Below header

ଦ୍ଵିତୀୟ ବିଶ୍ୱଯୁଦ୍ଧ ପରର ପ୍ରଥମ ଘଟଣା, ରାଜକୁମାରୀ ହେବେ ସାଧାରଣ ପରିବାରର ବୋହୂ

ଜାପାନ ରାଜକୁମାରୀ ମାକୋ ଆସନ୍ତା ମାସ ନିଜ ଭାବି ସ୍ୱାମୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ଏଯାବତ ବିବାହ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ । ଏହି ବିବାହ ଉପରେ ପୁରା ବିଶ୍ୱର ନଜର ଏଥିପାଇଁ ରହିଛିଯେ ରାଜକୁମାରୀ ଏକ ସାଧାରଣ ପରିବାରର ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି । ରାଜ ପରିବାର ସହିତ ତାଙ୍କର କୋୖଣସି ପ୍ରକାର ସମ୍ପର୍କ ନାହିଁ । ଶୁକ୍ରବାର ରାଜମହଲ ତରଫରୁ ଏହି ଘୋଷଣାନାମା କରାଯିବା ସହିତ କୁହାଯାଇଛିକି ରାଜକୁମାରୀଙ୍କ ଭାବି ଶାଶୁଙ୍କ ନାଁରେ ଅର୍ଥ ହେରଫେର ନେଇ ଏକ ମାମଲା ରହିଛି । ତେଣୁ କରି ଏହି ବିବାହକୁ ଜନତା ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିନାହିଁ । ଏହି ମାମଲା କାରଣରୁ ହିଁ ଉଭୟଙ୍କ ବିବାହରେ ୩ ବର୍ଷ ବିଳମ୍ବ ହୋଇଗଲାଣି । ଯେବେକି ରାଜକୁମାରୀଙ୍କ ଭାବି ସ୍ୱାମୀ ନ୍ୟୁୟର୍କରେ ରହି ଆଇନ ପାଠ ପଢ଼ୁଥିବା ବେଳେ ସେ ଗତ ସପ୍ତାହରେ ଜାପାନ ଫେରିଛନ୍ତି । ଏକ ସମ୍ବାଦପତ୍ର ସରବରାହ ସଂସ୍ଥାରୁ ମିଳିଥିବା ଖବର ମୁତାବକ ଆସନ୍ତା ୨୬ ତାରିଖରେ ହିଁ ଦୁହେଁ ନିଜ ବିବାହର ରେଜିଷ୍ଟ୍ରେସନ କରିବେ ।

ଏନେଇ ଏକ ପ୍ରେସ କନଫରେନ୍ସ ମଧ୍ୟ ଆୟୋଜନ କରାଯିବ । ନବଦମ୍ପତ୍ତି ଆଗକୁ ନ୍ୟୁୟର୍କରେ ହିଁ ଅବସ୍ଥାନ କରିବେ । ଆଉ ମଧ୍ୟ ଜଣାଯାଇଛିକି ଏହି ଯୋଡ଼ିଙ୍କ ଉଦ୍ଦେଶ୍ୟରେ କୌଣସି ପ୍ରକାର ବିବାହ ଭୋଜିର ଆୟୋଜନ କରାଯିବ ନାହିଁ କି ବିବାହରେ କେହି ମଧ୍ୟ ସାମିଲ ହେବେନାହିଁ । ରାଜଉଆସର ଅଧିକାରୀଙ୍କ ଅନୁଯାୟୀ ମାକୋ ନିଜ ଭାଗର ୧୫୦ ମିଲିୟର ୟେନ(ଜାପାନ ମୁଦ୍ରା)କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯାହା ଫଳରେ ସେ ଶାହୀ ପରିବାରର ସଦସ୍ୟ ଭାବେ ଗଣାହେବେ ନାହିଁ । କହିରଖିବା ଉଚିତ ହେବକି ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ରାଜପରିବାରର ସଦସ୍ୟ ଅଣରାଜ ପରିବାବାରରେ ବିବାହ କରିନାହାନ୍ତି । ମାକୋଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ମାକୋ “ଟ୍ରମାଟିକ ଷ୍ଟ୍ରେସ ଡ଼ିଜର୍ଡ଼ର” ରୋଗରେ ପୀଡିତ ଅଛନ୍ତି । କହିରଖିବା ଉଚିତ ହେବକି, ମାକୋ ହେଉଛନ୍ତି ସମ୍ରାଟ ନାରୁହିତୋଙ୍କ ଭାଣିଜୀ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.