ବାସ୍ତୁ ଦୋଷର କାରଣ ହୋଇପାରେ ଖାଇବା ସମୟରେ ଏହି ସବୁ ଭୁଲ୍‌, ଜାଣନ୍ତୁ କ’ଣ

ବାସ୍ତୁ ଶାସ୍ତ୍ର ଘର ଏବଂ ଘରର ବସ୍ତୁକୁ ସଠିକ୍ ଦିଗରେ ରଖିବା ପାଇଁ ଦିଗ ଗଣନା କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭିନ୍ନ ଭିନ୍ନ ଦିଗ ଅଲଗା ଅଲଗା ବସ୍ତୁ ଏବଂ କାର୍ଯ୍ଯ ପାଇଁ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରିଥାଏ। ପ୍ରତ୍ଯେକ ଦିଗରୁ ଏକ ଶକ୍ତି ଆସିଥାଏ, ଯାହା ଘରର ନକ୍ସା ଏବଂ ଘରେ ଥିବା ଜିନିଷପତ୍ର ଦ୍ବାରା ପ୍ରଭାବିତ ହୋଇଥାଏ।

କୁହାଯାଇଥାଏ ବାସ୍ତୁ କାରଣରୁ ଘରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ। ବିଶେଷ ରୂପେ ଘରୁ ନକାରାତ୍ମକ ଶକ୍ତି ବାହାର କରିବା ଅତ୍ଯନ୍ତ ଆବଶ୍ଯକ। ନଚେତ୍ ଘରର ସମସ୍ତ ଲୋକ ପ୍ରତିକୂଳ ରୂପେ ଏହାଦ୍ବାର ପ୍ରଭାବିତ ହୋଇଥାନ୍ତି।

ବାସ୍ତୁ ଶାସ୍ତ୍ରରେ ଦିଗର ବଡ଼ ମହତ୍ୱ ଦିଆଯାଇଛି । ସକାଳୁ ବିଛଣାରୁ ଉଠିବା ଠାରୁ ପୂଜା କରିବା, ଖାଇବା, ଅଫିସ ଯିବା ଓ ଶୋଇବା ପର୍ଯ୍ୟନ୍ତ ବାସ୍ତୁ ନିୟମ ସମ୍ପର୍କରେ କୁହାଯାଇଛି । ବାସ୍ତୁ ନିୟମ ଅନୁସାରେ ଠିକ ଦିଗକୁ ମୁହଁ ଦେଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଠିକ ରହିଥାଏ । ଆସନ୍ତୁ ଜାଣିବା ଭୋଜନ କରିବା ସମୟରେ ବାସ୍ତୁର ନିୟମ ।

ଏହି ଦିଗକୁ ମୁହଁ କରି ଖାଦ୍ୟ ଖାଆନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ୍‌ ନୁହେଁ । ମନାଯାଏ ଏହି ଦିଗକୁ ମୁହଁ କରି ଖାଇବା ଦ୍ୱାରା ଆପଣଙ୍କ ଆଖପାଖରେ ନକରାତ୍ମକ ଶକ୍ତି ବଢ଼ିଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ ।

ଖାଦ୍ୟ ଖାଇବା ସମୟରେ ଏହି ନିୟମକୁ କରନ୍ତୁ ପାଳନ

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଉତ୍ତର ଦିଗରେ ମୁହଁ କରି ଭୋଜନ କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ଆହୁରି କୁହାଯାଇଛି ଉତ୍ତର ଦିଗକୁ ମୁହଁ କରି ଖାଇବା ଦ୍ୱାରା ଘରର ସୁଖ ସମୃଦ୍ଧିରେ ବୃଦ୍ଧି ପାଇବ ।
ଏହାଛଡ଼ା ଯେଉଁ ଲୋକଙ୍କ କୁଣ୍ଡଳୀରେ ଅକାଳ ମୃତ୍ୟୁ ଭୟ ଥିବ, ସେମାନେ ପୂର୍ବ ଦିଗକୁ ମୁହଁ କରି ଖାଇବା ଦ୍ୱାରା ଶୁଭ ଫଳ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.