Below header

କେଉଁଦିନ ପାଳନ କରାଯାଏ କାଳାଷ୍ଟମୀ ବ୍ରତ, ଜାଣନ୍ତୁ ପୂଜା କରିବାର ସଠିକ ସମୟ ଓ ବିଧି

କାଳାଷ୍ଟମୀ ବ୍ରତ ବା କାଳଭୈରବ ଜୟନ୍ତୀ ବର୍ଷକୁ ଥରେ ପାଳନ କରାଯାଏ। କାଳାଷ୍ଟମୀ ବ୍ରତ ପ୍ରତ୍ଯେକ ମାସ କ୍‌ଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହି ଦିନ କାଳଭୈରବଙ୍କୁ ପୂଜା କରାଯାଏ। ଯାହା ଭଗବାନ ଶିବଙ୍କ ରୌଦ୍ର ରୂପ ଭାବେ ଅନ୍ଯତମ। ଏହାକୁ ମଧ୍ୟ ଭୈରବ ଅଷ୍ଟମୀ ନାମରେ ମଧ୍ୟ ଜଣାଯାଏ। ଏହି ଦିନ କାଳଭୈରବ ପୂଜା କରିବା ସହିତ ବ୍ରତ ମଧ୍ୟ ରଖନ୍ତି। ଏହାସହିତ ଏହିଦିନରେ ଦୁର୍ଗାକୁ ଦର୍ଶନ ଏବଂ ପୂଜା କଲେ ବିଶେଷ ଫଳ ମିଳିଥାଏ।

କାଳାଷ୍ଟମୀ ବ୍ରତ ପାଳନ କଲେ ଦୂରହୁଏ ସବୁ କଷ୍ଟ…

ଧାର୍ମିକ ମାନ୍ଯତା ଅନୁସାରେ, କାଳାଷ୍ଟମୀ ବ୍ରତ ସଂପୂର୍ଣ୍ଣ ଶ୍ରଦ୍ଧା ଏବଂ ବିଧିବିଧାନ ସହିତ କରୁଥିବା ବ୍ଯକ୍ତିଙ୍କ ସମସ୍ତ କଷ୍ଟ ଦୂର ହୁଏ। ଏହି କାରଣ ଯୋଗୁଁ କାଳଭୈବ ପୂଜା କରିବା ଦ୍ବାରା ଭଗବାନ ଶିବଙ୍କ ଆଶୀର୍ବାଦ ମିଳିଥାଏ। ଏହାସହିତ କାଳୀ ଦେବୀଙ୍କ ପୂଜା କରାଯାଏ। ପୂଜା ଦ୍ବାରା ଘରକୁ ସୁଖ ଶାନ୍ତି ଫେରିଥାଏ।

kalashtmi
photo credit: aaj tak

କେଉଁଦିନ କାଳାଷ୍ଟମୀ:

ମାସିକ କାଳାଷ୍ଟମୀ ବ୍ରତ ଏଥର ମାଘ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଅର୍ଥାତ୍ ୪ ତାରିଖ ଗୁରୁବାରେ ପଡୁଛି। ଏହି ତିଥିର ପ୍ରାରମ୍ଭ ୪ ଫେବ୍ରୁଆରୀ ରାତି ୧୨ଟା ୭ ମିନିଟରୁ ଆରମ୍ଭ ହୋଇ ୫ ଫେବ୍ରୁଆରୀ ରାତି ୧୦ ଟା ୭ମିନିଟ୍ ପର୍ଯ୍ଯନ୍ତ ରହିବ।

ପୂଜା ବିଧି:

ଧର୍ମଗ୍ରନ୍ଥ ଅନୁସାରେ କାଳାଷ୍ଟମୀ ଦିନ କାଳଭୈରବ ଏବଂ ମା ଦୁର୍ଗାଙ୍କ ପୂଜା କରାଯାଏ।
ଏହି ଦିନ ମାତା ପାର୍ବତୀ ଏବଂ ଭଗବାନ ଶିବ କଥା ଶୁଣି ରାତିରେ ଉଜାଗର ରହିବା ଉଚିତ।
ବ୍ରତ କରୁଥିବା ଭକ୍ତ ଫଳ ଆହାର କରିବା ଉଚିତ।
ଏହି ଦିନ ଭୈବର ଚାଳିଶା, ଦୁର୍ଗା ଚାଳିଶା, ଶିବ ଚାଳିଶା ପାଠ କରିବା ଉଚିତ।
କାଳଭୈରବଙ୍କ ବାହନ କୁକୁର, ତେଣୁ ଏହିଦିନ କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାର ବିଶେଷ ମହତ୍ତ୍ବ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.