ଚାରି ଗୋଡ ଥିବା ଅଦ୍ଭୁତ ମହିଳା ! ଯିଏ ୫୯ ବର୍ଷ ପର୍ଯ୍ୟନ୍ତ ସାରା ଦୁନିଆକୁ କରିଥିଲେ ଆଶ୍ଚର୍ଯ୍ୟ

କଣ ଆପଣ କେବେ ଚାରି ଗୋଡିଆ ମଣିଷ ଦେଖିଛନ୍ତି ନା କେବେ ଏମିତି ଲୋକ ଥିବା କଥା ଶୁଣିଛନ୍ତି? ନୁହେଁ ନା, କିନ୍ତୁ ଆଜିକୁ ୧୫୨ ବର୍ଷ ପୂର୍ବରୁ ଏମିତି ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଦେଇଥିଲା। ଏହା ବିଷୟରେ ଆଜି ବି ଯିଏ ଶୁଣେ ସେ ଆଶ୍ଚର୍ଯ୍ୟ ହୁଅନ୍ତି। ୧୮୬୮ରେ ଆମେରିକାର ଟେନେସୀରେ ଏ ଶିଶୁ ଜନ୍ମ ହୋଇଥିଲା, ଯାହାର ଦୁଇଟି ନୁହେଁ ବରଂ ଚାରୋଟି ଗୋଡ ଥିଲା। ଏହି ପିଲାଟିର ନାମ ମାୟରଟଲ କାର୍ବିନ ଥିଲା। ମାୟରଟଲ ନିଜର ଅସାମାନ୍ୟ ଗୋଡ ସହିତ ପ୍ରାୟ ୫୯ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥିଲେ। ତେବେ ତାଙ୍କ କାହାଣୀ ଆଜି ବି ଦୁନିଆକୁ ସେତିକି ଆଶ୍ଚର୍ଯ୍ୟ କରିଥାଏ, ଯେତିକି ସେହି ସମୟରେ କରୁଥିଲା।
ଡାକ୍ତରଙ୍କ କହିବାନୁଯାୟୀ ମାୟରଟଲଙ୍କ ଦୁଇ ଗୋଡ ଅନ୍ୟ ଦୁଇ ଗୋଡ ଅପେକ୍ଷା ଦୁର୍ବଳ ଥିଲା। ସେ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ପାଦ ସାହାଯ୍ୟରେ ଶରୀରକୁ ସମ୍ଭାଳିପାରୁନଥିଲେ। କିନ୍ତୁ ତାଙ୍କର ଅନ୍ୟ ଦୁଇ ଗୋଡ ବିଲକୁଲ ଠିକ୍ ଥିଲା। ତାଙ୍କୁ ,ଥିରେ ଚାଲିବା ବୁଲିବା ବେଳେ କୌଣସି ସମସ୍ୟା ହେଉନଥିଲା।
ମାୟରଟଲ କର୍ବିନ ସାରା ଦୁନିଆରେ ‘ଚାରୋଟି ଗୋଡ ଥିବା ମହିଳା’ ଭାବେ ବେଶ୍ ପ୍ରସିଦ୍ଧ। ଯେତେବେଳେ ସେ ମାତ୍ର ୧୩ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ଜୀବନୀକୁ ନେଇ ବଡ ବହି ଲେଖାଯାଇଥିଲା, ଯାହାର ନାମ ‘ବାୟୋଗ୍ରାଫି ଅଫ୍ ମାୟରଟଲ କର୍ବିନ’।
କୁହାଯାଏ ଯେ ମାୟରଟଲ କର୍ବିନଙ୍କ ବୋଧହୁଏ ଆଉ ଗୋଟେ ଯାଆଁଳା ଭଉଣୀ ଅଛି, ଯାହାର ଶରୀର ବିକସିତ ହୋଇନାହିଁ କିନ୍ତୁ ଗୋଡ ବିକସିତ ହୋଇଯାଇଛି। ଏଥିପାଇଁ ମାୟରଟଲଙ୍କ ଜନ୍ମ ଚାରି ଗୋଡ ସହିତ ହୋଇଛି ଏବଂ ତାଙ୍କୁ ଜୀବନସାରା ଏହି ଚାରୋଟି ଗୋଡ ସହିତ ବି ବଞ୍ଚିବାକୁ ପଡିବ।
ମାୟରଟଲ କର୍ବିନ ୧୯ ବର୍ଷ ବୟସରେ ଜେମ୍ସ କ୍ଲିଣ୍ଟନ ବିକନେଲ ନାମକ ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିଲା। ଯାହାପରେ ତାଙ୍କର ପାଞ୍ଚଟି ଶିଶୁ ମଧ୍ୟ ହୋଇଥିଲା, ଚାରି ଜଣ ଝିଅ ଏବଂ ଗୋଟେ ପୁଅ। ତେବେ ୧୯୨୮ ମସିହାରେ ଟେକ୍ସସରେ ଏହି ଚୋରଗୋଡି ଥିବା ମହିଳାଙ୍କର ମୃତ୍ୟୁ ଘଟିଥିଲା।