Below header

ପ୍ରତିଦିନ ୯ ଟଙ୍କା ଖର୍ଚ୍ଚରେ ନିଅନ୍ତୁ ଏହି LIC ପଲିସି, ମିଳିବ ୪.୫୬ ଲକ୍ଷ ଟଙ୍କା ଆଉ ବଞ୍ଚିଯିବ ଟ୍ୟାକ୍ସ

ଦେଶର ସବୁଠାରୁ ବଡ ଜୀବନ ବୀମା କମ୍ପାନୀ LIC ନିଜର ଗ୍ରାହକଙ୍କୁ ଶସ୍ତା ଏବଂ ବଢିଆ ପଲିସି ଦେବା ପାଇଁ ଅନେକ ଆକର୍ଷକ ପ୍ଲାନକୁ ଆରମ୍ଭ କରିସାରିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଏଲଆଇସି ନ୍ୟୁ ଜୀବନ ଆନନ୍ଦ ପଲିସି। ଏହି ପଲିସିରେ ଗ୍ରାହକଙ୍କୁ ଡବଲ ଲାଭ ମିଳିଥାଏ। ତାହେଲେ ଆସନ୍ତୁ ଜାଣିବା ଏହି ପଲିସିର ଫାଇଦା ବିଷୟରେ। ଏହି ପଲିସିର ଗୋଟିଏ ଫାଇଦା ହେଉଛି ଏଥିରେ ନିବେଶ କଲେ ଇନକମ ଟ୍ୟାକ୍ସ ରିହାତି ମିଳିଥାଏ। ସେହିପରି ଅନ୍ୟ ଏକ ଫାଇଦା ହେଉଛି ରିସ୍କ କଭର ପଲିସି ଅବଧି ପରେ ମଧ୍ୟ ଏହା ଜାରି ରହିଥାଏ।

Lic ପ୍ଲାନ ବନ୍ଦ ହେବା ଦ୍ୱାରା ନୂଆ ପଲିସେ ରିଟର୍ଣ୍ଣ କମ ମିଳିବାର ଆଶଙ୍କା ରହିଥାଏ। ସେହିପରି ହୋଇପାରେ ଯେ କୌଣସି ନୂଆ ପଲିସିରେ ପ୍ରିମୀୟମ ମଧ୍ୟ ବଢି ଯାଇଥାଏ। ଯଦି ପଲିସି ଧାରକଙ୍କ ମୃତ୍ୟୁ ପଲିସି ଅବଧି ଶେଷ ହେବା ପରେ ହେଉଛି ତେବେ ମଧ୍ୟ ମୃତ୍ୟୁ ଲାଭ ଟଙ୍କା ଦିଆଯାଏ। ଏହା ହେଉଛି ନ୍ୟୁ ଆନନ୍ଦ ପଲିସିର ସବୁଠାରୁ ଖାସ କଥା।

SAVINGକେଉଁମାନେ ନେଇପାରିବେ ଏହି ପଲିସି

ନ୍ୟୁ ଜୀବନ ଆନନ୍ଦ ପଲିସିକୁ ୧୮ ରୁ ୫୦ ବର୍ଷ ପର୍ଯ୍ୟନ୍ତ ଲୋକ ନେଇପାରିବେ। ଏହି ପଲିସି ପାଇଁ ଅତି କମରେ ୧୮ ବର୍ଷ ହୋଇଥିବା ଆବଶ୍ୟକ।

ପ୍ରିମୀୟମ ଶୁଳ୍କ

ପଲିସି ପାଇଁ ବାର୍ଷିକ, ଛଅ ମାସ, ତିନି ମାସ ଏବଂ ମାସିକ ଆଧାରରେ ପ୍ରିମୀୟମ ପେମେଣ୍ଟ କରାଯାଇପାରିବ। ଏହାର ସବୁଠାରୁ ଖାସ କଥା ହେଉଛି ଏହି ପଲିସିକୁ ନେବାର ତିନି ବର୍ଷ ପରେ ଆପଣ ନିଜ ପାଲିସିରୁ ଋଣ ନେଇପାରିବେ।

moneyଏମିତି ମିଳିବ ପଲିସିର ଲାଭ

ଧରାଯାଉ କୌଣସି ପଲିସି ଧାରକ ୧୮ ବର୍ଷ ବୟସରେ ଏହି ପଲିସି ସହିତ ଯୋଡି ହେଉଛନ୍ତି ଏବଂ ଏକ ଲକ୍ଷ ସମ ଆଶ୍ୱରଡ ପାଇଁ ୩୫ ବର୍ଷର ପ୍ଲାନ ନେଉଛନ୍ତି। ତେବେ ଏମିତିରେ ତାଙ୍କର ବର୍ଷକୁ ପ୍ରିମୀୟମ ୧,୦୭,୬୪୫ ଟଙ୍କା ହେବ। ତାଙ୍କୁ ଏହି ଟଙ୍କା ୩୫ ଟି କିସ୍ତିରେ ଜମା କରିବାକୁ ହେବ। ମ୍ୟାଚୁରୀଟି ଉପରେ ପଲିସି ଧାରକଙ୍କୁ ୪, ୫୬ ଲଙ୍କା ଟଙ୍କା ମିଳିବ।

ମିନିମମ ସମ ଆସ୍ୟୁର୍ଡ଼

ଏହି ପାଲିସି ଅନୁଯାୟୀ ଅତି କମରେ ଏକ ଲକ୍ଷ ଟଙ୍କାର ସମ ଆସ୍ୟୁର୍ଡ଼ ନେବା ଜରୁରୀ ହୋଇଥାଏ ଏବଂ ଏହାର ଅଧିକତମ ସୀମା ନାହିଁ। ଆପଣ ଯେତେ ଚାହିଁବେ ସମ ଆସ୍ୟୁର୍ଡ଼ ନେଇପାରିବେ।

money1ମ୍ୟାଚୁରୀଟି ଉପରେ ମିଳିବ ଏତିକି ଲାଭ 

ସମ ଆସ୍ୟୁର୍ଡ଼ ସହିତ ସିଂପଲ ରିଭର୍ସନାରୀ ବୋନସ ଏବଂ ଫାଇନାଲ ଆଡିସନାଲ ବୋନସ୍।

ପଲିସି ଭିତରେ ମୃତ୍ୟୁ ହେଲେ

ଯଦି ପଲିସି ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ନମିନୀଙ୍କୁ ଯେଉଁ ବୀମା ରାଶି ଦିଆଯିବ ତାହା ବୀମା ରାଶିର ୧୨୫ ପ୍ରତିଶତ ହେବ। ଏହାସହିତ ବୋନସ୍ ଏବଂ ଅନ୍ତିମ ବୋନସ୍ ମଧ୍ୟ ମିଳିଥାଏ।

ଟ୍ୟାକ୍ସରେ ଫାଇଦା

ଇନକମ ଟ୍ୟାକ୍ସ ନିୟମ ଧାରା 80c ଅନୁଯାୟୀ ପ୍ରିମୀୟମ ଶୁଳ୍କ ଜମା କରିବା ଦ୍ୱାରା ଟ୍ୟାକ୍ସ ବେନିଫିଟ ମଧ୍ୟ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.