ସମୁଦ୍ରରେ ସାତବର୍ଷ ଧରି ୨୭ ଥର ପୃଥିବୀର ପରିକ୍ରମା କରିଛି ଆଇଏନଏସ ବିରାଟ, ଅନେକ ଥର ମୁଖ୍ୟ ଭୂମିକା ମଧ୍ୟ ନିର୍ବାହ କରିଛି

ସବୁଠାରୁ ଅଧିକ ସମୟ ସେବାରେ ଥିବା ଆଇଏନଏସ ବିରାଟ ନିଜର ଶେଷ ଯାତ୍ରା ଆରମ୍ଭ କରିଛି। ନୌସେନାରେ ବିରାଟକୁ ‘ଗ୍ରାଣ୍ଡ ଓଲଡ ଲେଡି’ ମଧ୍ୟ କୁହାଯାଏ। ମୁମ୍ବାଇରୁ ଗୁଜରାଟ ଅଲଙ୍ଗ ସ୍ଥିତ ଶ୍ରୀରାମ ଗ୍ରୁପ ଏହି ଐତିହାସିକ ଯୁଦ୍ଧ ବିମାନବାହକ ଜାହାଜ କୁ ୩୮.୫୪ କୋଟି ଟଙ୍କାରେ ନିଲାମ ଜିତି ନିମ ରାମରେ କରିଛି। ଆଇଏନଏସ ଏକମାତ୍ର ଯୁଦ୍ଧ ବିମାନବାହକ ଜାହାଜ, ଯେଉଁଥିରେ ବ୍ରିଟେନ ଏବଂ ଭାରତ ନୌସେନାର ସେବା ପ୍ରଦାନ କରିଛି।

ସେବାରୁ ମୁକ୍ତ ହେଲା ବିରାଟ :

ବିରାଟ ଯୁଦ୍ଧ ବିମାନବାହକ ଜାହାଜ। ଯାହାର ଲମ୍ବ ୨୨୬ ମିଟର ଏବଂ ଚଉଡା ୪୯ ମିଟର ଏବଂ ଓଜନ ୨୭,୮୦୦ ଟନ ରହିଛି। ୧୯୮୪ରେ ଏହାକୁ କିଣିଥିଲା ଭାରତ ଏବଂ ୧୯୮୭ରେ ଏହା ଭାରତୀୟ ନୌସେନାରେ ଆଇଏନଏସ ବିରାଟ ନାମରେ ସାମିଲ ହୋଇଥିଲା। ଏଠାରେ ବିରାଟ ଆଇଏନଏସ ବିକ୍ରାନ୍ତ ସହିତ ଯୋଡି ହୋଇଥିଲା। ୧୯୯୭ରେ ବିକ୍ରାନ୍ତ ସେବାନିବୃତ୍ତ ହେବା ପରେ ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଭାରତର ସମୁଦ୍ର ସୀମାରେ ପହରା ମାରିଥିଲା ବିରାଟ। ମାର୍ଚ୍ଚ ୨୦୧୭ରେ ଏହାକୁ ସେବାରୁ ନିବୃତ୍ତ କରାଯାଇଥିଲା।

ins virat

ଭାରତ ପୂର୍ବରୁ ବ୍ରିଟେନ ରୟାଲ ନେଭିରେ ଏଚଏମଏସ ର୍ହିମସ ରୂପେ ୨୫ ବର୍ଷ ସେବା ଯୋଗାଇଛି। ବ୍ରିଟେନ ରୟାଲ ନେଭିର ସାମିଲ ହେବା ସମୟରେ ପ୍ରିନ୍ସ ଚାଲର୍ସ ନିଜର ନୌସେନା ଟ୍ରେନିଂ ପୂରଣ କରିଥିଲେ। ଫକଲ୍ୟାଣ୍ଡ ଯୁଦ୍ଧରେ ବ୍ରିଟିଶ ନେଭି ତରଫରୁ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ବିରାଟ ଭାରତ ପାଇଁ ଅନେକ ଥର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ବ୍ରିଟେନ ରୟାଲ ନେଭି ସହିତ ଫକଲ୍ୟାଣ୍ଡ ଯୁଦ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା। ଜୁଲାଇ ୧୯୮୯ରେ ଶ୍ରୀଲଙ୍କା ଶାନ୍ତି ସ୍ଥାପନ ସମୟରେ ଅପରେସନ ଜୁପିଟରରେ ଭାଗ ନେଇଥିଲା। ୨୦୦୧ରେ ସଂସଦ ହାମଲା ପରେ ଅପରେସନ ପରାକ୍ରମରେ ମଧ୍ୟ ମୁଖ୍ୟ ଭୂମିକା ନିର୍ବାହ କରିଥିଲା।

ii

ସମୁଦ୍ରରେ ବହୁତ ବର୍ଷ:

ବିରାଟରୁ ବିଭିନ୍ନ ବିମାନ ଉଡାଣ ଭରିଛି। ୨୨,୬୨୨ ଉଡାଣ ଘଣ୍ଟା ଏହାର ସାକ୍ଷୀ। ତିନି ଦଶରୁ ଆଇଏନଏସ ବିରାଟ ୨,୨୫୨ ଦିନ ସମୁଦ୍ରରେ ବିତାଇଛି। ଏହି ସମୟରେ ୫.୮୮ ଲକ୍ଷ ନଟିକଲ ମାଇଲ ଦୂରତା ଯାତ୍ରା କରିଛି। ପାଖାପାଖି ୭ ବର୍ଷ ଧରି ସମୁଦ୍ରରେ ୨୭ ଥର ପୃଥିବୀର ପରିକ୍ରମା କରିଛି ବିରାଟ।

ଆଇଏନଏସ ବିରାଟର ନାମ ଗିନିଜ ବୁକ ଅଫ ରେକଡର୍ସରେ ଦୁନିଆର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ସେବା ଦେଉଥିବା ଯୁଦ୍ଧପୋତ ଭାବେ ନିଜ ନାମ ଦାଖଲ କରିଛି।

Leave A Reply

Your email address will not be published.