ଚାଲିଲା ‘ସୁପର ଶେଷନାଗ’, ଯାହା ଆଗରେ ଆମେରିକା ଏବଂ ଇଂଲଣ୍ଡର ଇଂଜିନିୟର ମଧ୍ୟ ନତମସ୍ତକ

ଭାରତୀୟ ରେଳ ଲଗାତାର ନୂଆ ନୂଆ କୀର୍ତ୍ତିମାନ ସୃଷ୍ଟି କରୁଛି। ଗତବର୍ଷ ଜୁଲାଇରେ ସୁପର ଆନାକୋଣ୍ଡା ଟ୍ରେନ ଚଳାଇବା ପରେ ଭାରତୀୟ ରେଳ ଏବେ ତା’ ଠାରୁ ଲମ୍ବା ଟ୍ରେନ ‘ଶେଷନାଗ’ ଚଲାଇଥିଲା। ଏବେ ରେଳବାଇ ସବୁ ରେକର୍ଡକୁ ପଛରେ ପକାଇ ସବୁଠାର ଲମ୍ବା ଟ୍ରେନ ‘ସୁପର ଶେଷନାଗ’କୁ ଟ୍ରାକରେ ଦୌଡାଇଛି। ଏହି ଟ୍ରେନ ଛତିଶଗଡର କୋରବାରୁ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି। ଯାହାକୁ ରେଲୱେ ପକ୍ଷରୁ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି।

ସୁପର ଶେଷନାଗ ଟ୍ରେନ ଭାରତୀୟ ରେଲୱେ ନେଟୱାର୍କରେ ଚାଲୁଥିବା ସବୁଠାରୁ ଲମ୍ବା ଟ୍ରେନ। ଯାହାର ୪ଟି ଇଂଜିନି ରହିଛି। ମାଲ ପରିବହନରେ ଶେଷନାଗ ଟ୍ରେନକୁ ସଫଳତା ମିଳିବ ପରେ ଭାରତୀୟ ରେଳ ଦ୍ବାରା ‘ସୁପର ଶେଷନାଗ’କୁ ସଫଳତାପୂର୍ବକ ସଂଚାଳନ କରାଯାଇଛି। ଏହି ଟ୍ରେନରେ ୪ଟି ଲୋଡ୍ ମାଲଗାଡିକୁ ୨୦,୯୦୬ ଟନ ଓଜନ ସହିତ କୋରବା, ଛତିଶଗଡରୁ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଥିଲା। ଏହି ଟ୍ରେନର ଲମ୍ବା ୨.୮ କିମି ରହିଛି।

ଏହି ଟ୍ରେନର ଚର୍ଚ୍ଚା ଏବେ ବିଦେଶରେ ମଧ୍ୟ ଲାଗିରହିଛି। ଏହି ଟ୍ରେନର ଟେକନିକ୍ ବିଷୟରେ ଜାଣିବା ଆମେରିକା ଏବଂ ବ୍ରିଟେନର ଇଂଜିନିୟର ମଧ୍ୟ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି। ଏହି ଗାଡିକୁ ଚାରିଟି ଇଂଜିନ ଟାଣିଥାଏ, ଯାହାର କଣ୍ଟ୍ରୋଲ କେବଳ ପ୍ରଥମ ଇଂଜିନରେ ରହିଥାଏ। ବାକି ଅନ୍ଯ ସବୁ ଇଂଜିନ କେବଳ ୱେୟାରଲେସ ସିଷ୍ଟମ ମାଧ୍ୟମରେ ଆଗ ଇଂଜିନର ନିର୍ଦ୍ଦେଶ ପାଳନ କରନ୍ତି।

ସୂଚନାଯୋଗ୍ଯ, ପୂର୍ବରୁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଟ୍ରାକରେ ୨୫୧ ୱାଗନ୍ ବିଶିଷ୍ଟ ‘ଶେଷନାଗ’ ଟ୍ରେନକୁ ନିୟୋଜିତ କରିଥିଲା। ଏହି ଟ୍ରେନ୍ ୬ ଘଣ୍ଟା ମଧ୍ୟରେ ପ୍ରାୟ ୨୬୦ କିଲୋମିଟର ଅତିକ୍ରମ କରିଥିଲା। ଏହାପୂର୍ବରୁ ଭାରତୀୟ ରେଳବାଇ ‘ସୁପର ଆନାକୋଣ୍ଡା’ ଟ୍ରେନ୍ ଚଳାଚଳ କରିଥିଲା। ୨ କିମି ଲମ୍ବା କିଲୋମିଟର ଲମ୍ବା ‘ସୁପର ଆନାକୋଣ୍ଡା’ରେ ତିନୋଟି ଇଞ୍ଜିନ୍ ବ୍ୟବହୃତ ହୋଇଥିଲା ଏବଂ ଏହାର ଓଜନ ୧୫ ହଜାର ଟନ୍ ଥିଲା ।