେନ୍ୟୁଜ): ଶୃଙ୍ଖଳିତ ହେବ ଜଗା ଦର୍ଶନ । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଏନେଇ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଣ୍ଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ମରଚିକୋଟ ଛକରୁ ଶ୍ରୀନଅର ଓ ଶ୍ରୀମନ୍ଦିର ଚତୁପାର୍ଶ୍ବରୁ ଉଠାଦୋକାନୀଙ୍କୁ ହଟାଯାଇଛି। ଏଥି ସହିତ ମରଚିକୋଟ ଛକର ବଡଦାଣ୍ଡ ଭେଣ୍ଡିଂ ଜୋନ୍ ମୁକ୍ତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ଆରମ୍ଭ ହୋଇଛି । ଡିଜାଇନ୍ ଅନୁସାରେ ୮୪ ମିଟର ଲମ୍ବ, ୧୨ ମିଟର ଚଉଡ଼ା ଓ ୮ ଲେୟର ବିଶିଷ୍ଟ ହେବ ଏହି ଟନେଲ । ଏହି ଟନେଲର ନିର୍ମାଣ କାର୍ଯ୍ୟ ଚଳିତ ଡିସେମ୍ବର ୨୫ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ କହିଛନ୍ତି।

ଟନେଲ ନିର୍ମାଣ ଠିକା ସଂସ୍ଥାର କର୍ମଚାରୀ ଅନିଲ ନାୟକ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ବଡଦାଣ୍ଡରେ କଳେବର ହେଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଣ୍ଟ୍ରାଲ ଏସି ଟନେଲ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ହେଉଛି । ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯାଉଛି। ଏହି ଲମ୍ବା ସେଡରେ ପ୍ରାୟ ୧୫ଟି ଖୁଣ୍ଟି ଓ ସଂପୂର୍ଣ୍ଣ ପାଲ ଆଚ୍ଛାଦିତ ଏସି ଟନେଲ ଡିଜାଇନ ସେଡ୍ ସହ ଷ୍ଟିଲ ବେରିକେଡ, ବସିବା ପାଇଁ ବ୍ୟବସ୍ଥା ଆଦି ସୁବିଧା କରାଯାଉଛି। ଡିସେମ୍ବର୨୫ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାଦ୍ବାରା ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।

ଏହା ମଧ୍ଯ କୁହାଯାଇଛି , ପୁରୀ ବଡଦାଣ୍ଡ ‘ନୋ ଭେଣ୍ଡିଂ ଜୋନ୍’ ହେବ । ଭକ୍ତଙ୍କ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ନିଆଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁପାର୍ଶ୍ବରୁ ଉଠାଦୋକାନ ହଟାଯାଇଛି। ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଊର୍ଦ୍ଧ୍ବ ଉଠାଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍ କରାଯାଇ ଥଇଥାନ କରାଯାଉଛି। ଆଉ ଏବେ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ ହଜାର ଟଙ୍କା ଦୁଇମାସ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.