Below header

ରାସ୍ତାରେ କାନ୍ଦୁଛନ୍ତି ଜେଟ୍‌ ଏୟାରେଓ୍ଵଜ୍‌ କର୍ମଚାରୀ, ଚାକିରି ଚାଲିଯିବାର ଭୟ

ଅଚାନକ ଦୁଃଖ ଆସେ ଏମିତି । ଯେମିତି ସବୁ କିଛି ଠିକ୍‌ଠାକ୍‌ ଥିବା ଜେଟ୍‌ ଏୟାରେଓ୍ଵଜ୍‌ ଉପରେ ପଡ଼ିଲା ଖରାପ ଦଶା । ଏବେ ବିମାନ ଚଳାଚଳ ବନ୍ଦ ହୋଇ ଯାଇଛି । ଗତ ବୁଧବାର ବିଳମ୍ବିତ ରାତିରେ ଅମୃତସରରୁ ବାହାରି ଭୋର ସମୟରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲା ଜେଟ୍‌ର ଶେଷ ବିମାନ । ଆଉ ତା ପରେ ଉଡ଼ାଣ ବନ୍ଦ । ଏଥିରେ କାମ କରୁଥିବା ପ୍ରାୟ ୨ ହଜାର କର୍ମଚାରୀଙ୍କ ଚାକିରି ଚାଲିଯିବ । କୋଟି କୋଟି ଟଙ୍କାର ୠଣ ଭାରରେ ବୁଡ଼ି ଯାଇଛି ଜେଟ୍‌ ଏୟାରଲାଇନ୍ସ । ଏହାର କର୍ମଚାରୀମାନେ ରାସ୍ତାଘାଟରେ କାନ୍ଦୁଛନ୍ତି । କିଛି କର୍ମଚାରୀ ଏଠାରୁ ଚାକିରି ଛାଡ଼ି ଅନ୍ୟ ସଂସ୍ଥରେ ଯୋଗ ଦେଲେଣି । ହେଲେ ଅନେକ ଭରସା ରଖିଥିଲେ ଯେ ସରକାର ସହାୟତା କଲେ ଅନ୍ତତଃ ସଂସ୍ଥା ବଞ୍ଚିଯିବ । ସେମାନଙ୍କ ଚାକିରି ବଞ୍ଚିଯିବ । ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ସମେତ ୨୬ଟି ବ୍ୟାଙ୍କ ଜେଟ୍‌ ଏୟାରଲାଇନ୍ସକୁ ୮ ହଜାର ୫୦୦ କୋଟି ଟଙ୍କାର ୠଣ ଦେଇଛନ୍ତି ।

JET STRIKE
ଗତ ତିନି ଚାରି ମାସ ହେଲା କର୍ମଚାରୀଙ୍କୁ ଦରମା ମିଳି ନାହିଁ । ଆଉ ତା ଉପରେ ସଂସ୍ଥା ବନ୍ଦ ହେବାର ଆଶଙ୍କା ସେମାନଙ୍କୁ ରାସ୍ତାକୁ ନେଇ ଆସିଛି । ଗତ ଗୁରୁବାର ଦିନ ଏମାନେ ଦିଲ୍ଲୀ ଯନ୍ତର ମନ୍ତରରେ ଏକାଠି ହୋଇଥିଲେ । ସରକାରଙ୍କ ନିବେଦନ କରିଥିଲେ ସଂସ୍ଥାକୁ ୠଣ ଭାରରୁ ରକ୍ଷା କରିବା ଲାଗି । ଆହୁରି ମଧ୍ୟ ଜେଟ୍‌ ଏୟାରଲାଇନ୍ସ ପକ୍ଷରୁ କର୍ମଚାରୀଙ୍କୁ ବାରଣ କରାଯାଇଛି କୌଣସି କଥା ଗଣମାଧ୍ୟମ କିମ୍ବା ସଂସ୍ଥା ବାହାର ଲୋକଙ୍କ ଆଗରେ କହିବା ପାଇଁ । ସେମାନେ କାନ୍ଦୁଛନ୍ତି । ହେଲେ ଯେମିତି ସେମାନଙ୍କ ଦୁଃଖ ବାଣ୍ଟିବାକୁ ସୁଯୋଗ ପାଉନାହାନ୍ତି ।

CRYING-4
ଏପଟେ ସଂସ୍ଥାର ସେୟାର ବିକ୍ରି ପାଇଁ ନିଲାମ ଡକା ଚାଲିଛି । ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମେ ୧୦ ତାରିଖରେ ଶେଷ ହେବ । ଆଉ ତା ପରେ ଜଣାପଡ଼ିବ ଜେଟ୍‌ର ଭାଗ୍ୟ । ସେ ପର୍ଯ୍ୟନ୍ତ କେବଳ ମାନସିକ ଯନ୍ତ୍ରଣାରେ ସନ୍ତୁଳି ହେବେ ଜେଟ୍‌ ଏୟାରେଓ୍ଵଜ୍‌ର କର୍ମଚାରୀମାନେ । ଚାକିରି ରହିବ ନା ଚାଲିଯିବ, ଏଇ ଆଶଙ୍କା ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ଘାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.