Below header

ତାର ଅଛି ମୋର ନାହିଁ, ଏ ଗପ ପଢ଼ିଲେ ସେ କଥା ଆଉ ମନରେ ଧରିବେନି

ଦୁନିଆରେ ଗୋଟିଏ ବଡ଼ ଉଦାହରଣ ଥିବା ଗପଟିଏ ଆପଣଙ୍କୁ କହୁଛୁ । ଜଣେ ପିଲା ନିଜ ବାପା ପାଖରେ ଜୋତା କିଣିବା ପାଇଁ ଜିଦ୍ କଲା । ବାପା ତାକୁ ବହୁତ ବୁଝାଇଲେ ଯେ ଏବେ ପଇସା ନାହିଁ ପରେ କିଣିବା । ହେଲେ ପିଲାଟି ବୁଝିଲା ନାହିଁ । ତେଣୁ ଟଙ୍କା ଧାର କରି ବାପା ପିଲାଟିକୁ ଜୋତା କିଣିଦେବା ପାଇଁ ବଜାରକୁ ନେଲେ । ବାଟରେ ଦେଖିଲେ ଗୋଟିଏ ଗୋଡ଼ ନଥିବା ଲୋକ ବସି ଭିକ ମାଗୁଛି । ବାପା ତାଙ୍କ ପୁଅକୁ ତା ଆଡ଼କୁ ଇସାରା କରି ଦେଖାଇଲେ । ପିଲାଟି କିଛି ବୁଝି ପାରିଲା ନାହିଁ । ବାପା କହିଲେ ତୁ ଜୋତା ପାଇଁ ସିନା ଜିଦ୍ କରୁଛୁ ହେଲେ ଦେଖ୍ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯାହାର ଗୋଡ଼ ନାହିଁ । ଏହାପରେ ପିଲାଟି ସେଇଠୁ ବାପାଙ୍କୁ କହିଥିଲା ଘରକୁ ଫେରିଯିବା ଲାଗି ।

story1ଏଇ ଗପଟି ଏତିକି ଶିକ୍ଷା ଦିଏ, ତୁମେ ନିଜେ ଚାହିଁଲେ ସବୁ ଜିନିଷ ତୁମ ଆବଶ୍ୟକତା ଭାବେ ଦିଶିବ । ଆଉ ଯଦି ନିଜ ସହ ବୁଝାମଣା କରିବେ ତେବେ ଅନେକ ଜିନିଷ ଆପଣଙ୍କ ପାଇଁ ଅନାବଶ୍ୟକ ହୋଇଯିବ । ତା ସହିତ ଚିନ୍ତା ଏବଂ ଅସନ୍ତୋଷ ଭାବ ମଧ୍ୟ କଟିଯିବ । ଅନ୍ୟ କାହାର କାନରେ ସୁନା ଅଛି ମୋର ନାହିଁ ବୋଲି ଭାବିବେ ତେବେ ମନକୁ କଷ୍ଟ ଆସିବା ଥୟ । ଆଉ ଯଦି ତାକୁ ସକାରାତ୍ମକ ଭାବେ ‘ତାର ଥିଲେ ମୋର କଣ ଯାଏ ଆସେ, ମୁଁ ମୋ ପାଖରେ ଥିବା ପ୍ରତିଟି ଜିନିଷ ପାଇଁ ଖୁସି’ ବୋଲି ଭାବିବେ ତେବେ ତୁମର ମନରେ ଈର୍ଷା, ଲୋଭ ଆଦି କିଛି ବି ଆସିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.