Below header

ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜୁଲାଇରେ ବାଣ୍ଟିଥିଲେ ୭୦ ହଜାରରୁ ଅଧିକ ନିଯୁକ୍ତି ପତ୍ର

ଦେଶର ୪୫ଟି ସ୍ଥାନରେ ଆୟୋଜିତ କରାଯାଇଛି ନିଯୁକ୍ତି ମେଳା । ପ୍ରଧାନମନ୍ତ୍ରୀ ମୋଦି ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ନିଯୁକ୍ତି ମେଳାରେ CRPF, BSF, SSB, ଆସାମ ରାଇଫଲ୍ସ, ସମେତ CISF, ITBP ଏବଂ NCB ସହ ଦିଲ୍ଲୀ ପୋଲିସରେ ମଧ୍ୟ ନିଯୁକ୍ତି ପାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ରୋଜଗାର ମେଳାରେ CRPF, BSF, SSB, ଆସାମ ରାଇଫଲ୍ସ, ସମେତ CISF, ITBP ଏବଂ NCB ସହ ଦିଲ୍ଲୀ ପୋଲିସରେ ମଧ୍ୟ ନିଯୁକ୍ତି ପାଇଛନ୍ତି ଯୁବକ-ଯୁବତୀ ।

ଏହି ଅବସରରେ ମୋଦି ଯୁବପିଢିଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜାଦୀର ଅମୃତକାଳରେ ଦେଶର ଆଜାଦୀ ଆଡକୁ ଦେଶର କୋଟି କୋଟି ଯୁବପିଢିଙ୍କୁ ଅମୃତରକ୍ଷକ ହେବା ନେଇ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଜି ଯେଉଁ ଯୁବପିଢିଙ୍କୁ ନିଯୁକ୍ତି ମିଳିଛି, ସେମାନେ ଦେଶର ସେବା ସହିତ ଦେଶର ନାଗରିକଙ୍କର ମଧ୍ୟ ରକ୍ଷା କରିବେ ।

ସେ ଆହୁରି ମଧ୍ୟ କହିଛନ୍ତି, ଚଳିତଥର ରୋଜଗାର ମେଳାର ଆୟୋଜନ ଏମିତି ଏକ ମାହୋଲରେ ହେଉଛି ଯେଉଁଠି ଦେଶ ଗର୍ବ ଏବଂ ଆତ୍ମବିଶ୍ୱାସରେ ରହିଛି । ଚନ୍ଦ୍ରଯାନ ୩ ଏବଂ ରୋଭର ପ୍ରଜ୍ଞାନ ଇତିହାସ ରଚି ଲଗାତାର ଚନ୍ଦ୍ରରୁ ଫଟୋ ପଠାଉଛନ୍ତି । ସେହିଭଳି ଆପଣମାନେ ମଧ୍ୟ ନିଜ ଜୀବନର ନୂଆଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଦେଶର ରକ୍ଷା ପ୍ରଭାରୀ ହେବାକୁ ଯାଉଛନ୍ତି । ଏହା ଆପଣଙ୍କର ବଡ ଦାୟିତ୍ୱ ।

ଦେଶର ବିଭିନ୍ନ ସ୍ଥାନରୁ ନୂତନ ଭାବେ ମନୋନୀତ କର୍ମଚାରୀମାନେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂଗଠନରେ କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି), ସବ୍-ଇନ୍ସପେକ୍ଟର (ଜେନେରାଲ୍ ଡ୍ୟୁଟି) ଏବଂ ଅଣ-ଜେନେରାଲ୍ ଡ୍ୟୁଟି କ୍ୟାଡର ପଦବୀରେ ଯୋଗଦେବେ।

ସୂଚନା ଅନୁସାରେ ଅଗଷ୍ଟ ୨୮ରେ ଏଥିପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା । ଏହା ପୂର୍ବରୁ ଜୁଲାଇ ୨୨ତାରିଖରେ ପ୍ରଧାନମନ୍ତ୍ରୀ ୭୦ ହଜାରରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.