Below header

ରୋମର କ୍ରୁର ରାଜାଙ୍କର ଅଦ୍ଭୁତ କାହାଣୀ, ଛେଳିର ନାମ ଣୁଣିଲା ମାତ୍ରେ ଦେଉଥିଲେ ଫାଶୀ ଦଣ୍ଡାଦେଶ

ଆପଣମାନେ ଇତିହାସରେ ଅନେକ ରାଜା ମହାରାଜାଙ୍କ ବିଷୟରେ ନିଶ୍ଚିନ୍ତ ରୂପେ ଶୁଣିଥିବେ ବା ପଢିଥିବେ । ସେତେବେଳେ ଅନେକ କ୍ରୁର ରାଜା ମଧ୍ୟ ଥିଲେ ଯାହାଙ୍କର କିଛି ଘଟଣା ବିଷୟରେ ଯଦି ଶୁଣିବେ ତେବେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏମିତି ଏକ ରାଜା ଥିଲେ ରୋମର ତୃତୀୟ ସମ୍ରାଟ ଗାୟସ ଜୁଲିୟସ ସିଜର ଜର୍ମାନିକସ୍‌ ବା କାଲିଗୁଲା । ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ରାଜା ମାନଙ୍କ ମଧ୍ୟରେ ତାଙ୍କୁ ଗଣାଯାଏ । ଜୁଲିୟସ ସିଜରଙ୍କ ବିଷୟରେ ଏହା ମଧ୍ୟ ଶୁଣାଯାଏ କି, ସେ ନିଜକୁ ରୋମର ଦେବୀ ଭିନସଙ୍କ ବଂଶଧର ବୋଲି ଦାବି କରୁଥିଲେ । ଜୁଲିୟସଙ୍କ ଏମିତି ଅନେକ ଅଜଣା ରୋଚକ କଥା ମାନ ରହିଛି । ଆସନ୍ତୁ ଆଜି ସେ ଉପରେ ଏକ ନଜର ପକାଇବା ।

king 2

ସମ୍ରାଟ ଜୁଲିୟସଙ୍କୁ ଲମ୍ବା କେଶ ପସନ୍ଦ ନଥିବାରୁ ସେ ରାଜ୍ୟରେ କୌଣସି ବ୍ୟକ୍ତିଙ୍କୁ ଲମ୍ବା କେଶ ରଖିବାକୁ ଅନୁମତି ଦେଉନଥିଲେ । ଯଦି କେବେ କୌଣସି ବ୍ୟକ୍ତି ଲମ୍ବା କେଶ ରଖିଥିବା ନେଇ ନଜରରେ ଆସନ୍ତି ତେବେ ସେ ତାଙ୍କୁ ତୁରନ୍ତ ନଣ୍ଡା କରିଦେବାକୁ ଆଦେଶ ଦିଆ ଯାଉଥିଲା । ରାଜା ଜୁଲିୟସଙ୍କର ଘୋଡାମାନଙ୍କ ପ୍ରତି ଖୁବ ଦୁର୍ବଳତା ରହିଥିଲା । ନିଜ ଘୋଡା ମାନଙ୍କୁ ଉତ୍ତମ ପରିବେଶରେ ରଖିବା ପାଇଁ ସେ ଏକ ସୁନ୍ଦର ଘର ତିଆରି କରିଥିଲେ | ନିଜ ପ୍ରିୟ ଘୋଡାର ନାମ “ଇନସିଟ୍ୟାଟସ” ରଖିଥିଲେ । କିନ୍ତୁ ଘୋଡା ମାନଙ୍କ ପ୍ରତି ଥିବା ତାଙ୍କର ଏହି ଦୁର୍ବଳତା ଧୀରେ ଧୀରେ ପାଗଳାମିରେ ପରିଣତ ହୋଇଯାଇଥିଲା । ସେ ଘୋଡା ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ଥରେ ଏକ ଘୋଡାକୁ ରାଜ୍ୟର ମନ୍ତ୍ରୀ ଭାବେ ଘୋଷଣା କରିଥିଲେ ।

king3

ଜୁଲିୟସଙ୍କୁ ସୁନା ପଦାର୍ଥକୁ ଅଧିକ ଭଲ ପାଉଥିଲେ ଓ ସବୁବେଳେ ସେ ସୁନାର ଆଭୁଷଣ ପିନ୍ଧୁଥିଲେ । ସେ ସୁନା ଆଭୁଷଣ ଏବଂ ସୁନା ମୁଦ୍ରାରେ ଭର୍ତ୍ତି ରହିଥିବା ବାର୍ଥଟବରେ ମଧ୍ୟ ଗାଧୋଉଥିଲେ । କେବଳ ସେତିକି ନୁହେଁ , ମୋତିକୁ ତରଳାଇ ତାହାକୁ ଭିନେଗାରରେ ମିଶାଇ ନିୟମିତ ଭାବରେ ପିଉଥିଲେ ।ସମ୍ରାଟ ଜୁଲିୟସ ଦେଖିବାକୁ ପତଳା ଥିଲେ ଏବଂ ତାଙ୍କ ଦେହର ରଙ୍ଗ ଈଷତ ହଳଦିଆ ଥିଲା । ତାଙ୍କ ଆଖିର ଡୋଳା ଗୁଡିକ ଯେମିତି ଭିତରେ ପଶିଯାଇଥିଲା । ଏହି କାରଣରୁ ଲୋକମାନେ ତାଙ୍କୁ ଛେଳି ସହିତ ତୁଳନା କରୁଥିଲେ । ତାଙ୍କର ଛେଳି ନାଁ ପ୍ରତି ଏତେ ଘୃଣା ଭାବ ଆସି ଯାଇଥିଲା ଯେ ଯଦି କେହି କେବେ ଛେଳି ନାଁ ଧରେ ତାଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଆଯିବା ନେଇ ନିର୍ଦ୍ଦେଶ ଦିଆଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.