Below header

କରୋନା କାଳରେ ଉପ ନିର୍ବାଚନ ପାଇଁ ଗାଇଡ ଲାଇନ ଜାରିକଲେ ନିର୍ବାଚନ କମିଶନ, ପ୍ରାର୍ଥୀମାନେ ଏହି ସବୁ କାଟକଣାକୁ ପାଳନ କରିବେ

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ଅନେକ ସ୍ଥାନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ନିର୍ବାଚନ କମିଶନ ନୂଆ ଗାଇଡ ଲାଇନ ଜାରି କରିଛନ୍ତି ।  ବିହାର ବିଧାନସଭା ନିର୍ବାଚନ ଏବଂ ଅନ୍ୟାନ୍ୟ ଉପ-ନିର୍ବାଚନ ପାଇଁ ଏହି ଗାଇଡ ଲାଇନ ଜାରି କରାଯାଇଛି। ଏହି ଗାଇଡ ଲାଇନ ଅନୁସାରେ ଆଶାୟୀ ପର୍ଥୀଙ୍କ ସହ କେବଳ ୫ ଜଣ ଡୋର ଟୁ ଡୋର କ୍ୟାମ୍ପେନିଂ କରପାରିବେ। ନୋମିନେସନ ଫାଇଲ ବେଳେ  ପ୍ରାର୍ଥୀମାନେ ଦେୟ ଟଙ୍କା ଅନଲାଇନରେ ଭରିବେ।

ଜନସାଧାରଣରେ ମିଟିଙ୍ଗ ଓ  ଏବଂ ରୋଡ ସୋ ପାଇଁ ଅନୁମତି ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡିକର କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯିବ। ଏହା ବ୍ୟତୀତ ନିର୍ବାଚନ ଆୟୋଗ ଅନେକ ବିସ୍ତୃତ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି।

ନିର୍ବାଚନ ଆୟୋଗର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ତ୍ତମାନ ନାମାଙ୍କନ ପତ୍ରରେ ପ୍ରାର୍ଥୀଙ୍କ ସହ କେବଳ ଦୁଇ ଜଣ ଏବଂ ଦୁଇଟି ଯାନ ପରିବହନ କରିବାକୁ ଅନୁମତି ଦିଆଯିବ। କାଉଣ୍ଟିଂ ହଲରେ ୭ ରୁ ଅଧିକ କାଉଣ୍ଟିଂ ଡେସ୍କ ଅନୁମତି ଦିଆଯିବ ନାହିଁ । ୩ ରୁ ୪ ଟି ହଲରେ ଏକ ବିଧାନସଭା ନିର୍ବାଚନମଣ୍ଡଳୀ ଗଣନା କରାଯାଇପାରେ । ନିର୍ବାଚନ ପ୍ରକ୍ରିୟାରେ ସାନିଟାଇଜର, ଗ୍ଲୋଭସ୍, ଫେସ୍  ସିଲ୍ଡ, ମାସ୍କ, ଥର୍ମାଲ୍ ସ୍କାନର୍ ବ୍ୟବହାର କରାଯିବ। କମିଶନଙ୍କ କହିବା ଅନୁଯାୟୀ ଦିବ୍ୟାଙ୍ଗ, ୮୦ ବର୍ଷରୁ ଅଧିକ ବୟସ୍କ ଲୋକ, କରୋନା ସମ୍ବନ୍ଧିତ ପଞ୍ଜିକ୍‌ତ ଅଫିସରେ ଲୋକଙ୍କ ଦିଆଯାଇଛି।

ରାଜନୈତିକ ଦଳଗୁଡିକ ଦେଇଥିବା ମତାମତ ଏବଂ ପରାମର୍ଶକୁ ଆୟୋଗ ବିଚାର କରିଥିଲେ। ସେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ   ଦିଆଯାଇଥିବା ପରାମର୍ଶ ଏବଂ ସୁପାରିଶକୁ ମଧ୍ୟ ବିଚାର କରିଛନ୍ତି। ଏହି ସମସ୍ତ ବିଷୟ ଉପରେ ବିଚାର କରିବା ପରେ ଆୟୋଗ ତିନି ଦିନ ମଧ୍ୟରେ ବ୍ୟାପକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.