ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ତିନି ଗିରଫ

ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ପୁରୀ ସଦର ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁରୀ : ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ପୁରୀ ସଦର ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀ ବାନମ୍ବର୍ ବେହେରା,ପ୍ରଶାନ୍ତ ପ୍ରଧାନ ଓ ଚକ୍ରଧର ବେହେରା। ସେମାନଙ୍କ ଠାରୁ ୧୦ ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ ବାଇକ୍,୩ ମୋବାଇଲ ଓ ୧୨୦୦ ଟଙ୍କା ଜବତ ହୋଇଛି।

ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ । ଏହି ତିନି ଜଣ ବ୍ରାଉନ ସୁଗାର ସହ ମାଳତୀପାଟପୁର ଓଭରବ୍ରିଜ ଉପରେ ବାଇକ୍ ସହ ଛିଡା ହୋଇଥିବାବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.