Below header

ଭଗବାନ କାହିଁକି ଆମକୁ ଦୁଇଟି ଆଖି ଦେଇଛନ୍ତି ? କାରଣ ଜାଣିବା ପାଇଁ ପଢନ୍ତୁ ଏହି ରୋଚକ ତଥ୍ୟ

ଆପଣଙ୍କ ମନରେ ବେଳେବେଳେ ନିଶ୍ଚିତ ରୂପେ ପ୍ରଶ୍ନ ଉଠୁଥିବ କାହିଁକି ଆମକୁ ଭଗବାନ ଦୁଇଟି ଆଖି ଦେଇଛନ୍ତି ? ଆମେ କଣ ଗୋଟିଏ ଆଖିରେ ଦୁନିଆକୁ ଦେଖି ପାରି ନଥାନ୍ତୁ ? ଯଦି ଗୋଟିଏ ଆଖିରେ କାମ ହୋଇପାରିଥାନ୍ତା ତେବେ ଦୁଇଟି ଆଖିର ଆବଶ୍ୟକତା କଣ ଥିଲା ? ଖାଲି ଆଖି ନୁହେଁ ଆମର ବହୁତ ଗୁଡିଏ ଅଙ୍ଗପ୍ରତ୍ୟଙ୍ଗ ଯୋଡ଼ା ଅବସ୍ଥାରେ ଥାଏ । ଯେମିତି ଦୁଇଟି କାନ, ଦୁଇଟି ହାତ, ଦୁଇଟି ଗୋଡ, ଦୁଇଟି କିଡ୍ନୀ । ହୁଏତ ଆମ ନିକଟରେ ଏଗୁଡିକ ଏଥିପାଇଁ ଦୁଇଟି ଲେଖାଏଁ ଥାଏ ଯଦି ଏହା ମଧ୍ୟରୁ ଗୋଟିଏ ବି ଖରାପ ହୋଇଯାଏ ତେବେ ଅନ୍ୟଟିରେ ଆବଶ୍ୟକୀୟ କାମ କରାଯାଇପାରିବ । କିନ୍ତୁ ଆଖି କ୍ଷେତ୍ରରେ ଏହି ଉତ୍ତର ଏତେଟା ପ୍ରଯୁଜ୍ୟ ହୋଇନଥାଏ । ଏହାର ଉତ୍ତର ପାଇବା ପାଇଁ ଆପଣ ଏକ ଛୋଟ ପରୀକ୍ଷା ମଧ୍ୟ କରି ପାରନ୍ତି ।

eyes

ଆପଣ ଦୁଇ ହାତରେ ଦୁଇଟି ପେନସିଲ ଧରନ୍ତୁ । ଗୋଟେ ହାତର ପେନ୍ସିଲକୁ ଓଲଟା ଧରନ୍ତୁ । ଏବେ ନିଜର ଦୁଇ ହାତକୁ ଦୂରକୁ ନେଇଯାଆନ୍ତୁ । ଏବେ ଦୁଇ ହାତକୁ ଧୀରେ ଧୀରେ ପାଖକୁ ଆଣନ୍ତୁ । ଯେମିତି ଦୁଇଟି ପେନ୍ସିଲର ମୁନ ପରସ୍ପର ସହ ମୁହାଁମୁହିଁ ହୋଇ ରହିବ ।କିନ୍ତୁ ଏହା ଯେମିତି ଛୁଇଁବ ନାହିଁ । ପୁଣି ଥରେ ନିଜ ହାତକୁ ଧୀରେ ଧୀରେ ଦୁରକୁ ନେଇଯାଆନ୍ତୁ । ଏବେ ଗୋଟିଏ ଆଖିକୁ ବନ୍ଦ କରି ଦିଅନ୍ତୁ । ଏବେ ଦୁଇଟି ହାତକୁ ପାଖକୁ ଆଣନ୍ତୁ । ଯେବେ ଦୁଇଟି ମୁନ ଗୋଟିଏର ଆଉ ଗୋଟିଏ ଉପରକୁ ଆସିଯିବ ତେବେ ଅଟକି ଯାଆନ୍ତୁ । ଏବେ ନିଜ ଆଖି ଖୋଲି ଦିଅନ୍ତୁ । ଏବେ ଆଖି ଖୋଲି ଦିଅନ୍ତୁ । ଯେବେ ଆପଣ ଗୋଟିଏ ଆଖିରେ ଦେଖିବେ ତ ପେନ୍ସିଲ ମୁନ ଆପଣଙ୍କୁ ଗୋଟିକର ଆଉ ଗୋଟିଏର ଉପରେ ଥିବା ଦେଖାଯିବ ।

eyes

କିନ୍ତୁ ଯଦି ଆପଣ ୨ଟି ଆଖିରେ ଦେଖିବେ ତ ଆପଣଙ୍କୁ ଦୁଇଟି ପେନ୍ସିଲ ଭିତରେ କିଛି ଦୂରତା ଥିବା ଦେଖାଯିଵ । ଏହିଥିରୁ ହିଁ ସ୍ପଷ୍ଟ ହେଲା ଯେ ଦୁଇ ଆଖିରେ ଦେଖିବା ଦ୍ୱାରା ଦୁଇଟି ଜିନିଷ ଭିତରେ କିଛି ଦୂରତା ଥିବା ଆପଣ ଅନୁଭବ କରିପାରିବେ । ଅନ୍ୟ ଏକ ଭାଷାରେ କହିବାକୁ ଗଲେ ଗୋଟିଏ ଆଖି ଆମକୁ ଲମ୍ବା, ଚୌଡା ସମ୍ପର୍କରେ ସୂଚନା ଦେଉଥିବା ବେଳେ ଅନ୍ୟ ଆଖି ଗଭୀରତା ବିଷୟରେ ତଥ୍ୟ ପ୍ରଦାନ କରିଥାଏ । ତେଣୁ କରି ୩- ଡି ସିନେମା ଗୁଡିକର ସୁଟିଂ ଗୋଟେ ନୁହେଁ ବରଂ ଏକା ସାଥିରେ ଦୁଇ ଦୁଇଟି କ୍ୟାମେରା ସାହାଯ୍ୟରେ କରାଯାଇଥାଏ । ଭଗବାନଙ୍କ ସୃଷ୍ଟିକୁ ଖୁଣିବା ଆମ ପକ୍ଷରେ ହୁଏତ ସମ୍ଭବ ନୁହେଁ । ଦୁଇଟି ଆଖି ଆମକୁ ମିଳିଛି ମାନେ ଏହା ତାଙ୍କ ଅନନ୍ୟ ଚିନ୍ତାଧାରାର ଅଂଶବିଶେଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.