Below header

ମୀନ ରାଶିରେ ବକ୍ରୀ ହେବେ ବୃହସ୍ପତି, ଏହି ରାଶିର ଲୋକଙ୍କ ଉପରେ ହେବ ଧନବର୍ଷା, ଜାଣନ୍ତୁ କେବେ

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଗ୍ରହ ନକ୍ଷତ୍ରରେ ହେଉଥିବା ରାଶି ପରିବର୍ତ୍ତନ ସିଧା ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ । ଗ୍ରହଙ୍କ ରାଶି ପରିବର୍ତ୍ତନ କିଛି ରାଶିଙ୍କ ଜୀବନରେ ଖୁସୀ ଆଣିଥାଏ ତ କାହା ରାଶିରେ ଦୁଃଖ ଆଣିଥାଏ । ଆଗାମୀ ୨୯ ଜୁଲାଇରୁ ବୃହସ୍ପତି ମୀନ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି । ଏହା ୨୪ ନଭେମ୍ବର ଯାଏ ମୀନ ରାଶିରେ ରହିବେ । ମୀନ ରାଶି ବୃହସ୍ପତିଙ୍କର ନିଜ ଘର ହୋଇଥିବାରୁ ଏହିସବୁ ରାଶିଙ୍କୁ ବିଶେଷ ଫଳ ଦେବେ ।

ଗ୍ରହର ବକ୍ରୀ ଚଳନ ହେଉଛି ଗ୍ରହର ପୂର୍ବ ସ୍ଥିତିକୁ ଫେରିବା । ଗ୍ରହ ବକ୍ରୀ ହେଲେ ତାଙ୍କର ଚଳନ ଟିକେ ଧୀର ହୋଇଯାଏ । ଏହା ବ୍ୟତୀତ ଯେଉଁ କୁଣ୍ଡଳୀରେ ବୃହସ୍ପତି ମଜବୁତ ଓ ଶୁଭ ସ୍ଥିତିରେ ରହିବେ ସେମାନଙ୍କୁ ମଧ୍ୟ ଲାଭ ଦେବେ । ଆସନ୍ତୁ ଜାଣିବା ଏହି ଚଳନ କେଉଁ ରାଶିକୁ କ’ଣ ଲାଭ ଦେବେ ।

କର୍କଟ ରାଶି :

ଏହି ରାଶିର ଲୋକଙ୍କ ପାଇଁ ଗୁରୁଙ୍କ ବକ୍ରୀ ଚଳନ ଲାଭକାରୀ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । କିଛି ଲାଭ ପାଇବାର ସୁଯୋଗ ମିଳିବ । ଯେଉଁ ଲୋକ ନିଜର କାମ କରୁଛନ୍ତି, ଏଥିରୁ ବହୁତ ଲାଭ ମିଳିବ । ଧନର ପ୍ରବାହ ଭଲ ରହିବ । ଜୀବନ ସାଥୀ ସହ ସମ୍ପର୍କ ମଜବୁତ ହେବ ।

ବିଚ୍ଛା ରାଶି :

ଆର୍ଥିକ ସ୍ଥିତି ଭଲ ରହିବ । ଧନ ସଂଚୟ କରିବାର ସୁଯୋଗ ମିଳିବ ଓ ସଫଳ ହେବେ । ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବାରେ ସଫଳ ହେବେ । କାର୍ଯ୍ୟସ୍ଥଳରେ ଆପଣଙ୍କ କାମର ପ୍ରଶଂସା ହେବ । ଅଚାନକ କେଉଁଠୁ ଧନ ପ୍ରାପ୍ତିର ଯୋଗ ରହିଛି ।

ସିଂହ ରାଶି :

ପେଶାଗତ ଜୀବନରେ ସଫଳ ହେବେ । ଏହି ସମୟରେ ନିବେଶ କଲେ । ସେୟାର ବଜାର, ପୈତୃକ ସମ୍ପତ୍ତି ଆଦିରୁ ଲାଭ ମିଳିବାର ଯୋଗ ରହିଛି । ବ୍ୟବସାୟ ବୃଦ୍ଧି ପାଇବ । କାର୍ଯ୍ୟସ୍ଥଳରେ ଆପଣଙ୍କ କାମର ଖୁବ ପ୍ରଶଂସା ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.