ମଝି ଆକାଶରେ ୨ ବର୍ଷର ପିଲାର ହାର୍ଟ ସର୍ଜରୀ, ଏମ୍ସ ଡାକ୍ତର ସାଜିଲେ ଦେବଦୂତ

ବିମାନରେ ଥିବା ୫ ଜଣିଆ ଡାକ୍ତର ଟିମଙ୍କ ଯୋଗୁଁ ବଞ୍ଚିଗଲା ୨ ବର୍ଷ ପିଲାର ଜୀବନ । ମଝି ଆକାଶରେ ଭିସ୍ତାରା ବିମାନରେ ହେଲା ହାର୍ଟ ସର୍ଜରୀ ।

ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ବିମାନରେ ୨ ବର୍ଷ ପିଲାର ହାର୍ଟ ସର୍ଜରୀ ସଫଳ କରି ଦେଖାଇଛନ୍ତି ଏମ୍ସର ୫ ଜଣ ଡାକ୍ତର । ଫଳରେ ଶିଶୁର ଜୀବନ ବଞ୍ଚିଯାଇଛି । ପିଲାଟିକୁ କାର୍ଡିଆକ୍‌ ଆରେଷ୍ଟ ହୋଇଥିବା ଜାଣିବା ପରେ ସେମାନଙ୍କ ପାଖରେ ଯେଉଁ ସରଞ୍ଜାମ ଥିଲା, ସେଥିରେ ହାର୍ଟ ସର୍ଜରୀ ଆରମ୍ଭ କରିଦେଇଥିଲେ । ୪୫ ମିନିଟ ପର୍ଯ୍ୟନ୍ତ ବିମାନରେ ପିଲାକୁ ଚିକିତ୍ସା କରିବା ପରେ ସଫଳ ହୋଇଥିଲେ ଡାକ୍ତର ।

ଖବର ମୁତାବକ, ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁ ଦିଲ୍ଲା ଯାଉଥିବା ଭିସ୍ତାରା ୟୁକେ-୮୧୪ ବିମାନ ଉଡାଣ ଭରିଥିଲା । ବିମାନ ଉଡାଣ ଭରିବା ପରେ ଆପତ୍ତକାଳୀନ ଘୋଷଣା ହୋଇଥିଲା । ୨ ବର୍ଷ ପିଲାର ସିୟାନୋଟିକ ରୋଗରେ ପୀଡିତ ହୋଇ ବେହୋସ ହୋଇଯାଇଛି । ପିଲାଟିର ଅବସ୍ଥା ଖରାପ ହେବା ସହିତ ପଲ୍ସ ମଧ୍ୟ ନଥିଲା । ହାତ ପାଦ ଥଣ୍ଡା ହେବାକୁ ହୋଇଥିଲା । ଆଉ ଏହି ଘୋଷଣା ଶୁଣିବା ପରେ ବିମାନରେ ଥିବା ୫ ଜଣିଆ ଏମ୍ସ ଡାକ୍ତର ତତ୍ପର ହୋଇ ଉଠିଥିଲେ ।

ଉପସ୍ଥିତ ଥିବା ଡାକ୍ତର ପିଲାକୁ ସିପିଆର ଦେଇଥିଲେ । ପିଲାଟିକୁ କାର୍ଡିଆକ୍‌ ଆରେଷ୍ଟ ହୋଇଥିବା ଜାଣିବା ପରେ ସେମାନଙ୍କ ପାଖରେ ଯେଉଁ ସରଞ୍ଜାମ ଥିଲା, ସେଥିରେ ହାର୍ଟ ସର୍ଜରୀ ଆରମ୍ଭ କରିଦେଇଥିଲେ । ୪୫ ମିନିଟ ପର୍ଯ୍ୟନ୍ତ ବିମାନରେ ପିଲାକୁ ଚିକିତ୍ସା କରିବା ପରେ ସଫଳ ହୋଇଥିଲେ ଡାକ୍ତର । ପିଲାର ଜୀବନ ବଞ୍ଚିଯାଇଥିଲା । ଏହା ପରେ ବିମାନକୁ ନାଗପୁରରେ ଅବତରଣ କରାଯାଇ ଶିଶୁ ବିଶେଷଜ୍ଞଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଡାକ୍ତରଙ୍କ ଅଦମ୍ୟ ପରିଶ୍ରମ ଓ ଚେଷ୍ଟାରୁ ବିମାନରେ ପିଲାର ଜୀବନ ବଞ୍ଚିଯାଇଥିଲା । ପିଲାଟି ଏବେ ସୁସ୍ଥ ଥିବା ଜଣାପଡିଛି ।

୫ ଜଣିଆ ଏମ୍ସ ଡାକ୍ତରଙ୍କ ମଧ୍ୟରେ ଏମ୍ସର ଆନେସ୍ଥେସିଆ ବିଭାଗର ଡା. ନବଦୀପ କୌର, ଏସଆର କାର୍ଡିଆକ ରେଡିଓଲୋଜି ଡା. ଦମନଦୀପ ସିଂ, ପୂର୍ବ ଏସଆର ଏମ୍ସ ରେଡିଓଲୋଜି ଡା.ରିଷଭ ଜୈନ, ଡା ଔଇଶିକା ଏବଂ ଅବିଚଳା ସାମିଲ ରହିଥିଲେ ।

ପିଲାଟି ପୂର୍ବରୁ ସାଇନୋଟିକ ରୋଗରେ ପୀଡିତ ଥିଲେ । ଏହି ରୋଗରେ ଅମ୍ଳଜାନ ଅଭାବରେ ସ୍କିନ ନୀଳ ପଡିଯାଇଥାଏ । ହଠାତ୍‌ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ସମୟରେ ଚିକିତ୍ସା ନ କରାଗଲେ ମୃତ୍ୟୁ ହୋଇପାରେ । ତେଣୁ ସମୟରେ ଚିକିତ୍ସା କରିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.