Below header

ଆସନ୍ତା ରବିବାରଠାରୁ ଖୁଦୁରୁକୁଣୀ ଓଷା, ଆରମ୍ଭ ହେଲାଣି ଭଳିକି ଭଳି ମୂର୍ତ୍ତି ବିକ୍ରି

ଭାଦ୍ରବ ମାସ ରେ ଭାଇ ମାନଙ୍କ ଶୁଭ ମନାସିବା ପାଇଁ କୁମାରୀମାନେ ଖୁଦୁରୁକୁଣୀ ଓଷା କରିଥାନ୍ତି । ସେଥିପାଇଁ କୁମ୍ଭକାରମାନେ ଏବେଠାରୁ ଖୁଦୁରୁକୁଣୀ ନିର୍ମାଣରେ ଲାଗିପଡିଛନ୍ତି । ଆସନ୍ତା ରବିବାର ଠାରୁ ଖୁଦୁରୁକୁଣୀ ଓଷା ଆରମ୍ଭ । ସେନେଇ ଖୁଦୁରୁକୁଣୀ ମୂର୍ତ୍ତି ଗାଁ ଗାଁରେ ବିକ୍ରି ଆରମ୍ଭ ହୋଇଛି । ଭଲ ଦୁଇ ପଇସା ବେପାର ହେବ ବୋଲି ଆଶା ବାନ୍ଧି ବସିଛନ୍ତି କୁମ୍ଭକାରମାନେ ।

ମାହାଙ୍ଗା(କେନ୍ୟୁଜ୍): ଭାଦ୍ରବ ମାସ ରେ ଭାଇ ମାନଙ୍କ ଶୁଭ ମନାସିବା ପାଇଁ କୁମାରୀମାନେ ଖୁଦୁରୁକୁଣୀ ଓଷା କରିଥାନ୍ତି । ସେଥିପାଇଁ କୁମ୍ଭକାରମାନେ ଏବେଠାରୁ ଖୁଦୁରୁକୁଣୀ ନିର୍ମାଣରେ ଲାଗିପଡିଛନ୍ତି । ଆସନ୍ତା ରବିବାର ଠାରୁ ଖୁଦୁରୁକୁଣୀ ଓଷା ଆରମ୍ଭ । ସେନେଇ ଖୁଦୁରୁକୁଣୀ ମୂର୍ତ୍ତି ଗାଁ ଗାଁରେ ବିକ୍ରି ଆରମ୍ଭ ହୋଇଛି । ଭଲ ଦୁଇ ପଇସା ବେପାର ହେବ ବୋଲି ଆଶା ବାନ୍ଧି ବସିଛନ୍ତି କୁମ୍ଭକାରମାନେ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମର ୧୨ ଘର କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତିକୁ ଆପଣେଇଛନ୍ତି । ଯେଉଁ ଋତୁରେ ଯେଉଁ ପୂଜା ହୋଇଥାଏ ତାହା ପୂର୍ବରୁ ମୂର୍ତ୍ତି ତିଆରି କରି ବିକ୍ରି କରିଥାନ୍ତି ଏହି କୁମ୍ଭକାର ମାନେ । ଆସନ୍ତା ରବିବାର ଠାରୁ ଆରମ୍ଭ ହେବ ଏହି ଖୁଦୁରୁକୁଣୀ ଓଷା । ସେନେଇ କୁମ୍ଭାକାର ମାନେ ଆଶା ବାନ୍ଧି ବସିଛନ୍ତି ଭଲ ଦୁଇ ପଇସା ବେପାର ହେବ ବୋଲି ।

ତେବେ ଏହି କୁମ୍ଭକାରମାନେ ମାସକ ପୂର୍ବରୁ ମାଟି, ବାଲି ଆଣି ପ୍ରସ୍ତୁତି କରନ୍ତି ଛୋଟ ଠାରୁ ଆରମ୍ଭ କରି ବଡ ଖୁଦୁରୁକୁଣୀ ବା ଭାଲୁକୁଣୀ । ପରିବାରର ମହିଳା ଓ ପିଲାମାନ ମୂର୍ତ୍ତି ତିଆରିରେ ସାହାଯ୍ୟ କରିଥାନ୍ତି । କିଏ ଖଡ଼ି ରଙ୍ଗ ଦିଏ ତ ଆଉ କିଏ ଜୀଙ୍କ୍ ଓ ଅନ୍ୟ ରଙ୍ଗ ଦେଇଥାଏ । କୌଳିକ ବୃତ୍ତିକୁ ନେଇ କୁମ୍ଭାକାର ମାନେ ପରିବାର ପ୍ରତିପୋଷଣ କରିଥାନ୍ତି ।

murti

କେବଳ ଖୁଦୁରୁକୁଣୀ ନୁହେଁ ବରଂ ଗଣେଶ, ସରସ୍ୱତୀ, ଲକ୍ଷ୍ମୀ, ଦୁର୍ଗା, ବିଶ୍ୱକର୍ମା, ହାଣ୍ଡି, ମାଠିଆ ଆଦି ସମସ୍ତ ପ୍ରକାର ମାଟି ପାତ୍ର ତିଆରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି ।ଚଳିତ ବର୍ଷ ୩୦ ଟଙ୍କା ଠାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରଙ୍ଗ ବେରଙ୍ଗର ଖୁଦୁରୁକୁଣୀ ମୂର୍ତ୍ତିର ଦାମ ରଖାଯାଇଛି । ଏପରିକି କିଛି ଛାଞ୍ଚରେ ତିଆରି ମୂର୍ତ୍ତି ଆଉ କିଛି ହାତରେ ଗଢାମୂର୍ତ୍ତି । ଯେତିକି ପରିଶ୍ରମ ଏବଂ ଖର୍ଚ୍ଚ ହେଉଛି ତାହା ଉଠିବା ବଡ କଷ୍ଟକର ହୋଇପଡୁଛି । ତଥାପି ନିଜର କୌଳିକ ବୃତ୍ତିକୁ ଆପଣାଇଛନ୍ତି କୁମ୍ଭକାର ।

ତେବେ ମୂର୍ତ୍ତି ତିଆରି ପରେ ବ୍ୟବସାୟୀ ଓ ଗ୍ରାହକମାନେ ଆସି ଏହି ଜେରକନ୍ଦ ଗ୍ରାମକୁ ଆସି ମୂର୍ତ୍ତି ନିଅନ୍ତି । ଆଉ ମଧ୍ୟ କିଛି କୁମ୍ଭକାର ଟ୍ରଲି ମାଧ୍ୟମରେ ଗାଁ ଗାଁ ବୁଲି ଖୁଦୁରୁକୁଣୀ ବିକ୍ରି କରୁଛନ୍ତି । ତେବେ ଗୋଟିଏ କୁମ୍ଭକାର ପରିବାର ନିହାତି ଭାବେ ୩୦ ହଜାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.