Below header

ନିୟମିତ ମଦ ପିଇଲେ କମିପାରେ ସ୍ମରଣ ଶକ୍ତି, ଦେଖାଦେଇପାରେ ଡିମେନ୍ସିଆ ପରି ସମସ୍ୟା

ଆଜିକା ସମୟରେ ଅଧିକାଂଶ ଲୋକେ ନିୟମିତ ଡ୍ରିଂକ୍ସ କରିଥାନ୍ତି । କିନ୍ତୁ ବୟସ୍କ ଧାରୀ ମାନେ ସପ୍ତାହକୁ ୧୪ ଟି ପେଗ ପିଅନ୍ତି ଏହା ତାଙ୍କ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ଏମିତିକି ସେମାନଙ୍କ ସ୍ମରଣ ଶକ୍ତି ବି ହ୍ରାସ ପାଇଯାଇପାରେ । ଦିନକୁ ଅଳ୍ପ ଅଳ୍ପ କରି ଦୁଇ ପେଗ ପିଇଲେ କିମ୍ବା କୌଣସି ଦିନ କମ କି କୌଣସି ଦିନ ବେଶୀ କରି କି ପିଇଲେ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ନିଶ୍ଚିତ ରୂପରେ ପଡିବ । ବିଶେଷ କରି ମାଇଲଡ କଗନିଟିଭ ଇମ୍ପେରିମେଣ୍ଟ ବା (ଏମ୍ସିଆଇ)ରୋଗରେ ପୀଡିତ ମାନଙ୍କ ପାଇଁ ଏହା ବିଷ ସଦୃଶ ହୋଇଥାଏ । ସାଧାରଣତଃ ଗୋଟେ ନିର୍ଦ୍ଦିଷ୍ଟ ବୟସ ସୀମା ବା ୬୦ ବର୍ଷ ବୟସ ପରେ ଏହା ଅଧିକ କୁପ୍ରଭାବ ପକାଇଥାଏ । ଲୋକମାନଙ୍କ ଠାରେ ଏହି ପରି ରୋଗ ମାନ ଅଧିକ ମାତ୍ରାରେ ଦେଖାଦେଇଥାଏ ।

dimnesia

ନିକଟରେ ହାର୍ବାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣା ଯାଇଛିକି ଯେଉଁ ମାନେ ଏମସିଆଇ ରୋଗରେ ପୀଡିତ ଥାନ୍ତି ସେମାନଙ୍କ ଠାରେ ଡୀମେନ୍ସିଆ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଯଦି ସେମାନେ ପ୍ରତିଦିନ ଦୁଇଟି ପେଗ ପିଇଲେ ବି ସେହି ବ୍ୟକ୍ତିଙ୍କ ଠାରେ ଏହି ରୋଗ ହେବାର ସମ୍ଭାବନା ଥାଏ । ନିର୍ଦ୍ଦିଷ୍ଟ ମାତ୍ରା ଠାରୁ ଅଧିକ ପିଅନ୍ତି ତେବେ ସେମାନଙ୍କ ଠାରେ ଏହି ରୋଗ ହେବାର ସମ୍ଭାବନା ବହୁ ଗୁଣ ବଢିଯାଏ । ଏହି ଗବେଷଣାରୁ ଆହୁରି ମଧ୍ୟ ଜଣା ଯାଇଛିକି ଯଦି ଜଣଙ୍କ ଠାରେ ପୂର୍ବରୁ ଏମ୍ସିଆଇର ଲକ୍ଷଣ ଦେଖାଯାଇନଥାଏ କିନ୍ତୁ ସେ ନିୟମିତ ଭାବେ ଦିନକୁ ଦୁଇଥର ଡ୍ରିଂକ୍ସ କରିଥାନ୍ତି ତେବେ ବି ତାଙ୍କ ଠାରେ ଏହି ସମସ୍ୟା ଦେଖାଦେଇଥାଏ । ଯଦିବା ଏମାନଙ୍କ ଠାରେ କିଛି ବିଳମ୍ବରେ ଏହି ସମସ୍ୟା ଦେଖାଦେଇପାରେ ।

ଯଦି ଏମ୍ସିଆଇ ରୋଗରେ ପୀଡିତ ଲୋକେ ନିଜକୁ ଯେତେ ଦୂର ସମ୍ଭବ ଆଲକୋହଲ ଠାରୁ ଦୁରେଇ ରୁହନ୍ତି ତେବେ ସେ ସ୍ମରଣ ଶକ୍ତି କମିବା ପରି ସାଙ୍ଘାତିକ ରୋଗ ଠାରୁ ନିଜକୁ ରକ୍ଷା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.