Below header

ନାଗରିକତା ଆଇନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍‌, ଶାନ୍ତି ବଜାୟ ରଖିବାକୁ କଲେ ଅନୁରୋଧ

ଭୁବନେଶ୍ବର (କେନ୍ୟୁଜ୍) : ନାଗରିକତା ଆଇନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍‌। ଏନେଇ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ନାଗରିକତା ଆଇନ ବିଦେଶୀମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବା କୌଣସି ସଂପର୍କ ନାହିଁ। ଏହା ଉପରେ ବିସ୍ତୃତ ଆଲୋଚନା ଜରୁରୀ ବୋଲି ସେ କହିଛନ୍ତି। ଏନେଇ କୌଣସି ଗୁଜବ ସୃଷ୍ଟି କରାନଯାଉ ବୋଲି କହିଛନ୍ତି ନବୀନ । ଆମେ ଲୋକସଭା ଓ ରାଜ୍ୟସଭାରେ NRCକୁ ସମର୍ଥନ କରିନାହୁଁ । BJD ଲୋକସଭା ଓ ରାଜ୍ୟସଭାରେ CABକୁ ସମର୍ଥନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.