Below header

ଦୋକାନୀ ଦେଲେ ଅଜବ ଅଫର, କରୋନା ପଜିଟିଭ ହେଲେ ୫୦,୦୦୦ ଟଙ୍କା ମିଳିବ କ୍ୟାସବ୍ୟାକ୍‌

ସମସ୍ତେ ଚାହାନ୍ତି ନିଜ ବେପାରରେ ଲାଭ ପାଇବାକୁ। ଏହି କରୋନା ମହାମାରୀ ସମୟରେ କ୍ଷତି ସହିଥିବା ଦୋକାନୀ ଏବେ ବିଭିନ୍ନ ପ୍ରକାର ଅଫର ଦେଉଛନ୍ତି। ଯାହାଦ୍ୱାରା ଗ୍ରାହକ ଆକର୍ଷିତ ହୋଇପାରିବେ। ଏମିତି ହିଁ ଏକ ଅନୋଖା ତରିକା କେରଳର ଏକ ଦୋକାନୀ ଆପଣେଇଛନ୍ତି। ଦୋକାନୀ ନିଜ ଗ୍ରାହକଙ୍କୁ ଏକ ଏମିତି ଅଫର ଦେଇଛନ୍ତି ଯାହାକୁ ଶୁଣିବା ପରେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହିବନାହିଁ। ଏହି ଅଫର ଅନୁଯାୟୀ ଏହି ଦୋକାନରେ କିଣାକିଣି କରିବାର ୨୪ ଘଣ୍ଟା ଭିତରେ ଯଦି ଗ୍ରାହକଙ୍କୁ କରୋନା ହୋଇଯାଏ ତାହେଲେ ତାଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ। କିନ୍ତୁ ଏହି ତରିକା ଦୋକାନୀଙ୍କୁ ମହଙ୍ଗା ପଡିଗଲା। ତାହେଲେ ଆସନ୍ତୁ ଜାଣିବା ପୂରା ମାମଲା ବିଷୟରେ।

ଦୋକାନୀ ଅଫର ମଧ୍ୟ ସୀମିତ ଦିନ ପର୍ଯ୍ୟନ୍ତ ରଖିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୋକାନୀ ଇଲେକଟ୍ରୋନିକ୍ସ ଜିନିଷ ବିକ୍ରି କରନ୍ତି। ସେ ଏହି ଅଫରକୁ ୧୫ ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ରଖିବାକୁ ମଧ୍ୟ ଘୋଷଣା କରିଛନ୍ତି। ଯାହାପରେ ବହୁତ ମାତ୍ରାରେ ଆଡ ପ୍ରିଣ୍ଟ ଏବଂ ଡିଜିଟାଲ ଜଗତରେ ଭାଇରାଲ ହୋଇଗଲା। ଯାହାପରେ ଏହି ଆଡ୍‌ ଉପରେ ଜଣେ ଅଭିବକ୍ତାଙ୍କ ନଜର ପଡିଲା।

dokanଏହାପରେ ସେ ଏହା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହା ବିଷୟରେ ଜଣାଇଥିଲେ। ସେ ଏହି ବିଜ୍ଞାପନକୁ ବେଆଇନ ବୋଲି କହିଛନ୍ତି। ସେ ଚିଠିରେ ଲେଖିଛନ୍ତି ଏପରି ହେଲେ ଅନେକ କରୋନା ପଜିଟିଭ୍‌ ପହଁଚି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଖରାପ କରିପାରିବେ। ଦୋକାନୀ ମାଲିକ ନିଜ ବେପାରକୁ ବଢ଼ାଇବା ପାଇଁ ସାମଜିକ ଦାୟିତ୍ୱକୁ ଭୁଲି ଯାଇଛନ୍ତି।

ଆଇପିସି ଧାରା ୨୬୯, ସୂଚନା ପ୍ରଦ୍ୟୋଗିକ ଅଧିନିୟମ, ୨୦୨୦ ଧାରା ୮୯, ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ ଧାରା ୮୯ ଏବଂ କେରଳ ନଗରପାଳିକା ଅଧିନିୟମ ସ୍ୱାସ୍ଥ୍ୟ ମାନଦଣ୍ଡ ମୁତାବକ ଗମ୍ଭୀର ଅପରାଧ କରିଛନ୍ତି। ଯାହା ସୂଚନା ରହିଛି ଏବେ ରିଟେଲ ଆଉଟଲେଟ ବନ୍ଦ କରିଦିଆଯାଇଛି ଏବଂ କେସ୍‌ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.