ପ୍ରିନ୍ସିପାଲଙ୍କ ସାହାଯ୍ୟ ନେଇ ନିଜ ଶିକ୍ଷକଙ୍କୁ ଡ଼ରାଉଛି ଏହି ଶିଶୁ, ଭାଇରାଲ ହେଉଛି ଭିଡିଓ

ବିଭିନ୍ନ ସୋସିଆଲ ମିଡିଆରେ ଏକ କ୍ୟୁଟ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓ ଟିରେ ଆପଣ ଦେଖିପାରିବେ କେମିତି ଏକ ଛୋଟ ପୁଅ ଆଉ ତା ସ୍କୁଲ ପ୍ରିନିସିପାଲ ଦୁହେଁ ଏକାଠି ମିଶି ଏକ ପ୍ରାଙ୍କ ଗାଡିକୁ ଟାଣୁଛନ୍ତି । ବିଦ୍ୟାଳୟ ଶିକ୍ଷକଙ୍କୁ ଡ଼ରେଇବା ପାଇଁ ଦୁହେଁ ମିଶି ଏକ ପ୍ଲାନ କରିଥିବା ଜଣାଯାଇଛି । ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲ ମ୍ୟାଜିକାଲ ନ୍ୟୁଜ ପକ୍ଷରୁ ଭିଡିଓଟିକୁ ସେୟାର କରାଯାଇଥିବା ନେଇ ଜଣାଯାଇଛି । ଏଯାବତ ଭିଡିଓଟିକୁ ପ୍ରାୟ ୨୦ ମିଲିୟନରୁ ଅଧିକ ସଂଖ୍ୟକ ଲୋକ ଦେଖିସାରିଲେଣି । ଏହି ଭିଡିଓଟିକୁ ପିଲାଟିର ମା’ ନିଜେ ରେକର୍ଡ କରିଛନ୍ତି । ତାକୁ ସ୍କୁଲରେ ଛାଡିବାକୁ ଆସିଥିବା ସମୟରେ ହିଁ ଏହାକୁ ରେକର୍ଡ କରାଯାଇଥିବା ଜଣାଯାଇଛି । ଭିଡିଓ ଟିର ଆରମ୍ଭରେ ପିଲାଟିର ମା କହିଛନ୍ତିଯେ, ତାଙ୍କ ପୁଅ ନିଜ ଶିକ୍ଷକଙ୍କୁ ଡ଼ରେଇବାକୁ ଖୁବ ଭଲପାଏ । ଆଉ ଏମିତି କଲେ ସେ ଖୁବ ଖୁସି ମଧ୍ୟ ହୁଏ ।

ଟିକେ ଭଲରେ ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେଯେ ଯେତେବେଳେ ଶିକ୍ଷକ ଜଣଙ୍କ ଆସୁଛନ୍ତି ସେହି ସମୟରେ ଛୋଟ ପିଲାଟି ନିଜ ପ୍ରିନ୍ସିପାଲଙ୍କ ପଛ ପଟରେ ଲୁଚି ଯାଉଛି | ଖୁବ ମଜାଳିଆ ଅନ୍ଦାଜରେ ଏଠୁ ସେଠିକି ଡ଼େଇଁକି ନିଜ ପ୍ରଧାନଶିକ୍ଷକଙ୍କ ପଛ ପଟରେ ରହି ନିଜ ଶିକ୍ଷକଙ୍କୁ ଡ଼ରେଇବାକୁ ଚେଷ୍ଟା କରୁଛି । କହିବା ଏତେଟା ଜରୁରୀ ନୁହେଁଯେ ପୁରା ଘଟଣାଟି ପ୍ଲାନ ଅନୁସାରେ ହିଁ ଘଟିଛି । ଆଉ ଏହି ଭିଡିଓ ଟିର କ୍ୟାପ୍ସନରେ ଲେଖାଯାଇଛିକି “ପ୍ରିନ୍ସିପାଲ ଜଣଙ୍କ ପୁରା ଘଟଣାଟିକୁ ବୁଝି ପାରିଛନ୍ତି । ନିଜେ ପିଲା ଟିଏ ହୋଇ ପିଲା ମାନଙ୍କୁ ଖୁବ ଭଲ ପାଉଛନ୍ତି ।”

ଶିକ୍ଷକ ଓ ଛାତ୍ର ମଧ୍ୟରେ ଥିବା ଏମିତି ଏକ ମଜାଳିଆ ସମ୍ପର୍କକୁ ଇଣ୍ଟରନେଟରେ ଖୁବ ପସନ୍ଦ କରାଯିବା ସହ ଏହା ଖୁବ ଭାଇରଲ ମଧ୍ୟ ହେଉଛି । ଜଣେ ୟୁଜର ଲେଖିଛନ୍ତିକି, ପ୍ରିନ୍ସିପାଲଙ୍କ ଏହି ରୋଲ ଦେଖି ଖୁବ ଖୁସି ଲାଗୁଛି । ଏଥିରୁ ଜଣାଯାଉଛିଯେ ସେ ପିଲା ମାନଙ୍କୁ ଖୁବ ଭଲ ପାଆନ୍ତି । ଯେବେକି ଅନ୍ୟ ଜଣେ ୟୁଜର ଲେଖିଛନ୍ତିକି ଏହି ନିରୀହ ଶିଶୁଟି ଜରିଆରେ ପ୍ରଧାନ ଶିକ୍ଷକଙ୍କ ଭିତରର ପିଲାଳିଆମୀ ପଦାକୁ ଆସିଛି । ଆପଣ ଏହି ଭିଡିଓ ତଥା ଏଥିରେ ଥିବା ବ୍ୟକ୍ତିମାନଙ୍କୁ ନେଇ କଣ ଭାବୁଛନ୍ତି କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.