ସ୍କାମରଙ୍କ ସ୍କାମରେ ଫସିଗଲେ ଏହି ବ୍ୟକ୍ତି, ହ୍ଵାଟ୍ସଆପରେ ଚାକିରି ଅଫର ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ନିକଟରେ ମୁମ୍ବାଇର ଜଣେ ଫୁଟବଲ କୋଚଙ୍କୁ ହ୍ଵାଟ୍ସଆପରେ ମିଳିଥିବା ଏକ ଚାକିରି ଅଫର ମହଙ୍ଗା ପଡିଛି ଏବଂ ସେ ନିଜର କଷ୍ଟ ଉପାର୍ଜିତ ଅର୍ଥର ୧୦ ଲକ୍ଷ ଟଙ୍କା ଏକ ଠକକୁ ଦେଇଥିବା ଜଣା ପଡ଼ିଛି । ସ୍କାମର ୧୬ ରୁ ୨୧ ଅଗଷ୍ଟ ମଧ୍ୟରେ ମୋଟ ୯,୮୭,୬୨୦ ଟଙ୍କା ଲୁଟି ନେଇଥିଲା ।

ଦୁନିଆରେ ୫୫୦ ମିଲିୟନରୁ ଅଧିକ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରନ୍ତି । ଏତେ ସଂଖ୍ୟକ ୟୁଜର୍ ବେସ୍ ହେତୁ ସ୍କାମରମାନେ ଏହି ଆପ୍ ଦ୍ୱାରା ଲୋକଙ୍କୁ ସେମାନଙ୍କର ଶିକାର କରୁଛନ୍ତି । ନିକଟରେ ମୁମ୍ବାଇର ଜଣେ ଫୁଟବଲ କୋଚଙ୍କୁ ହ୍ଵାଟ୍ସଆପରେ ମିଳିଥିବା ଏକ ଚାକିରି ଅଫର ମହଙ୍ଗା ପଡିଛି ଏବଂ ସେ ନିଜର କଷ୍ଟ ଉପାର୍ଜିତ ଅର୍ଥର ୧୦ ଲକ୍ଷ ଟଙ୍କା ଏକ ଠକକୁ ଦେଇଥିବା ଜଣା ପଡ଼ିଛି । କୋଚଙ୍କ ନାମ ଜୁଏଲ ଚେଟି ତାଙ୍କର ବୟସ ୨୮ ବର୍ଷ ବୋଲି ଜଣାପଡିଛି । ଅଗଷ୍ଟ ୧୬ ରେ ଜଣେ ବ୍ୟକ୍ତି ହ୍ଵାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରି ପାର୍ଟ ଟାଇମ୍ ଚାକିରି ବିଷୟରେ ତାଙ୍କ ସହ କଥା ହୋଇଥିଲେ ।

ସ୍କାମର ଜୁଏଲଙ୍କୁ ଏକ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରି ଏହାର କଣ୍ଟେଟକୁ ଲାଇକ କରିବା ପରେ ସ୍କ୍ରିନସଟ ପଠାଇବାକୁ କହିଥିଲା । ପ୍ରତିବଦଳରେ ତାଙ୍କୁ ଭଲ ଟଙ୍କା ମିଳିବ ବୋଲି ମଧ୍ୟ କୁହାଯାଇଥିଲା । ଫୁଟବଲ କୋଚ ଏଥିରେ ରାଜି ହୋଇଥିଲେ ଏବଂ ସ୍କାମରଙ୍କ ଦ୍ୱାରା ଏକ ଲିଙ୍କ ଦିଆଯାଇଥିଲା ଯେଉଁଥିରେ ତାଙ୍କୁ ସମସ୍ତ ଡିଟେଲ୍ସ ଭରିବା ପାଇଁ କୁହାଯାଇଥିଲା । ଆରମ୍ଭରେ ତାଙ୍କୁ ୧୫୦ ଟଙ୍କା ମିଳିଥିଲା, ଏହା ପରେ ୨୮୦୦ ଟଙ୍କା ସ୍କାମର ତାଙ୍କୁ ଦେଇଥିଲା । ଜୁଏଲ ସ୍କାମର ଉପରେ ବିଶ୍ୱାସ କରିବା ପରେ , ସେ ଆକାଉଣ୍ଟ ଖୋଲିବା ପାଇଁ ଜୁଏଲଙ୍କୁ ୯୦୦୦ ଟଙ୍କା ଦେବାକୁ କହିଥିଲା । ଏହା ପରେ ଟାସ୍କ ନାମରେ ସେହି ବ୍ୟକ୍ତିଙ୍କଠାରୁ ୪୦,୦୦୦ ଟଙ୍କା ପୁଣି ଥରେ ନିଆଯାଇଥିଲା । ଏହିପରି ଭାବେ ସ୍କାମର ୧୬ ରୁ ୨୧ ଅଗଷ୍ଟ ମଧ୍ୟରେ ମୋଟ ୯,୮୭,୬୨୦ ଟଙ୍କା ଲୁଟି ନେଇଥିଲା । ଜୁଏଲ ତାଙ୍କ ଭଉଣୀଙ୍କୁ ଏହା କହିବା ମାତ୍ରେ ସେ ଅନୁଭବ କରିଥିଲେ ଯେ ଜୁଏଲ ଏକ ଠକାମିର ଶିକାର ହୋଇଛନ୍ତି ଏବଂ ସେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୋକମାନେ ସତର୍କ ହେଉ ନାହାନ୍ତି ଏବଂ ଏଭଳି ଠକାମିର ଶିକାର ହେଉଛନ୍ତି । ଆପଣ ଏଭଳି ସ୍କାମରୁ ବଞ୍ଚିବାକୁ ଚାହୁଁଥିଲେ ନିଜର ମୋବାଇଲ ନମ୍ବର କିମ୍ବା ମେସେଜରେ ଆସୁଥିବା ଓଟିପିିକୁ ଅଜଣା ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ । ଅଜଣା ବ୍ୟକ୍ତି ଟଙ୍କା ମାଗିଲେ ଏଭଳି ବିଶ୍ୱାସ କରି ଟଙ୍କା ଟ୍ରାନ୍ସଫର କରନ୍ତୁ ନାହିଁ । ନଚେତ ଆପଣଙ୍କର ବି ଏଭଳି ଲକ୍ଷ ଲକ୍ଷ ଟଙ୍କା ଲୁଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.