ଢେଙ୍କାନାଳ : ବାପାକୁ ବଞ୍ଚାଇବାକୁ ଯାଇ ପୁଅ ମୃତ

ଢେଙ୍କାନାଳ : ବାପାକୁ ବଞ୍ଚାଇବାକୁ ଯାଇ ପୁଅ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ହରିଜନ ସାହିରେ । ଘର ଛପର ପାଇଁ ନଡା ବାହାର କରୁଥିବାବେଳେ ଯୋଗୀନାଥ ନାଏକଙ୍କ ଦେହରେ ବିଦ୍ୟୁତ ତାର ଲାଗି ଯାଇଥିଲା । ତାଙ୍କ ପୁଅ ଜିତେନ୍ଦ୍ର ନାଏକ ବାପାଙ୍କୁ ବଞ୍ଚାଇବାକୁ ଯାଇ ତାରକୁ ଫିଙ୍ଗିବାକୁ ଚେଷ୍ଟା କରିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଯୋଗୀନାଥ ନାଏକ ଗୁରୁତର ଭାବେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.