ବଲିଉଡର କିଙ୍ଗ ଖାନ କଲେ ଏମିତି କାମ ଯେ WHO ମଧ୍ୟ ଜଣାଇଲା ଧନ୍ୟବାଦ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ବଲିଉଡର କିଙ୍ଗ ଖାନଙ୍କୁ ଧନ୍ୟବାଦ ଜଣାଇଛି। ବର୍ତ୍ତମାନର କରୋନା ସ୍ଥିତିରେ ଶାହରୁଖ ଖାନ ଅଭାବୀ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଶନିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭାଇରସ ସହ ଲଢ଼ୁଥିବା ସ୍ୱାସ୍ଥ୍ୟ କର୍ମୀ ଓ ସାହାଯ୍ୟ ପ୍ରଦାନ କରୁଥିବା ଲୋକଙ୍କ ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

srk

WHO ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶର ଲୋକ ଅଂଶଗ୍ରହଣ କରିଥିଲେ। ଏଥିରେ ଶାହରୁଖ ଖାନ ମଧ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ନାଁ ଥିଲା “One World: Together at Home”, ଏଥିରେ ସମସ୍ତ କଳାକାର ଘରେ ରହି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ WHO ର ମହାନିର୍ଦ୍ଦେଶକ ଡା. ଟେଦ୍ରୋସ ଅଧାନୋମ ଘେବ୍ରେୟେସସ ଶାହାରୁଖ ଖାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେ ଟ୍ୱିଟ କରି ଲେଖିଥିଲେ ଯେ ଶାହରୁଖ ଖାନ WHO ଓ ଗ୍ଲୋବାଲ ସିଟିଜେନଙ୍କ ସହ ଏକତା ଦେଖାଇବା ଓ ୱାନ ୱାର୍ଲଡ଼ ଟୁଗେଦର ଆଟ ହୋମ ସହ ଜଡିତ ଥିବାରୁ ଧନ୍ୟବାଦ। ଆମେ ଏହି କୋଭିଡ-୧୯କୁ ଦୂରେଇ ପାରିବା।

କାର୍ଯ୍ୟକ୍ରମରେ ଶାହରୁଖଙ୍କ ବ୍ୟତୀତ ଲେଡି ଗାଗା, ଦ ରୋଲିଂ ଷ୍ଟୋନ୍ସଙ୍କ ସମେତ ଅନେକ ବଡ଼ ବଡ଼ କଳାକାର ମଧ୍ୟ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.