କଡା ଆଇନ କାରଣରୁ ରାଜ୍ୟରେ କମିଛି ସଡକ ଦୁର୍ଘଟଣା

ଭୁବନେଶ୍ବର (କେନ୍ୟୁଜ୍) : କଡା ଆଇନ କମାଇଲା ରାଜ୍ୟରେ ଦୁର୍ଘଟଣା। ଦେଶରେ ୨୦୧୮ରେ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୫୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରତି ଘଣ୍ଟାରେ ୧୭ ଜଣ ପ୍ରାଣ ହରାଉଛନ୍ତି । ୨୦୧୮ରେ ଓଡ଼ିଶାରେ ୫ ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଛି । ୫ ହଜାର ଅତି ଗୁରୁତର ହୋଇଛନ୍ତି । ଶେଷ ୧୦ ବର୍ଷରେ ୩୮ ହଜାର ୨୦୪ ଜଣ ମରିଛନ୍ତି ଓଡ଼ିଶାରେ । ଏଥିରୁ ୭୦ ପ୍ରତିଶତ ହେଉଛନ୍ତି ଯୁବକ । ଓଡ଼ିଶାରେ ୧୦୦ଟି ଦୁର୍ଘଟଣାରୁ ୪୭ ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୯ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୪ ହଜାର ୧୧୫ ଜଣଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ତୁଳନାରେ ୭.୫ ପ୍ରତିଶତ ବଢିଛି ।

ସେପ୍ଟେମ୍ବରରୁ ନଭେମ୍ବର ଭିତରେ ୫ ଲକ୍ଷ ଲର୍ଣ୍ଣିଂ ଲାଇସେନ୍‌ସ ଇସ୍ୟୁ କରାଯାଇଛି । ଏବେ ସୁଦ୍ଧା ୮ ହଜାର ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ବୌଦ୍ଧ, ରାୟଗଡ଼ା, ସୋନପୁର, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ସବୁଠାରୁ ଅତ୍ୟଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ।  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ବୈଠକରେ ପୋଲିସ ଡିଜି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.