ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ, କେତକୀ ଫୁଲରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ବାବା ଧବଳେଶ୍ବରଙ୍କ ପୀଠ । ଜାଗର ଅବସରରେ ଆଜି ଧବଳେଶ୍ବରଙ୍କ ପୀଠରେ ଲାଗିହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯାଇଛି। ପରେ କେତକୀ ଫୁଲରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଆଠଗଡ଼ (କେନ୍ୟୁଜ): ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ବାବା ଧବଳେଶ୍ବରଙ୍କ ପୀଠ । ଜାଗର ଅବସରରେ ଆଜି ଧବଳେଶ୍ବରଙ୍କ ପୀଠରେ ଲାଗିହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯାଇଛି। ପରେ କେତକୀ ଫୁଲରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅପରାହ୍ଣରେ ୪ ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି କରାଯିବ । ଏହାପରେ ବେଢ଼ା ପରିକ୍ରମା କରାଯିବା ସହିତ ରାତି ଗୋଟାଏରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷାକୁ ଆଖି ଆଗରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.