Below header

ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ କଲମ ମୁନ ଭାଙ୍ଗିଦିଅନ୍ତି ଜଜ୍‌, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

କୌଣସି ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେବା ପରେ ବିଚାରପତି ନିଜ ଲେଖନୀ ବା କଲମ ମୁନକୁ ଭାଙ୍ଗି ଦେଉଥିବା ପ୍ରାୟତଃ ଆମେ ସିନେମାରେ ଦେଖିଛୁ। କେବଳ ଫିଲ୍ମରେ ନୁହେଁ ସତସତିକା ମଧ୍ୟ କାହାକୁ ଫାଶୀଦଣ୍ଡ ଶୁଣାଇବା ପରେ ଜଜ୍‌ ଏଭଳି କରିଥାନ୍ତି। କିନ୍ତୁ ଏହି କୌତୁହଳପୂର୍ଣ୍ଣ କାମ ପଛର କାରଣ କ’ଣ? ଜଜ୍‌ କାହିଁକି ମୃତ୍ୟୁଦଣ୍ଡ ଦେବା ପରେ କଲମ ମୁନକୁ ଭାଙ୍ଗିଥାନ୍ତି? ଏନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ତେବେ ଆଜି ଆସନ୍ତୁ ଜାଣିବା ଏଭଳି କରିବା ପଛରେ କ’ଣ ରହିଛି କାରଣ…

  • ଜଣଙ୍କୁ ଫାଶୀ ଦଣ୍ଡ ଦେବା ପରେ କଲମ ମୁନ ଭାଙ୍ଗିବା ପ୍ରଥା କେବଳ ଭାରତରେ ହିଁ ପ୍ରଚଳିତ।
  • ଭାରତୀୟ ସମ୍ବିଧାନରେ ଫାଶୀ ହେଉଛି ସବୁଠାରୁ ବଡ଼ ଦଣ୍ଡ। କେବଳ ଜଘନ୍ୟକାଣ୍ଡ ଘଟାଇଥିବା ଅପରାଧୀଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଏ।

  • ଅପରାଧୀଙ୍କୁ ଫାଶୀ ଦଣ୍ଡ ଶୁଣାଇବା ପରେ ପୁନର୍ବାର ଏଭଳି ଅପରାଧ ନଘଟିବା ଆଶା କରି ଜଜ୍‌ କଲମ ମୁନ ଭାଙ୍ଗିଦେଇଥାନ୍ତି।
  • କଲମ ମୁନ ଭାଙ୍ଗିବାର ଆଉ ଏକ କାରଣ ହେଉଛି ଫାଶୀ ଦଣ୍ଡ ପାଇବା ପରେ ଜଣେ ବ୍ୟକ୍ତିର ଜୀବନ ସମାପ୍ତ ହୋଇଯାଇଥାଏ। ଏଣୁ କଲମ ମୁନକୁ ଭାଙ୍ଗିଦିଆଯାଏ, କାରଣ କଲମ ଦ୍ୱାରା ହିଁ ଜଣେ ବ୍ୟକ୍ତିକୁ ଫାଶୀ ଦଣ୍ଡ ଦିଆଯାଉଥିବା ଲେଖାଯାଏ।
  • ଫାଶୀ ଦେବାକୁ ନିଷ୍ପତ୍ତି ହୋଇସାରିବା ପରେ ବିଚାରପତି କଲମ ମୁନ ଭାଙ୍ଗିବାର ଆଉ ଏକ କାରଣ ହେଉଛି ବିଚାରପତି ନିଜେ ଚାହିଁଲେ ମଧ୍ୟ ଏହି ଦଣ୍ଡାଦେଶକୁ ପରିବର୍ତ୍ତନ କରିପାରିବେ ନାହିଁ।

  • ଭାରତରେ ସର୍ବୋଚ୍ଚ ନ୍ୟାୟାଳୟ ଜଣଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିସାରିବା ପରେ ଆଉ କୌଣସି କୋର୍ଟ ତାହାକୁ ବଦଳାଇପାରିନଥାଏ।
  • କିନ୍ତୁ ଯଦି ରାଷ୍ଟ୍ରପତି ରାଜକ୍ଷମାକୁ ଗ୍ରହଣ କରନ୍ତି, ତେବେ ଅଭିଯୁକ୍ତର ଫାଶୀ ଦଣ୍ଡାଦେଶ କୋହଳ ହୋଇପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.