Below header

ପିଠିରେ ହାତ ଥାପୁଡାଇ ମୋ କଳାକୁ ତାରିଫ୍ କରୁଥିଲେ, ଆଜି ମୁଁ ପୂରା ଭାଙ୍ଗି ପଡିଛି : ଜୁନିଅର ରାଇମୋହନ

ଯାଜପୁର ଟାଉନ(କେନ୍ୟୁଜ୍): ଆର ପାରିକୁ ଚାଲିଯାଇଛନ୍ତି ଚର୍ଚ୍ଚିତ ଖଳ ନାୟକ ରାଇମୋହନ ପରିଡା। କିନ୍ତୁ ଦର୍ଶକ ଓ ପ୍ରଶଂସକ ଙ୍କ ପାଖରେ ଛାଡି ଯାଇଛନ୍ତି ଛାପ।ଅବିକଳ ରାଇମୋହନ ଙ୍କ ଡାଇଲଗ କହୁଥିବା ଏହି କଳାକାର ହେଉଛନ୍ତି ବିଂଝାରପୁର ଚାଉନ୍ତରା ଗାଁର ଗୌରାଙ୍ଗ ବାରିକ। ରାଇମୋହନ ପରିଡାଙ୍କ ଅକାଳ ବିୟୋଗ ସାରା ଓଲିଉଡ ଓ ଜଲିଉଡ଼ ଜଗତ ପାଇଁ ଦୁଃଖର ପାହାଡ଼ ଭାବେ ଠିଆ ହୋଇଛି। ଏହାରି ଭିତରେ ରାଇମୋହନଙ୍କୁ ପିଲା ଦିନରୁ ଅନୁକରଣ କରୁଥିବା ଗୌରାଙ୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ମନେ ପକାଉଛନ୍ତି ରାଇମୋହନଙ୍କ ସହ କଟାଇଥିବା ସବୁ ସମୟ।ଗୌରାଙ୍ଗଙ୍କ ଅବିକଳ ଅଭିନୟ ରାଇମୋହନଙ୍କୁ ବେଶ ପ୍ରଭାବିତ କରିଥିଲା। ରାଇମୋହନ ନିଜେ ଗୌରାଙ୍ଗଙ୍କ ଘରକୁ ଆସି ବେଶ ପ୍ରଶଂସା କରିଥିଲେ।

ଜୁନିୟର ରାଇମୋହନ ଭାବେ ଜଣା ଶୁଣା ଗୌରାଙ୍ଗଙ୍କ ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ଦିନ କାଟୁଛନ୍ତି। ରାଇମୋହନଙ୍କ ବିୟୋଗ ପର ଠାରୁ ଖାଇବା ପିଇବା ଛାଡି ଦେଇଛନ୍ତି ଗୌରାଙ୍ଗ। ଯେଉଁ ସେଲୁନରେ ସବୁ ଦିନେ ଗୌରାଙ୍ଗ ରାଇମୋହନଙ୍କ ଡାଇଲଗ ଶୁଣିବାକୁ ମିଳେ ସେଠି ଆଉ ଶୁଣିବାକୁ ମିଳୁନି ରାଇମୋହନଙ୍କ ଡାଇଲଗ। ପୂର୍ବରୁ ବିଭିନ୍ନ ଫିଲ୍ମ ଓ ଯାତ୍ରାରେ ଅଭିନୟ ପାଇଁ ଗୌରାଙ୍ଗ ଯେଉଁ  ସ୍ବପ୍ନ ଦେଖିଥିଲେ ତାହା  ସ୍ବପ୍ନରେ ରହିଗଲା। କେବଳ ଗୌରାଙ୍ଗ କାହିଁକି ରାଇମୋହନଙ୍କ ଅଗଣିତ ପ୍ରଶଂସକ ଏବେ ବେଶ ମର୍ମାହତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.