Below header

ବିଜେଡି ପ୍ରାର୍ଥିନୀଙ୍କ ଫେକ ଭିଡିଓ ଭାଇରାଲ ପ୍ରସଙ୍ଗ, ଆଉ ଜଣେ ଅଭିଯୁକ୍ତ ସାମ୍ବାଦିକ ସୀମାଞ୍ଚଳ ପାତ୍ର ଗିରଫ

ଭୁବନେଶ୍ବର : ଫେକ ଭିଡିଓ ଭାଇରାଲ ଘଟଣାରେ ଆଉ ଜଣେ ସାମ୍ବାଦିକ ଗିରଫ। କେନ୍ଦୁଝର ସାଂସଦ ପ୍ରାର୍ଥିନୀଙ୍କ ଫେକ ଭିଡିଓ ମାମଲାରେ ଅଭିଯୁକ୍ତ ସୀମାଞ୍ଚଳ ପାତ୍ରଙ୍କୁ ଗିରଫ କରି କେନ୍ଦୁଝର ଟାଉନ ଥାନାରେ ହାଜର କରାଯାଇଛି। ଓଟିଭିରେ କାର୍ଯ୍ୟରତ ଏହି ସାମ୍ବାଦିକ ଭିଡିଓ ଭାଇରାଲ କରିଥିବା ନେଇ ଯଥେଷ୍ଟ ପ୍ରମାଣ ରହିଥିବା ପୋଲିସ କହିଛି। ପୂର୍ବରୁ ଏଟିଆର ନ୍ୟୁଜର ପ୍ରଶାନ୍ତ ମିଶ୍ର ଓ ଅନ୍ୟ ୩ଜଣ ବିଜେପି ସମର୍ଥକ ଗିରଫ ହୋଇ କେନ୍ଦୁଝର ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ଆଜି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ସେମାନଙ୍କ ଜାମିନ ଶୁଣାଣି ହୋଇଥିଲା। ତେବେ ସମସ୍ତଙ୍କ ଜାମିନ ଖାରଜ ହୋଇ ଯାଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.