୬ ମାସ ପରେ ଖୋଲିଲା ନନ୍ଦନକାନନ, କରୋନା କଟକଣାରେ ବୁଲିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ନନ୍ଦନ କାନନ ପ୍ରାଣୀ ଉଦ୍ୟାନ । କରୋନା ପାଇଁ ୬ ରୁ ୭ ମାସ ହେବ ବନ୍ଦ ରହିଥିଲା ନନ୍ଦନକାନନ । ଏହା ସହ ନନ୍ଦନକାନନ ପରିସରରେ କରୋନାର ସମସ୍ତ କଟକଣାକୁ ପାଳନ ମଧ୍ୟ କରାଯାଇଥିଲା । ବିନା ମାସ୍କରେ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା । ସେହିଭଳି ପର୍ଯ୍ୟଟକ ମାନେ ଆସିବା କ୍ଷଣି ଗେଟ ସମୁଖ ରୁ ସମସ୍ତ ଙ୍କର ଥର୍ମାଲ ସ୍କାନ କରାଯାଇ ସାନିଟାଇଜ କରାଯାଇ ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । ଆଜି ପ୍ରଥମ ଦିନରେ ଓଡିଶା ଏବଂ ଓଡ଼ିଶା ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ନନ୍ଦନ କାନନ ବୁଲିବାକୁ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.