Below header

ଜ୍ୟୋସ୍ନାଙ୍କ କିରଣରେ ଉଦଭାସିତ କୋରାପୁଟ, ନିଜ ସହିତ ଶହ ଶହ ମହିଳାଙ୍କୁ କରାଇଛନ୍ତି ଆତ୍ମନିର୍ଭରଶୀଳ

୨୨ ବର୍ଷ ମଧ୍ୟରେ ପରିସ୍ଥିତି ବଦଳି ଯାଇଛି । ଅନ୍ୟ ମହିଳାଙ୍କପାଇଁ ପ୍ରେରଣା ପାଲଟି ଯାଇଛନ୍ତି । କୋରାପୁଟ ଜିଲ୍ଲାର ଡୁମୁରିପୁଟ ପଂଚାୟତର ଆଜି ୩ରୁ ୧୬୦ ଟି SHG ଗଠନ ହୋଇପାରିଛି । ଏହି ସବୁ SHG ଗଠନର ମୂଳ ପ୍ରେରଣା ପାଲଟିଛନ୍ତି ଜ୍ୟୋସ୍ନାରେଖା ଚେଟି ।

କୋରାପୁଟ(କେନ୍ୟୁଜ): ମୁଣ୍ଡରେ ଟୋପି ଓ ଆପରନ ପରିଧାନ କରି କାଫେରେ କାମ କରୁଥିବା ମହିଳାମାନେ ଅସଲରେ ଏହି ସୁନ୍ଦର କାଫେର ମାଲିକାଣି । ଦିନେ ସ୍ଵାମୀଙ୍କ ହାତକୁ ଚାହିଁରହି ଘରର ଚାରି କାନ୍ଥ ଭିତରେ ରହିଥିବା ଏହି ମହିଳାମାନେ ଏବେ ନିଜେ ଉପାର୍ଜନକ୍ଷମ । ଏଭଳି ଗ୍ରାମାଂଚଳର ଶହ ଶହ ମହିଳାମାନଙ୍କୁ ନିଜ ଗୋଡରେ ଠିଆ କରାଇବାରେ ସଫଳ କରାଇଛନ୍ତି ପ୍ରଶାନ୍ତି SHG ର ଶ୍ରୀମତୀ ଜ୍ୟୋସ୍ନାରେଖା ଚେଟି ।

ଏବେ ସେ କେବଳ ଏକା ରୋଜଗାରକ୍ଷମ ନୁହନ୍ତି , କାଫେରେ କାମକରୁଥୁବା ୧୦ ଜଣ ମହିଳାଙ୍କ ମାସିକ ରୋଜଗାର ପାଖାପାଖି ୧୫ ହଜାର ଟଙ୍କା । ଏହି କାଫେରେ ସକାଳ ଠାରୁ ବିଳମ୍ବିତ ରାତି ଯାଏଁ ସମସ୍ତ କାମ ନିଜେ ମହିଳା ମାନେ ହିଁ କରନ୍ତି । ରୋଷେଇ, ପରଷିବା , ସଫାସୁତୁରା ଓ କାରବାର ନିଜେ ବୁଝୁଛନ୍ତି । ଏହି କାଫେର ମହିଳାମାନଙ୍କୁ ଦେଖିଲେ ପୁରୁଷ ମାନେ ବି ଚକିତ ଓ ଆନନ୍ଦିତ ହେଉଛନ୍ତି । ଜ୍ୟୋସ୍ନା ନିଜେ ଉପାର୍ଜନ କ୍ଷମ ହେବା ସହ ସ୍ଵାମୀ ଓ ପରିବାର ପାଇଁ ସହାୟକ ବନିଛନ୍ତି ।

୨୦୦୧ ମସିହାରେ SHG ଗଠନ କରିବା ସକାଶେ ଖୁବ ପରିଶ୍ରମକରିଥିଲେ । ଅନେକ ବୁଝାଇବା ପରେବି SHG ଗୃପରେ ସାମିଲ ହେବାକୁ କୌଣସି ମହିଳା ଆଗ୍ରହୀ ହେଉନଥିଲେ । ମାତ୍ର ୧୦ ଟି ମହିଳାଙ୍କୁ ନେଇ ଗଠନ କରିଥିଲେ ପ୍ରଶାନ୍ତି SHG,ଏହାପରେ ଅନ୍ୟ ୨ଟି SHG ଗଠନ ହୋଇଥିଲା ।

୨୨ ବର୍ଷ ମଧ୍ୟରେ ପରିସ୍ଥିତି ବଦଳି ଯାଇଛି । ଅନ୍ୟ ମହିଳାଙ୍କପାଇଁ ପ୍ରେରଣା ପାଲଟି ଯାଇଛନ୍ତି । କୋରାପୁଟ ଜିଲ୍ଲାର ଡୁମୁରିପୁଟ ପଂଚାୟତର ଆଜି ୩ରୁ ୧୬୦ ଟି SHG ଗଠନ ହୋଇପାରିଛି । ଏହି ସବୁ SHG ଗଠନର ମୂଳ ପ୍ରେରଣା ପାଲଟିଛନ୍ତି ଜ୍ୟୋସ୍ନାରେଖା ଚେଟି । ଜ୍ୟୋସ୍ନା ଏବେ ରୋଜଗାରିଆ ନାରୀ । ସ୍ଵାମୀଙ୍କ ହାତକୁ ଅପେକ୍ଷା ନାହିଁ । କେବଳ ଜ୍ୟୋସ୍ନା ନହୁନ୍ତି ପଂଚାୟତର ଶହ ଶହ ମହିଳା ହୋଇପାରିଛନ୍ତି ଆତ୍ମ ନିର୍ଭରଶୀଳ। ଏହି ପ୍ରେରଣାଦେଇ କାର୍ଯ୍ୟ ଦକ୍ଷତାକୁ ଦେଖି ରାଜ୍ୟ ସରକାର ଅଧିକ ଜ୍ଞାନ ଅର୍ଜନ ସକାଶେ ଦୁବାଇ ଗସ୍ତର ସୁଯୋଗ ଦେଇଥିଲେ । ଜ୍ୟୋସ୍ନା ଏବେ ଭାରି ଖୁସି ରେ ଅଛନ୍ତି ।

ମିଶନ ଶକ୍ତି ଯୋଗୁଁ ନୂଆ ଜୀବନ ମିଳିଛି ଜ୍ୟୋସ୍ନାକୁ । ଘରେ ନ ବସି ଏବେ ରୋଜଗାର କ୍ଷମ ହୋଇଛନ୍ତି । ନିଜ ପଂଚାୟତରେ ୧୬୦ ଟି SHG ଗଠନରେ ଅନୁପ୍ରାଣିତ କରିଛନ୍ତି । ମହିଳା ମାନଙ୍କୁ ସଚେତନ କରାଇ ସ୍ଵାବଲମ୍ବୀ କରାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.