ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ମୃତ୍ୟୁ

ପୁରୀ ରେଳଷ୍ଟେସନ ଟିକେଟ ବୁକିଂ କାଉଣ୍ଟରରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।ମୃତ ଯାତ୍ରୀ ହେଉଛନ୍ତି ରସୁଲଗଡ଼ ନୂଆ ସାହିର ଦେବପ୍ରିୟ ମହାନ୍ତି ।

ପୁରୀ ରେଳଷ୍ଟେସନ ଟିକେଟ ବୁକିଂ କାଉଣ୍ଟରରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।ମୃତ ଯାତ୍ରୀ ହେଉଛନ୍ତି ରସୁଲଗଡ଼ ନୂଆ ସାହିର ଦେବପ୍ରିୟ ମହାନ୍ତି । ସେ ରବିବାର ରାତିରେ ପୁରୀ ଆସିଥିଲେ। ଟ୍ରେନରୁ ଓହ୍ଲାଇ ବାହାରକୁ ଆସୁଥିବା ବେଳେ ଟିକେଟ ବୁକିଂ କାଉଣ୍ଟର ନିକଟରେ ଟଳି ପଡ଼ିଥିଲେ।

ତାଙ୍କୁ ଜିଆରପି ପୋଲିସ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ତାଙ୍କ ମୋବାଇଲ ଯୋଗେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.