Below header

ଲକଡାଉନ୍ ଯୋଗୁ “କଡ଼କନାଥ”ଙ୍କୁ ମିଳିଲାନି ଦାନା, ଶିଖିଗଲେ ପନିପରିବା ଓ ରନ୍ଧା ଖାଦ୍ୟ ଖାଇବା

ଔଷଧୀୟ ଗୁଣ, କମ୍ ଫ୍ୟାଟ୍, ଚିକ୍କଣିଆ କଳା ରଙ୍ଗ ତଥା ପାଟିକୁ ସୁଆଦିଆ ଲାଗୁଥିବାରୁ ଅନ୍ୟ କୁକୁଡ଼ାଙ୍କ ଅପେକ୍ଷା କଡ଼କନାଥ ପ୍ରଜାତିର କୁକୁଡ଼ାଙ୍କ ଚାହିଦା ଅଧିକ। ତେବେ ବର୍ତ୍ତମାନ କରୋନା ସ୍ଥିତି ଯୋଗୁ ଏହି କୁକୁଡ଼ାମାନେ ଖାଇବାକୁ ଦାନା ପାଉନଥିବା ଜଣାଯାଇଛି। ଏଣୁ କଡ଼କନାଥ କୁକୁଡ଼ା ଏବେ ରନ୍ଧା ଖାଦ୍ୟ ଖାଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଜବଲପୁରର ଶହପୁରା ଜନପଦର ଚରଗବାଁ ନିକଟସ୍ଥ ସୁନବାରା ଗାଁରେ। ଏଠାରେ ଥିବା ପ୍ରାୟ ୪୫୦ କଡ଼କନାଥ କୁକୁଡ଼ା ପରିବାପତ୍ର ତଥା ରନ୍ଧା ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି।

Kadaknath Hen at Rs 380 /kilogram | Black Meat Chicken, Kadaknath ...

ପୂର୍ବରୁ ମକା ଦାନା ବ୍ୟତୀତ ଅନ୍ୟ ଖାଦ୍ୟ ଖାଉନଥିବା କୁକୁଡ଼ା ହଠାତ ରନ୍ଧା ଖାଦ୍ୟ ଖାଉଥିବା ଦେଖି ତାଙ୍କ ମାଲିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କଡ଼କନାଥ କୁକୁଡ଼ା ପାଳିଥିବା ରାଜବାହାଦୂର ନାମକ ଜଣେ ଚାଷୀ କହିଛନ୍ତି ଯେ ଲକଡାଉନ ଯୋଗୁ କୁକୁଡ଼ା ଦାନା ମିଳିଲା ନାହିଁ। ଏଣୁ ସେ ବାଧ୍ୟ ହୋଇ କୁକୁଡ଼ାଙ୍କୁ ସବୁଜ ପନିପରିବା ଦେଇଥିଲେ, କିନ୍ତୁ ତା’ ପରଠୁ କୁକୁଡ଼ା ଆରାମରେ ପନିପରିବା ଖାଉଛନ୍ତି।

how to get rich with kadaknath - YouTube

ପ୍ରତିଦିନ ଏହି ୪୫୦ କୁକୁଡ଼ାଙ୍କୁ ସେ ୨୦ କେଜି ଟମାଟୋ, କୋବି ଓ ଅନ୍ୟ ପନିପରିବା ଖାଇବାକୁ ଦେଉଥିବା କହିଛନ୍ତି। ପରିବା ଖାଉଥିବା ଦେଖି ଦିନେ ଚାଷୀ ଜଣଙ୍କ କୁକୁଡ଼ାଙ୍କୁ ରନ୍ଧା ଖାଦ୍ୟ ଦେଇଥିଲେ। ସେମାନେ ତାକୁ ମଧ୍ୟ ଖାଇଦେଇଥିଲେ। ତା’ ପରଠୁ ଏବେ କୁକୁଡ଼ାଙ୍କୁ ରୁଟି ଦେଉଥିବା ରାଜବାହାଦୂର କହିଛନ୍ତି।

Female Kadaknath Hen 2 Month, Rs 400 /unit, SAR Kadaknath Farm ...

ରାଜବାହାଦୂରଙ୍କ କହିବାନୁସାରେ କଡ଼କନାଥ କୁକୁଡ଼ା ଅନ୍ୟ କୁକୁଡ଼ାଙ୍କ ଠାରୁ ଭିନ୍ନ। ଏମାନଙ୍କ ଶରୀର ଔଷଧୀୟ ଗୁଣରେ ଭରପୂର। ଅନ୍ୟ କୁକୁଡ଼ାଙ୍କ ମାଂସର ରଙ୍ଗ ଧଳା ହୋଇଥିବା ବେଳେ କଡ଼କନାଥ କୁକୁଡ଼ାଙ୍କ ମାଂସ କଳା ରଙ୍ଗର। ଏଣୁ ଏହା ପୁଷ୍ଟିଯୁକ୍ତ ଓ ଏହାର ଚାହିଦା ଅଧିକ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.