Below header

ଅନାଥ ପିଲାଙ୍କ ପେଟ ଭରିବା ପାଇଁ ଚାକିରି ଛାଡ଼ିଛନ୍ତି ଏହି ଯୁବକ, ଖାଇବାକୁ ପାଉଛନ୍ତି ୧୨୦୦ ନିରାଶ୍ରୟ

ଚେହେରାଟି ଅତି ଜଣାଶୁଣା ପରି ଲାଗୁଥାଇପାରେ। ଆପଣ ଏହି ବ୍ୟକ୍ତିଙ୍କୁ ୟୁ ଟ୍ୟୁବରେ ରୋଷେଇ ଭିଡିଓରେ ନିଶ୍ଚିତ ଭାବେ ଦେଖିଥିବେ। ତାଙ୍କର ରୋଷେଇ ଷ୍ଟାଇଲ ସହିତ ଖାଦ୍ୟ ମଧ୍ୟ ବେଶ ସ୍ୱାଦିଷ୍ଟ। ୟୁଟ୍ୟୁବରେ ରୋଷେଇ ପାଇ ଜଣାଶୁଣା ଏହି ବ୍ୟକ୍ତିଙ୍କ ବିଷୟରେ ଆପଣମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ ।

ଦୁନିଆରେ ଅନେକ ଏପରି ଲୋକ ରହିଛନ୍ତି, ଯାହା ଅନ୍ୟ ପାଇଁ ନିଜର ଚାକିରୀ, ପାଠପଢା ଏବଂ ଘରଦ୍ୱାର ସବୁ ଛାଡି ସମାଜ ସେବାରେ ଲାଗିପଡିଛନ୍ତି। ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ହାଇଦ୍ରାବାଦର ଖ୍ଵାଜା ମୋଇନୁଦ୍ଦିନ। ୟୁଟ୍ୟୁବ ରୋଷେଇଭିତ୍ତିକ ଭିଡିଓର ଜଣାଶୁଣା ଚେହେରା। ଖ୍ଵାଜା ଏମ୍‌ବିଏ ପାସ କରିବା ପରେ ଭଲ ଚାକିରିଟିଏ ପାଇଥିଲେ। କିନ୍ତୁ ଅନାଥ ପିଲାଙ୍କ ପେଟ ଭରିବା ପାଇଁ ନିଜର ଚାକିରିକୁ ଗୋଇଠା ମାରି ପିଲାମାନଙ୍କ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଦୁଇ ଓଳି ଠିକ୍‌ ଭାବେ ଖାଇବାକୁ ପାଉନଥିବା ପିଲାମାନଙ୍କୁ ଖାଦ୍ୟ ଦେଇ ନିଜର ସ୍ୱପ୍ନକୁ ପୂରଣ କରିପାରିଛନ୍ତି ଖ୍ଵାଜା।

khwaja 1

ଖ୍ଵାଜା ନିଜର ଚାକିରି ଛାଡି ‘ହଙ୍ଗର ଫ୍ରି ଇଣ୍ଡିଆ’ ନାମରେ ଏକ ଅଭିଯାନ ଚଳାଉଛନ୍ତି। ଯେଉଁଥିରେ ସେ ୧୨୦୦ ଅନାଥ ପିଲାମାନଙ୍କୁ ପ୍ରତି ମାସରେ ଖାଦ୍ୟ ଯୋଗାଉଛନ୍ତି। ଖ୍ଵାଜା ଚାକିରି ଛାଡିବା ପରେ ନିଜର ଏହି ଅଭିଯାନ ଚଳାଇଛନ୍ତି। ଯାହାଦ୍ୱାରା ଭୋକିଲା ରହୁଥିବା ଅନାଥ ପିଲାମାନଙ୍କୁ ଦି ଓଳି ଖାଇବାକୁ ମିଳୁପାରୁଛି। ପ୍ରଥମରୁ ଖ୍ଵାଜା ଏବଂ ନିଜର ଦୁଇ ସାଙ୍ଗଙ୍କ ସହିତ ମିଶି ଏହି ଅଭିଯାନ ଆରମ୍ଭ କରିଥିଲେ। ପରେ ଖ୍ଵାଜାଙ୍କ ସାଙ୍ଗ ଶ୍ରୀନାଥ ରେଡ୍ଡୀ ଏବଂ ଭଗତ ରେଡ୍ଡୀ ତାଙ୍କ ପାଇଁ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ଏହି ୟୁଟ୍ୟୁବ ଚ୍ୟାନେଲର ନାମ ‘ ନଓ୍ଵାବସ କିଚେନ ଫୁଡ ଫର ଅଲ ଅରଫାନ’ ରହିଛି। ଯାହାର ଆଜି ପର୍ଯ୍ୟନ୍ତ ୧ ମିଲିଅନରୁ ଅଧିକ ସବସ୍କ୍ରାଇବର ରହିଛନ୍ତି। ଖ୍ଵାଜାଙ୍କ ରୋଷେଇ କରିବାର ଭିଡିଓ ୟୁଟ୍ୟୁବରେ ଲୋକେ ବେଶ ପସନ୍ଦ କରନ୍ତି। ଏହି ଖାଦ୍ୟକୁ ନେଇ ଖ୍ଵାଜା ହାଇଦ୍ରାବାଦର ଅନାଥାଶ୍ରମ ପିଲାମାନଙ୍କୁ ଦିଅନ୍ତି। ଯାହାକୁ ଖାଇ ପିଲାମାନେ ଅଧିକ ପସନ୍ଦ କରିଥାନ୍ତି। ଖ୍ଵାଜାଙ୍କ ଏହି କାମକୁ ବିଭିନ୍ନ ସଂସ୍ଥା ପ୍ରଶଂସା କରୁଛନ୍ତି। ଯାହା ତାଙ୍କ ସ୍ୱପ୍ନକୁ ପୂରଣ କରିପାରିଛି।

ଏହାସହ ପଢ଼ନ୍ତୁ ; ‘ଭାଟିକନ’ ସହର, ଯାହା ଆକାରରେ ଦେଖିବାକୁ ଭଗବାନ ଶିବଙ୍କ ଲିଙ୍ଗ ସଦୃଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.